ରାଜ୍ୟ ସ୍ପେଶାଲ ରିପୋର୍ଟ

ବନ୍ଧାହେଲା ଜାଲ୍‌ ନୋଟ୍‌ ରୢାକେଟ୍‌ର ଓଡ଼ିଶା ମୁଖ୍ୟ: ୪୧.୧୬ ଲକ୍ଷର ଜାଲନୋଟ୍‌ ଜବତ କଲା ଏସ୍‌ଟିଏଫ୍‌

ଭୁବନେଶ୍ବର: ଛତିଶଗଡ଼ରୁ ଓଡ଼ିଶା ଯାଏ ଲମ୍ବିଥିବା ଜାଲ୍‌ ନୋଟ୍‌ ରୢାକେଟ୍‌କୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଠାବ କରିଛି। ଗ୍ୟାଙ୍ଗର ଓଡ଼ିଶା ମୁଖ୍ୟ କୁହାଯାଉଥିବା ସୋନପୁର ଉଲୁଣ୍ଡା ଅଞ୍ଚଳର ଦୀପକ ମେହେରକୁ ଗିରଫ କରାଯାଇଛି। ତା’ଠାରୁ ୪୧.୧୬ ଲକ୍ଷର ଟଙ୍କାର ଜାଲ୍‌ ନୋଟ୍‌, ଛପା ମେସିନ୍‌ ଆଦି ଜବତ କରାଯାଇଛି। ସେଥିରେ ୫ଶହ ଟଙ୍କିଆ ଜାଲ୍‌ ନୋଟ୍‌ ରହିଛି। ଜେରା ପରେ ତାକୁ ବୀରମହାରାଜପୁର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଜବତ ନୋଟ୍‌ଗୁଡ଼ିକ ଅବିକଳ ଅସଲି ନୋଟ୍‌ ଭଳି। ଏହାକୁ ଜାଲ୍‌ ବୋଲି ସାଧାରଣ ଲୋକ ତ ଚିହ୍ନିବା ଦୂରର କଥା, ବ୍ୟାଙ୍କ କର୍ମଚାରୀ ବି ଧୋକ୍କା ଖାଇବା ଅସମ୍ଭବ ନୁହେଁ। ନୋଟ୍‌ର ୱାଟର ମାର୍କଠାରୁ ଆରମ୍ଭ କରି ସିକ୍ୟୁରିଟି ଥ୍ରେଡ୍‌, ଲାଟେଣ୍ଟ ଇମେଜ୍‌, ସାର୍ପନେସ୍‌ ପ୍ରତିଟି ଦିଗକୁ ଯାଞ୍ଚ ପାଇଁ ଜବତ ନୋଟ୍‌ଗୁଡ଼ିକୁ ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁରରେ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ୍ ପ୍ରିଣ୍ଟିଂ ପ୍ରାଇଭେଟ୍‌ ଲିମିଟେଡ଼୍‌କୁ ପଠାଯିବ। ଯାଞ୍ଚ ରିପୋର୍ଟ ଆସିବା ପରେ ଆଗକୁ କ’ଣ ପଦକ୍ଷେପ ନିଆଯିବ, ସ୍ଥିର ହେବ। ଦରକାର ପଡ଼ିଲେ, ଅନ୍‌-ଲ’ଫୁଲ୍‌ ଆକ୍ଟିଭିଟିଜ୍‌ ପ୍ରିଭେନ୍‌ସନ୍‌ ଆକ୍ଟ(ୟୁଏପିଏ)୨୦୧୩ ଆକ୍ଟ ଲଗାଯିବ।

୪୧.୧୬ ଲକ୍ଷର ଜାଲନୋଟ୍‌ ଜବତ କଲା ଏସ୍‌ଟିଏଫ୍‌
ଛତିଶଗଡ଼ରେ ଚେର, ଓଡ଼ିଶାରେ ଶାଖା
ଆତଙ୍କୀ ଲିଙ୍କ୍‌ ନେଇ ଖୋଳତାଡ଼
ତଦନ୍ତ କରିବ ଏନ୍‌ଆଇଏ!

ଏହି ରୢା‌କେଟ୍‌ ଛତିଶଗଡ଼ରୁ ଅପରେଟ୍‌ ହେଉଥିବା ଜଣାପଡ଼ିଛି। ଏଥିରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ରହିଥିବା ବେଳେ ଏସ୍‌ଟିଏଫ୍‌ ୫ ଜଣଙ୍କ ସମ୍ପର୍କରେ ତଥ୍ୟ ହାତେଇଛି। ସେମାନଙ୍କୁ ଠାବ ପାଇଁ ତନାଘନା ଜାରି ରଖିଛି ଏସ୍‌ଟିଏଫ୍‌। ଏଭଳି ଉଚ୍ଚମାନର ନୋଟ୍‌ ପାଇଁ ସେମାନେ କେଉଁଠୁ କେଉଁଠୁ କଞ୍ଚାମାଲ୍‌ ଆଣୁଥିଲେ? କିଏ ଏହି କଞ୍ଚାମାଲ୍‌ ଯୋଗାଉଥିଲା? ଆଉ କେଉଁ କେଉଁ ରାଜ୍ୟକୁ ନୋଟ୍‌ ଯାଉଥିଲା। ଏହି ନୋଟ୍‌ ଆତଙ୍କବାଦୀଙ୍କ ମାଧ୍ୟମରେ ଆସୁଥିଲା କି? ଏହି ରୢାକେଟ୍‌ ପଛରେ ଆତଙ୍କୀ ଲିଙ୍କ୍‌ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ସମସ୍ତ ଦିଗକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଯଦି ସେଭଳି ପ୍ରମାଣ ମିଳେ, ମାମଲା ଏନ୍‌ଆଇଏ ହାତକୁ ଯାଇପାରେ। ଏହାଛଡ଼ା ଦୀପକ ଜାଲ୍‌ ନୋଟ୍‌ଗୁଡ଼ିକୁ ବିଶେଷକରି ପେଟ୍ରୋଲ ପମ୍ପ, ମଲ୍‌, ଗହଣା ଦୋକାନ, ବଡ଼ ବଡ଼ ବ୍ୟବସାୟୀଙ୍କ ମାଧ୍ୟମରେ ବଜାରକୁ ଛାଡ଼ୁଥିଲା। ଏଥିପାଇଁ‌ ସେ ସ୍ବତନ୍ତ୍ର ଏଜେଣ୍ଟ ରଖିବା ସହ ମୋଟା ରକମର କମିସନ୍‌ ଦେଉଥିଲା। ସେମାନଙ୍କୁ ଚିହ୍ନଟ ପାଇଁ ମଧ୍ୟ ତନାଘନା ଆରମ୍ଭ ହୋଇଛି। ଦରକାର ପଡ଼ିଲେ, ତାକୁ ରିମାଣ୍ଡରେ ଆଣି ଜେରା କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଏସ୍‌ଟିଏଫ୍ ପକ୍ଷରୁ ଏହାକୁ ମିଶାଇ ୧ କୋଟି ୧୯ ଲକ୍ଷ ଟଙ୍କାର ଜାଲ୍‌ ନୋଟ୍ ଜବତ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।