ଅପରାଧ ରାଜ୍ୟ

ସାମାନ୍ୟ ବଚସାରୁ ସାଙ୍ଗକୁ ପିଟିପିଟି ହତ୍ୟା

ଜଗତସିଂହପୁର: ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟିପିଟି ହତ୍ୟା। ଜଗତସିଂହପୁର ଥାନା ଅଧୀନ ଶାଳଜଙ୍ଗ ଚାରିବଟିଆ ଗାଁରେ ଗୁରୁବାର ଏହି ଆପରାଧିକ ଘଟଣା ଘଟିଛି। ମୃତକ ହେଲେ, ସାଗର ନାୟକ। ଏନେଇ ମୃତକଙ୍କ ବାପା ଶୁକଦେବ ନାୟକ ଥାନାରେ ଅଭିଯୋଗ କରିବାରୁ ପୁଲିସ୍‌ ପ୍ରତାପ ବେହେରା ଓ ଦିଲୁ ସାମଲଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

ଏସ୍‌ଡିପିଓ ରମେଶ ସିଂଙ୍କ ସୂଚନା ମୁତାବକ, ମୃତକ ଓ ଅଭିଯୁକ୍ତଦ୍ବୟ ପେସାରେ ଗାଡ଼ିଚାଳକ। ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା। ପ୍ରତିଦିନ ସେମା‌ନେ ଏକାଠି ହୋଇ ମୋବାଇଲ୍‌ରେ ଲୁଡ଼ୁ ଖେଳନ୍ତି। ଗତରାତି ପ୍ରାୟ ୧୦ଟା ବେଳେ ଚାରିବଟିଆ ଛକ କଦମ୍ବ ଗଛ ନିକଟ ଏକ ପିଣ୍ଡିରେ ପ୍ରତାପ, ଦିଲୁ ଓ ଅନ୍ୟ ଯୁବକ ଏକାଠି ହୋଇଥିଲେ। ଲୁଡ଼ୁ ଖେଳିବା ପାଇଁ ସାଗରଙ୍କୁ ଖୋଜିଥିଲା ପ୍ରତାପ। ସେଠାରେ ସାଗର ନଥିବା ଦେଖି ସେ ତାଙ୍କୁ ଫୋନ୍ କରି ଡାକିବା ପାଇଁ କହିଥିଲା। ଏହି ସମୟରେ ଦିଲୁ ବାଧା ଦେଇ ସାଗରଙ୍କୁ ନ ଡାକିବାକୁ କହିଥିଲା। ସାଗର ସହ ତାଙ୍କ ପତ୍ନୀଙ୍କ ଝଗଡ଼ା ହୋଇଛି। ପତ୍ନୀ ରାଗିକି ତାଙ୍କ ବାପଘରକୁ ଚାଲି ଯାଇଥିବା ଦିଲୁ କହିଥିଲା। ସେତେବେଳେ କିନ୍ତୁ ସେହି ପିଣ୍ଡିର ଆଉ ଏକ ପାର୍ଶ୍ବରେ ସାଗର ବସିଥିଲେ।

ନିଜ ପତ୍ନୀଙ୍କ କଥା ଶୁଣି ସାଗର ଉତ୍ତ୍ୟକ୍ତ ହୋଇ ସେଠାରେ ପହଞ୍ଚି ଗାଁ ଲୋକଙ୍କ ଆଗରେ ତାଙ୍କ ପରିବାର କଥା କାହିଁକି ଆଲୋଚନା ହେଉଛି ବୋଲି ଦିଲୁ ଓ ପ୍ରତାପଙ୍କୁ ପଚାରିବା ସହ ପାଟିତୁଣ୍ଡ କରିଥିଲେ। ଏନେଇ ଉଭୟପକ୍ଷ ମଧ୍ୟରେ ବଚସା ବଢ଼ିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରତାପ ପାଖରେ ପଡ଼ିଥିବା ଏକ ବାଉଁଶ ଆଣି ସାଗରଙ୍କ ମୁଣ୍ଡକୁ ପିଟିବାରେ ଲାଗିଥିଲା। ସାଗରଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବା ସହ ସେ ସେଠାରେ ଟଳି ପଡ଼ିଥିଲେ। ପରେ ଦିଲୁ ଓ ପ୍ରତାପ ସେଠାରୁ ଫେରାର୍‌ ହୋଇଯାଇଥିଲେ। ଗାଁ ‌ଲୋକଙ୍କ ସହଯୋଗରେ ବାପା ଶୁକଦେବ ରକ୍ତ ଜୁଡ଼ୁବୁଡ଼ୁ ସାଗରଙ୍କୁ ଜିଲ୍ଲା ମୁଖ୍ୟ ହସ୍‌ପିଟାଲ‌ରେ ଭର୍ତ୍ତି କରାଇଥିଲେ। ମାତ୍ର ସେଠା​ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଶୁକଦେବ ଏ ସଂପର୍କରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ପ୍ରଥମେ ଦିଲୁକୁ ଉଠାଇ ନେଇଥିଲା। ପ୍ରତାପ ଫେରାର୍‌ ହୋଇଯାଇଥିବାରୁ ପୁଲିସ ତାଙ୍କ ପତ୍ନୀ ଓ ଶଳାକୁ ଥାନାରେ ଅଟକ ରଖିଥିଲା। ତେବେ ସେ ବିଲରେ ଲୁଚିଥିବା ଖବର ପାଇ ପୁଲିସ ଅପରାହ୍‌ଣରେ ପ୍ରତାପଙ୍କୁ ଗିରଫ କରିଥିଲା। ଥାନାରେ ଅଟକ ଥିବା ଦିଲୁ ଓ ପ୍ରତାପଙ୍କୁ ପୁଲିସ ପଚରାଉଚରା ଚଳାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।