ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଏନ୍‌କାଉଣ୍ଟର୍‌ରେ ଦୁର୍ଦ୍ଦାନ୍ତ ପିନୁ ଗୁରୁତର, ପିସ୍ତଲ ଓ ଦୁଇଟି ଗୁଳି ଜବତ

ପୁରୀ: ଆଜି ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ପୁଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ପିନାକୀ ବରାଳ ଓରଫ୍‌ ପିନୁ ଗୁରୁତର ଆହତ ହୋଇଛି। ତା’ ବାମ ଗୋଡ଼ରେ ଗୁଳି ବାଜିଛି। ଚିକିତ୍ସା ନିମନ୍ତେ ତାକୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମାତ୍ର ସେଠାରେ ଡାକ୍ତର ପିନୁର ଗୋଡ଼ରୁ ଗୁଳି ବାହାର କରି ନପାରିବାରୁ ତାକୁ ଭୁବନେଶ୍ବରସ୍ଥିତ ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି। ଏ ସଂକ୍ରାନ୍ତରେ ବାସେଳିସାହି ଥାନାରେ ଏକ ମାମଲା ରୁଜୁ କରାଯାଇଛି। ତା’ ନାମରେ ପୂର୍ବରୁ ବାସେଳିସାହି ଥାନାରେ ୮ଟି, ବ୍ରହ୍ମଗିରି ଥାନା, ତାଳବଣିଆ ଥାନା ଓ କୁମ୍ଭାରପଡ଼ା ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଛି। ପୁଲିସ ତା’ଠାରୁ ଗୋଟିଏ ପିସ୍ତଲ, ଦୁଇଟି ଗୁଳି, ଗୋଟିଏ ହୋଣ୍ଡା-ୟୁନିକର୍ଣ୍ଣ ବାଇକ୍‌ ଓ ଗୋଟିଏ ମୋବାଇଲ ଜବତ କରିଥିବା ଏସ୍‌ପି ଡା. କେ. ବିଶାଳ ସିଂହ ଜଣାଇଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଆଜି ଅପରାହ୍‌ଣ ପ୍ରାୟ ୩ଟା ୪୦ରେ ବାସେଳିସାହି ଥାନା ଅନ୍ତର୍ଗତ ଜଗନ୍ନାଥ ବସ୍ତିର ପିନୁ ପିସ୍ତଲ ଧରି ପୁରୀକୁ ଅପରାଧ ଘଟାଇବାକୁ ଆସୁଥିବା ନେଇ ପୁଲିସକୁ ଠୋସ୍‌ ସୂଚନା ମିଳିଥିଲା। ଖବର ପାଇ ବାସେଳିସାହି ଥାନା ଆଇଆଇସି ମାନସ ବାରିକ ଓ ଅନ୍ୟ ଥାନାର ଅଧିକାରୀମାନଙ୍କୁ ନେଇ ତୁରନ୍ତ ଏକ ଟିମ୍‌ ଗଠନ କରାଯାଇ ତାକୁ ଧରିବା ପାଇଁ ଲୋକନାଥ ମନ୍ଦିର ପଛପଟ ଶଙ୍କରେଶ୍ବର ମନ୍ଦିର ପାଖରେ ପୁଲିସ ଜଗି ରହିଥିଲା। ପୁଲିସକୁ ଦେଖି ପିନୁ ଗୁଳି ଚଳାଇ ଖସିଯିବାକୁ ଚେଷ୍ଟା କରିଥିଲା। ମାତ୍ର ପୁଲିସ ପାଲଟା ଗୁଳି ଚଳାଇବାରୁ ଗୁଳିଟି ତା’ର ବାମ ଗୋଡ଼ର ଆଣ୍ଠୁ ତଳ ନଳି ଗୋଡ଼ରେ ବାଜିଥିଲା। ଗୁଳି ବାଜିବା ଫଳରେ ପିନୁ ପଡ଼ିଯିବାରୁ ପୁଲିସ ତାକୁ କାବୁ କରିନେବା ସହ ତୁରନ୍ତ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା। ଏହି ଗୁଳି ବିନିମୟରେ ବାସେଳିସାହି ଥାନା ଏସ୍ଆଇ ବୁଦ୍ଧନାଥ ମାଝୀ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ। ପୁଲିସ ତା’ ନିକଟରୁ ଦୁଇଟି ଗୁଳି, ଗୋଟିଏ ପିସ୍ତଲ, ମୋବାଇଲ ସହ ଗୋଟିଏ ବାଇକ୍‌ ମଧ୍ୟ ଜବତ କରିଥିଲା। ପିନୁ ନାଁରେ ପୂର୍ବରୁ ପ୍ରାୟ ୧୧ଟି ମାମଲାରେ ଜଡ଼ିତ ଥିବା ସୂଚନା ମିଳିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।