ରାଜ୍ୟ ସ୍ପେଶାଲ ରିପୋର୍ଟ

ଡିଏଫ୍ଓଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା: ୧୦ ହଜାର ବର୍ଗଫୁଟ୍‌ରେ ୪ ମହଲା ଅଟ୍ଟାଳିକା

ଭୁବନେଶ୍ବର/ରାୟଗଡ଼ା: ରାୟଗଡ଼ା ଡିଏଫ୍ଓ ବିଜୟ କୁମାର ପରିଡ଼ାଙ୍କର ଆଖି ଖୋସି ହୋଇଗଲା ଭଳି ସମ୍ପତ୍ତି। ଭିଜିଲାନ୍ସ ଚଢ଼ଉ ବେଳେ ବିରାଟ ଅଟ୍ଟା​ଳିକା, ଏକାଧିକ ଜମି ଠାବ କରାଯାଇଛି। କୋଠା, ଜମି ଭିଜିଲାନ୍ସ ଅଧିକାରୀଙ୍କୁ ତାଜୁବ୍ କରି ଦେଇଛି। କୋଟି କୋଟି ଟଙ୍କାର ବିପୁଳ ସମ୍ପତ୍ତି ଠାବ ହେବା ପରେ ଡିଏଫ୍‌ଓ ଶ୍ରୀ ପରିଡ଼ାଙ୍କୁ ଗିରଫ କରିଛି ଭିଜିଲାନ୍ସ। ତାଙ୍କୁ ହେପାଜତକୁ ନେଇ ଅଧିକ ଖୋଳତାଡ଼ ଜାରି ରଖିଛି। ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

୧୦ ହଜାର ବର୍ଗଫୁଟ୍‌ରେ ୪ ମହଲା ଅଟ୍ଟାଳିକା
ଭୁବନେଶ୍ବର, କଟକ, ପୁରୀ, ଯାଜପୁରରେ ୧୬ ମୂଲ୍ୟବାନ ଜମି
୬ କୋଟି ଟଙ୍କା ଟପିପାରେ ସମ୍ପତ୍ତି, ଗିରଫ କଲା ଭିଜିଲାନ୍ସ
ଚଢ଼ଉରେ ୭ ଟିମ୍‌ରେ ୮ ଡିଏସ୍‌ପି, ୬ ଇନ୍ସପେକ୍ଟର
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ

ମିଳିଥିବା ସୂଚନା ଅନୁସାରେ, ଡିଏଫ୍‌ଓ ଶ୍ରୀ ପରିଡ଼ାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଆଜି ଏକକାଳୀନ ୭ଟି ଜାଗାରେ ଚଢ଼ଉ କରାଯାଇଛି। ଚଢ଼ଉ ସମୟରେ କଟକ ଶ୍ରୀକୋରୁଅଁଠାରେ ୯୫୦୦ ବର୍ଗଫୁଟ୍‌ର ୪ ମହଲା ଅଟ୍ଟାଳିକା ଠାବ କରାଯାଇଥିଲା। ଏହି ବିରାଟ ଅଟ୍ଟାଳିକାର ମୂଲ୍ୟ ୧ କୋଟି ୮୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେହିପରି ଭୁବନେଶ୍ବର ପଳାସୁଣିରେ ୫୧୦୦ ବର୍ଗଫୁଟରେ ତିନି ମହଲା କୋଠା, କଳାରାହଙ୍ଗରେ ଆଶୀର୍ବାଦ ପ୍ଲାଜାରେ ଏକ ଫ୍ଲାଟ୍(ନଂ-୩୦୪), ଭୁବନେଶ୍ବର, କଟକ, ପୁରୀ ଓ ଯାଜପୁରରେ ୧୬ ମୂଲ୍ୟବାନ ଜମି, କାର୍‌ ଠାବ କରାଯାଇଛି। ଏହାସହ ନଗଦ ୧ ଲକ୍ଷ ୨୪ ହଜାର ଟଙ୍କା ଜବତ କରାଯାଇଛି। ଜବତ କରାଯାଇଥିବା ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କା ଓ ଜୀବନ ବୀମା ଜମା ରାଶିର ହିସାବ କରାଯାଉଛି। ଏ ନେଇ ସମ୍ପୃକ୍ତ ବ୍ୟାଙ୍କକୁ ଚିଠି ଲେଖାଯାଇ ତଥ୍ୟ ମଗାଯାଇଛି।

ସେହିପରି ଭୁବନେଶ୍ବରେ ଠାବ କରାଯାଇଥିବା ୩ ମହାଲ କୋଠା ଓ ଫ୍ଲାଟର ମଧ୍ୟ ହିସାବ ଚାଲିଛି। ଏ ସବୁ ହିସାବ ମିଳିବା ପରେ ସମ୍ପତ୍ତିର ମୋଟ ପରିମାଣ ଜଣାପଡ଼ିବ। କିନ୍ତୁ ସମ୍ପତ୍ତି ୬ କୋଟି ଟଙ୍କା ଟପିପାରେ ବୋଲି ଅନୁମାନ କରାଯାଉଛି। ଏହା ରାଜ୍ୟର ଆଉ ଏକ ବଡ଼ ଚଢ଼ଉ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ହେବ ବୋଲି ସୂଚନା ମିଳିଛି। ରାୟଗଡ଼ା ଭିଜିଲାନ୍ସ ଡିଏସ୍‌ପି ସଂଧ୍ୟାରାଣୀ ସାହୁଙ୍କ ନେତୃତ୍ବରେ ୧୦ ଜଣିଆ ଟିମ୍‌ ଆଜି ସକାଳ ସାଢ଼େ ୫ଟାରେ ବିଜୟଙ୍କ ରାୟଗଡ଼ାସ୍ଥିତ ବାସଭବନରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ। ସେହିପରି ରାୟଗଡ଼ା ରାଣୀଗୁଡ଼ାସ୍ଥିତ କାର୍ଯ୍ୟାଳୟରେ ମଧ୍ୟ ତଲାସି ହୋଇଥିଲା। ଏହାବ୍ୟତୀତ ଭୁବନେଶ୍ବର କଳାରାହଙ୍ଗସ୍ଥିତ ଆଶୀର୍ବାଦ ପ୍ଲାଜା, କଟକର ନିର୍ମାଣାଧୀନ କୋଠା, କଟକ ଶ୍ରୀକୋରୁଅଁ ଗ୍ରାମସ୍ଥିତ ସଂପର୍କୀୟଙ୍କ ଘର, ଭୁବନେଶ୍ବର ଶିଶୁ ବିହାରସ୍ଥିତ ସଂପର୍କୀୟଙ୍କ ଭଡ଼ାଘର, ଯାଜପୁର ଜିଲ୍ଲା ଦାମୋଦରପୁରସ୍ଥିତ ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ଉ କରିଛି। ଚଢ଼ଉରେ ସାମିଲ ହୋଇଥିବା ୭ଟି ଟିମ୍‌ରେ ୮ ଡିଏସ୍‌ପି ଓ ୬ଜଣ ଇନ୍ସପେକ୍ଟର ସାମିଲ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।