ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ: କେବେ ସୁଦ୍ଧା ଜମ୍ମୁ-କାଶ୍ମୀର ରାଜ୍ୟପାହ୍ୟା ପାଇବ

ନୂଆଦିଲ୍ଲୀ: ୩୭୦ ଧାରା ଉଚ୍ଛେଦ ମାମଲାର ଶୁଣାଣି ଚାଲିଥିବା ବେଳେ ମଙ୍ଗଳବାର ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି। ତାହା ‌ହେଲା କେବେ ସୁଦ୍ଧା ଜମ୍ମୁ-କାଶ୍ମୀର ତା’ର ରାଜ୍ୟ ପାହ୍ୟା ଫେରି ପାଇବ। କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ବ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଜମ୍ମୁ-କାଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳ ମାନ୍ୟତା ଦିଆଯାଇଛି। ଏହା ଏକ ଅସ୍ଥାୟୀ ବ୍ୟବସ୍ଥା। ଖୁବ୍‌ଶୀଘ୍ର ଏହା ରାଜ୍ୟ ମାନ୍ୟତା ଫେରିପାଇବ। ଉଚ୍ଚସ୍ତରୀୟ ବୈଠକ ପରେ ଏହାର ସମୟସୀମା ସମ୍ପର୍କରେ ଅଗଷ୍ଟ ୩୧ ସୁଦ୍ଧା ସେ କୋର୍ଟଙ୍କୁ ଅବଗତ କରାଇବେ। ତେବେ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ହୋଇ ରହିବ ବୋଲି ମେହେଟ୍ଟା କହିଥିଲେ।

ଧାରା ୩୭୦ ଉଚ୍ଛେଦ ଏବଂ ଜମ୍ମୁ-କାଶ୍ମୀର ପୁନର୍ଗଠନ ଆଇନ ୨୦୧୯ ବିରୋଧରେ ସୁପ୍ରିମ୍‌କୋର୍ଟରେ ଏକାଧିକ ମାମଲା ଦାୟର କରାଯାଇଥିଲା। ତାହାର ଏବେ ଶୁଣାଣି ଚାଲିଛି। ସୋମବାର କେନ୍ଦ୍ର ସରକାର କହିଥିଲେ ଯେ, ଜମ୍ମୁ-କାଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳ ମାନ୍ୟତା ଏକ ଅସ୍ଥାୟୀ ବ୍ୟବସ୍ଥା ଏବଂ ଏହାକୁ ତା’ର ରାଜ୍ୟ ମାନ୍ୟତା ଫେରାଇ ଦିଆଯିବ। ସଲିସିଟର ଜେନେରାଲ ମେହେଟ୍ଟା କହିଥିଲେ, କିଛିଦିନ ଏହା କେନ୍ଦ୍ର ସରକାରଙ୍କ ଅଧୀନରେ ରହିବା ଆବଶ୍ୟକ ଥିଲା। ଗୃହମନ୍ତ୍ରୀ ସଂସଦରେ ଏହାର ରାଜ୍ୟ ମାନ୍ୟତା ଫେରାଇ ଦିଆଯିବ ବୋଲି କହିଥିବା ମେହେଟ୍ଟା ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ପାଞ୍ଚଜଣିଆ ସମ୍ବିଧାନ ବେଞ୍ଚ ଆଗରେ କହିଥିଲେ। ସୁପ୍ରିମ୍‌କୋର୍ଟ କେନ୍ଦ୍ରର ଯୁକ୍ତିରେ ସହମତି ପ୍ରକାଶ କରିଥିଲେ ଯେ, ଜମ୍ମୁ-କାଶ୍ମୀରର ସମ୍ବିଧାନ ଭାରତୀୟ ସମ୍ବିଧାନର ଅଧୀନ ଏବଂ ଏହା ଉପରେ ନିର୍ଣ୍ଣୟ ନେବାର ଅଧିକାର କେନ୍ଦ୍ର ସରକାରଙ୍କର ରହିଛି। ମେହେଟ୍ଟା କହିଥିଲେ ଯେ, ଜମ୍ମୁ-କାଶ୍ମୀରର ସମ୍ବିଧାନ ଭାରତୀୟ ସମ୍ବିଧାନର ଅଧସ୍ତନ ବୋଲି ପ୍ରମାଣ କରିବା ଲାଗି ଯଥେ‌ଷ୍ଟ ଉପାଦାନ ରହିଛି। ଜମ୍ମୁ-କାଶ୍ମୀରର ସମ୍ବିଧାନ ସଭା ବାସ୍ତବରେ ଆଇନ ତିଆରି କରୁଥିବା ଏକ ବିଧାନସଭା ବୋଲି ସେ କହିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ