ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁଣି ଚୀନ୍‌ର ପାଗଳାମି: ନିଜ ମାନଚିତ୍ରରେ ଅରୁଣାଚଳ ପ୍ରଦେଶକୁ ଦେଖାଇଲା

ନୂଆଦିଲ୍ଲୀ: ଚୀନ୍‌ ଏହାର ପାଗଳାମି ପୁଣି ଦେଖାଇଛି। ସୋମବାର ଦିନ ସରକାରୀ ଭାବେ ଏକ ନୂଆ ମାନଚିତ୍ର ଜାରି କରିଛି। ଏଥିରେ ଭାରତର ଅରୁଣାଚଳପ୍ରଦେଶକୁ ନିଜର ଅଞ୍ଚଳ ଦର୍ଶାଇଛି। ଅରୁଣାଚଳକୁ ଦକ୍ଷିଣ ତିବ୍ବତ ଭାବେ ନିଜର ଅଞ୍ଚଳ ଦେଖାଇଛି। ଖା‌ଲି ଅରୁଣାଚଳପ୍ରଦେଶ ନୁହେଁ ଅକ୍ସାଇ ଚୀନ୍‌, ତାଇୱାନ ଏବଂ ବିବାଦୀୟ ଦକ୍ଷିଣ ଚୀନ୍‌ ସାଗରକୁ ବି ଚୀନ୍‌ ନୂଆ ମାନଚିତ୍ରରେ ସ୍ଥାନିତ କରିଛି। ଚୀନ୍‌ର ପ୍ରାକୃତିକ ସମ୍ପଦ ମନ୍ତ୍ରାଳୟ ଦ୍ବାରା ଏହି ମାନଚିତ୍ର ଜାରି ହୋଇଛି। ସୋମବାର ଦିନ ସର୍ଭେଇଙ୍ଗ ଆଣ୍ଡ୍‌ ମ୍ୟାପିଂ ପବ୍ଲିସିଟି ଡେ ଆଣ୍ଡ୍‌ ଦି ନେସନାଲ ମ୍ୟାପିଂ ଆୱାରନେସ ପବ୍ଲିସିଟି ୱିକ୍‌ ଅବସରରେ ଚୀନ୍‌ ଏହା ଜାରି କରିଛି। ତେବେ ଚୀନ୍‌ର ଏହି ଦାବିକୁ ଭାରତ ପ୍ରତ୍ୟାଖ୍ୟାନ କରିଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚି କହିଛନ୍ତି, ଚୀନ୍‌ ପ୍ରଥମ ଥର ପାଇଁ ଏଭଳି ଉଦ୍ୟମ କରିନାହିଁ। ବାରମ୍ବାର ଚୀନ୍‌ ଏଭଳି ଦାବି କରିଆସୁଛି। ଆମେ ଏହାକୁ ପ୍ରତ୍ୟାଖ୍ୟାନ କରୁଛୁ। ଅରୁଣାଚଳପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଂଶ ଥିଲା, ରହିଛି ଏବଂ ଆଗକୁ ମଧ୍ୟ ରହିବ। ଉଲ୍ଲେଖଯୋଗ୍ୟ ଯେ ଚୀନ୍‌ ଗତ ଏପ୍ରିଲରେ ମଧ୍ୟ ଅରୁଣାଚଳପ୍ରଦେଶର ୧୧ଟି ଅଞ୍ଚଳକୁ ପୁନର୍ନାମିତ କରିବାପାଇଁ ଚେଷ୍ଟା କରିଥିଲା। କିନ୍ତୁ ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା।

ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ମଧ୍ୟ ଚୀନ୍‌ ଦ୍ବାରା ଜାରି ହୋଇଥିବା ନୂଆ ମାନଚିତ୍ରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଜୟଶଙ୍କର କହିଛନ୍ତି, ଏଭଳି ମାନଚିତ୍ର ଜାରି କରିବା ଚୀନ୍‌ର ପୁରୁଣା ଅଭ୍ୟା‌ସ। ଅନ୍ୟ ରାଷ୍ଟ୍ରର ଅଞ୍ଚଳକୁ ନିଜ ଦେଶର ମାନଚିତ୍ରରେ ସ୍ଥାନିତ କରିବାର ମାନେ କିଛି ନାହିଁ। ଚୀନ୍‌ ବାରମ୍ବାର ଏମିତି କିଛି ଅଞ୍ଚଳକୁ ମାନଚିତ୍ରରେ ରଖୁଛି ଯାହା ଚୀନ୍‌ର ନୁହେଁ। ଏହା ଚୀନ୍‌ର ପୁରୁଣା ଅଭ୍ୟାସ। ତେବେ ଖାଲି ଭାରତର ଅଂଶକୁ ମାନଚିତ୍ରରେ ରଖିଦେଲେ କୌଣସି ସ୍ଥିତି ବଦଳିଯିବନି। ଆମ ଅଞ୍ଚଳକୁ ନେଇ ଆମ ସରକାର ସମ୍ପୂର୍ଣ୍ଣ ସ୍ପଷ୍ଟ। ଏଭଳି ହାସ୍ୟାସ୍ପଦ ଦାବି କରିବା ଦ୍ବାରା ଅନ୍ୟ ଅଞ୍ଚଳ ଚୀନ୍‌ର ହେଇଯିବନି ବୋଲି ଜୟଶଙ୍କର କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ସପ୍ତାହରେ ଜୋହାନ୍ସବର୍ଗରେ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍‌ ରାଷ୍ଟ୍ରପିତ ସି ଜିନପିଙ୍ଗ କଥାବାର୍ତ୍ତା କରିବାର କିଛିଦିନ ପରେ ଚୀନ୍‌ ଗତକାଲି ଏହି ନୂଆ ମାନଚିତ୍ର ଜାରି କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।