ରାଜନୀତି ରାଜ୍ୟ

ତେଲକୋଇ ଦେଖିବ ନୂଆ ମୁହଁ!

କେନ୍ଦୁଝର: ବିଜେଡି ଦଖଲରେ ରହିଥିବା କେନ୍ଦୁଝର ଜିଲ୍ଲା ତେଲକୋଇ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଚୟନକୁ ନେଇ ଛକାପଞ୍ଝା ଲାଗି ରହିଛି। ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପିର ଏଠାରେ ସମାନ ସମସ୍ୟା ଦେଖିବାକୁ ମିଳିଛି। ତେଣୁ ଉଭୟ ଦଳ ଏଥର ନୂଆ ମୁହଁକୁ ପ୍ରାର୍ଥୀ କରିପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

୧୯୯୦ରେ ଜନତା ଦଳ ପ୍ରାର୍ଥୀ ଭାବେ ନୀଳାଦ୍ରି ନାୟକ ଏଠାରୁ ବିଜୟୀ ହୋଇଥିଲେ। ୧୯୯୫ରେ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରସେନ ନାୟକ, ୨୦୦୦ ଓ ୨୦୦୪ରେ ବିଜେଡିରୁ ନୀଳାଦ୍ରି ନାୟକ ବିଜୟୀ ହୋଇ ବିଧାୟକ ହୋଇଥିଲେ। ୨୦୦୯ରେ ବିଜେଡି ପ୍ରାର୍ଥୀ ଇଂ ପ୍ରେମାନନ୍ଦ ନାଏକ, ୨୦୧୪ରେ ବିଜେଡିର ବେଦବ୍ୟାସ ନାୟକ ଏବଂ ୨୦୧୯‌ରେ ବିଜେଡି ପ୍ରାର୍ଥୀ ଇଂ ପ୍ରେମାନନ୍ଦ ନାଏକ ବିଜୟୀ ହୋଇଛନ୍ତି। ବହୁବର୍ଷ ଧରି ବିଜେଡି ଅକ୍ତିଆରରେ ଥିବା ଏହି ଆସନରେ ଚଳିତ ଥର ଦଳ ପ୍ରାର୍ଥୀ ଚୟନକୁ ନେଇ ଅସୁବିଧାରେ ପଡ଼ିବାର ଆଶଙ୍କା କରାଯାଉଛି। ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇ ବିଜେଡି ବିରୋଧରେ ଲଢ଼ୁଥିବା ଧନୁର୍ଜୟ ସିଦୁ ଏବେ ବିଜେଡିକୁ ଆସିଛନ୍ତି। ଯାହା ବିଜେଡି ପାଇଁ ପ୍ରାର୍ଥୀ ଚୟନବେଳେ ଅଡ଼ୁଆ ବଢ଼ାଇବ। ପୂର୍ବରୁ କଂଗ୍ରେସ, ପରେ ବିଜେପି ଓ ଏବେ ବିଜେଡିରେ ଥିବା ସିଦୁଙ୍କୁ ତେଲକୋଇ ନିର୍ବାଚନମଣ୍ଡଳୀରେ ତୃଣମୂଳ ସ୍ତରରେ କାମ କରୁଥିବା ମୂଳ ବିଜେଡି କର୍ମୀମାନେ ଗ୍ରହଣ କରିବା ଅବସ୍ଥାରେ ନାହାନ୍ତି। ବିଜେଡିର ଏକ ଗୋଷ୍ଠୀ ସିଦୁଙ୍କ ବିଜେଡିରେ ମିଶିବାକୁ ଗ୍ରହଣ କରିପାରୁ ନାହାନ୍ତି। ସେହିପରି ବର୍ତ୍ତମାନର ବିଧାୟକ ପ୍ରେମାନନ୍ଦ ନ‌ାଏକଙ୍କ ବଦଳରେ ଏବେ ବିଜେଡି ନୂଆ ମୁହଁକୁ ଗୁରୁତ୍ବ ଦେବ ବୋଲି କୁହାଯାଉଛି। ଦଳର ଏହି ଟାଣୁଆ ‌ଗୋଷ୍ଠୀ ମଧ୍ୟ ନୂଆ ମୁହଁ ସପକ୍ଷରେ ହାଇକମାଣ୍ଡଙ୍କୁ ପ୍ରବର୍ତ୍ତାଉଥିବା ଆଲୋଚନା ହେଉଛି।

ସେହିପରି ଏହି ନିର୍ବାଚନମଣ୍ଡଳୀରେ ବିଜେପି ଅବସ୍ଥା ମଧ୍ୟ ସମାନ। ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିଲେ ଧନୁର୍ଜୟ ସିଦୁ। ସେ ଏଥର ବିଜେଡି ଶିବିରରେ ଥିବାରୁ ଦଳ ଏଠାରେ ନୂଆମୁହଁ ଦେବ। କିଛିଦିନ ତଳେ ଡାକ୍ତର ଫକୀର ନାୟକ ସ୍ବେଚ୍ଛାକୃତ ଭାବେ ଚାକିରିରୁ ଅବସର ନେଇଛନ୍ତି। ସେ ତେଲକୋଇ ନିର୍ବାଚନମଣ୍ଡଳୀରେ ବିଜେପି ସଂଗଠନକୁ ସଜାଡ଼ୁଛନ୍ତି। ‌ଫକୀରଙ୍କ କହିବା ହେଲା, ଦଳୀୟ ନେତୃତ୍ବଙ୍କ ପ୍ରତିଶ୍ରୁତି ପରେ ସେ ଚାକିରିରୁ ସ୍ବେଚ୍ଛାକୃତ ଭାବେ ଅବସର ନେଇଛନ୍ତି। ଯଦି ଏହା ସତ, ତେବେ ବିଜେପି ଏଠାରେ ତାଙ୍କୁ ପ୍ରାର୍ଥୀ କରିପାରେ। ନଚେତ ମାନସ କୁମାର ନାଏକ, କୈଳାସ ଚନ୍ଦ୍ର ନାୟକ, ଛଇଳବାଳା ନାୟକ, ସଂଜୟ କୁମାର ଗିରିଙ୍କ ଭଳି ଏକାଧିକ ଆଶାୟୀଙ୍କ ମଧ୍ୟରୁ କେହି ଜଣେ ପ୍ରାର୍ଥୀ ହୋଇପାରନ୍ତି। ସେହିପରି କଂଗ୍ରେସ ୨୦୧୯ ନିର୍ବାଚନରେ ଏଠାରେ ପ୍ରଶାନ୍ତ କୁମାର ଦଳେଇଙ୍କୁ ପ୍ରାର୍ଥୀ କରିଥିଲା। ଚଳିତ ଥର ପ୍ରଶାନ୍ତଙ୍କ ବ୍ୟତୀତ ମୋହନ ହେମ୍ବ୍ରମ, ବୃନ୍ଦାବନ ନାଏକଙ୍କ ଭଳି ଏକାଧିକ ଆଶାୟୀ ଟିକଟ ଦୌଡ଼ରେ ଥିବା ଶୁଣିବାକୁ ମିଳୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର