ଅପରାଧ ରାଜ୍ୟ

ପରକୀୟା ପ୍ରୀତିରୁ ଶାଶୁକୁ ହତ୍ୟା: ୭ ଦିନ ପରେ ବନ୍ଧା ହେଲା ଅଭିଯୁକ୍ତା ବୋହୂ

ଭୁବନେଶ୍ୱର: ଖଣ୍ଡଗିରି ବାରି ଅଞ୍ଚଳ ବସ୍ତି ଭିତରେ ପଶି ବୃଦ୍ଧା ମଦା ପଲେଇଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାରେ ବୋହୂ ବୈଶାଖୀ ପଲେଇଙ୍କୁ ଭରତପୁର ଥାନା ପୁଲିସ୍ ଗିରଫ କରିଛି। ଅନୈତିକ ସଂପର୍କରୁ ହତ୍ୟାକାଣ୍ଡ ଘଟିଥିବା ସୂଚନା ଦେଇଛି ପୁଲିସ। ପରକୀୟା ପ୍ରୀତିରୁ ହତ୍ୟା କରାଯାଇଥିବା ନେଇ ପ୍ରମାଣ ମିଳିବା ପରେ ବୋହୂ ବୈଶାଖୀ ପଲେଇଙ୍କୁ ପୁଲିସ ବାନ୍ଧିଛି।
ସୂଚନାଯୋଗ୍ୟ, ଘଟଣାର ୬ ଦିନ ପରେ ପାଇଖାନା ଟାଙ୍କିରୁ ପ୍ରମାଣ ଖୋଜିଥିଲା ପୁଲିସ। ହତ୍ୟାରେ ବ୍ୟବହୃତ ଛୁରି ଖୋଜିବା ପାଇଁ ପାଇଖାନା ଟାଙ୍କି ସଫା କରାଇଥିଲା ପୁଲିସ। ସେସପୁଲ ଗାଡି ଦ୍ୱାରା ପାଇଖାନା ଟାଙ୍କି ସଫା କରାଇଥିଲା ଭରତପୁର ପୁଲିସ। ହତ୍ୟାକାଣ୍ଡ ପରେ ବୈଶାଖୀ ପାଇଖାନାକୁ ହାତ ଧୋଇବାକୁ ଯାଇଥିଲେ। ବୋହୂର ପରକୀୟା ପ୍ରୀତିରୁ ଶାଶୁଙ୍କୁ ଗଳା କାଟି ହତ୍ୟା ନେଇ ପୁଲିସ ସନ୍ଦେହ କରୁଥିଲା।
ବୈଶାଖୀଙ୍କ ସିଡିଆର୍ ରିପୋର୍ଟ ତଥ୍ୟ ପୁଲିସକୁ କିଛି ସୂତ୍ର ଯୋଗାଇଛି। ସେ ଯେଉଁମାନଙ୍କୁ କଲ୍ କରିଥିଲେ ବା ତାଙ୍କୁ ଯେଉଁ ନମ୍ବରୁ କଲ୍ ଆସିଥିଲା, ଯେଉଁ ଯେଉଁ ନମ୍ବର ସହ ସେ ଅଧିକ ଥର କଥା ହୋଇଥିଲେ, ସେସବୁ ଯାଞ୍ଚ କରାଯାଇଛି। ତା’ ଭିତରୁ କେତେକ ନମ୍ବରକୁ ଚିହ୍ନଟ ମଧ୍ୟ କରା ସରିଛି। ସନ୍ଦେହରେ ଥିବା କିଛି ନମ୍ବରକୁ ନେଇ ପୁଲିସ ତଦନ୍ତ କରୁଛି। କେତେ ଜଣଙ୍କୁ ଡ଼ାକି ଜେରା ମଧ୍ୟ କରିସାରିଛି। ସେମାନଙ୍କ ବୟାନ ରୋକର୍ଡ ପରେ ସିଆର୍ପିସି ଧାରା ୪୧ ନୋଟିସ୍ ଦେଇ ଛାଡ଼ିଥିଲା। ମଦା ପଲେଇଙ୍କ ଘର ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଇନ୍ଦ୍ରଗଡ଼ରେ ବୋଲି ଜଣାଯାଇଛି।
ପ୍ରକାଶ ଥାଉକି, ଗତ ୧୫ ତାରିଖ ରାତି ପାଖାପାଖି ସାଢ଼େ ୭ଟା ସମୟରେ ମଦାଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।