ରାଜ୍ୟ ସ୍ପେଶାଲ ରିପୋର୍ଟ

ଚନ୍ଦ୍ରଯାନ-୩ ସଫଳତାରେ ଦୁଇ ଓଡ଼ିଆ ବୈଜ୍ଞାନିକ

ବ୍ରହ୍ମପୁର: ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ସାରା ବିଶ୍ବ ଇସ୍ରୋ ବୈଜ୍ଞାନିକଙ୍କ ପ୍ରଶଂସାରେ ଶତମୁଖ। ଏହି ବୈଜ୍ଞାନିକଙ୍କ ମଧ୍ୟରେ ରହିଛନ୍ତି ବ୍ରହ୍ମପୁରର ଦୁଇ ଓଡ଼ିଆ ପୁଅ। ଜଣେ ହେଲେ ଗୋଦାବରୀଶନଗରର ଅବସରପ୍ରାପ୍ତ ଅଧ୍ୟାପକ ଡା. ଲଳିତ ମୋହନ ମହାପାତ୍ରଙ୍କ ପୁଅ ଦେବାଶିଷ ମହାପାତ୍ର ଏବଂ ଅନ୍ୟ ଜଣେ ହେଲେ ଖାସ୍ପା ସାହିର ଅବସରପ୍ରାପ୍ତ ଷ୍ଟେଟ୍‌ବ୍ୟାଙ୍କ କର୍ମଚାରୀ କେ.ଭେଙ୍କଟରମଣ ଆଚାରୀଙ୍କ ପୁଅ କେ.ନାଗରାଜୁ।

ଚନ୍ଦ୍ରଯାନ-୩ର ସଫଳତାରେ ଦୁହିଁଙ୍କ ଅବଦାନକୁ ନେଇ ସେମାନଙ୍କ ପରିବାରବର୍ଗ ଓ ଆତ୍ମୀୟସ୍ବଜନ ଗର୍ବ ଅନୁଭବ କରିବା ସହ ଖୁସି ବ୍ୟକ୍ତ କରିଛନ୍ତି। ଦେବାଶିଷ କୋଲକାତାର ଯାଦବପୁର ବିଶ୍ବବିଦ୍ୟାଳୟରୁ ଏମ୍‌.ଟେକ୍ ପରେ ୨୦୦୬ରେ ଇସ୍ରୋର ବୈଜ୍ଞାନିକ ଭାବେ ନିଯୁକ୍ତି ପାଇଥିଲେ। ତାଙ୍କୁ ୨୦୦୮ରେ ଶ୍ରେଷ୍ଠ ବୈଜ୍ଞାନିକ ଭାବେ ଇସ୍ରୋ ପୁରସ୍କୃତ କରିଥିଲା। ସେହିପରି କେ. ନାଗରାଜୁ ନୂଆଦିଲ୍ଲୀରୁ ଏମ୍‌.ଟେକ୍‌ ପରେ ୨୦୧୭ରେ ଇସ୍ରୋର ବୈଜ୍ଞାନିକ ଭାବେ ନିଯୁକ୍ତ ହୋଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।