ରାଜ୍ୟ ସ୍ପେଶାଲ ରିପୋର୍ଟ

ଫିଙ୍ଗିଦେଇଥିଲା କୁମାରୀ ମା’: ଗୁଜରାଟ ଚାଲାଣ ହୋଇଥିବା ନାବାଳିକାଙ୍କ ଅସରନ୍ତି ଦୁଃଖ କାହାଣୀ

ସୁନ୍ଦରଗଡ଼ (ଡମ୍ବରୁଧର ନାୟକ): ଧରୁଆଡ଼ିହି ଥାନା ଅଞ୍ଚଳର ବାପମା’ ଛେଉଣ୍ଡ ନାବାଳିକାଙ୍କ ଅସହାୟତାର ସୁଯୋଗ ନେଇ ବିରବିରାର ମହିଳା ସରପଞ୍ଚ ଦଲରସା ଗୁଡ଼ିଆ ତାଙ୍କୁ ୫ ଲକ୍ଷ ଟଙ୍କାରେ ଗୁଜରାଟ ଚାଲାଣ କରିଥିଲା। ଅବଶ୍ୟ ବର୍ଷେ ନିର୍ଯାତନା ଭୋଗିବା ପରେ ନାବାଳିକା କୌଶଳକ୍ରମେ ସୁନ୍ଦରଗଡ଼ ଚାଲିଆସି ଏସ୍‌ପିଙ୍କୁ ଅଭିଯୋଗ କରିବା ପରେ ସରପଞ୍ଚ ଓ ତାଙ୍କୁ ଗୃହବନ୍ଦୀ କରି ରଖିଥିବା ଗୁଜରାଟର ଦମ୍ପତି ନାମରେ ମାମଲା ରୁଜୁ ହୋଇଛି। ଏବେ ଆଭା ଗୃହରେ ଆଶ୍ରୟ ନେଇଛନ୍ତି ନାବାଳିକା। ଏହି ସମ୍ବେଦନଶୀଳ ଖବରଟି ରବିବାର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଛେଉଣ୍ଡ ଝିଅକୁ ସହାୟତା ବା ଆଶ୍ରୟ ଦେବା ପରିବର୍ତ୍ତେ ଜଣେ ନିର୍ବାଚିତ ଲୋକ ପ୍ରତିନିଧି ତାଙ୍କୁ ଅମାନବୀୟ ଭାବେ ଚାଲାଣ କରିବା ଚର୍ଚ୍ଚାର ବିଷୟ ହୋଇଛି। ଏହା ମଧ୍ୟରେ ଝିଅ ଚାଲାଣ ପଛର ଏକ ଛାତିଥରା କଥା ସାମ୍ନାକୁ ଆସିଛି।

ଦୁଃଖିନୀ ଝିଅଟିର ପ୍ରକୃତ ବାପାମା କିଏ ସେ କଥା ବି କାହାକୁ ଜଣା ନାହିଁ। ୧୮ ବର୍ଷ ତଳେ ତାଙ୍କୁ ଅତି ଗୋପନରେ ଜନ୍ମଦେବା ପରେ ବିରବିରାର ଓସ୍ତାଲି ନଦୀ କୂଳରେ ପକାଇ ଚାଲିଯାଇଥିଲେ ନିର୍ଦ୍ଦୟୀ ମା’। ସେତେବେଳେ କେହି ଜଣେ କୁମାରୀ ମାତୃତ୍ବକୁ ଲୁଚାଇବା ପାଇଁ ନବଜାତକୁ ଛାଡ଼ି ଚାଲି ଯାଇଥିବା ଚର୍ଚ୍ଚା ହୋଇଥିଲା। ନଦୀକୂଳର ବୁଦାମୂଳେ ପଡ଼ିଥିବା ଶିଶୁଦେହରେ ପିମ୍ପୁଡ଼ି ଲାଗି ଯାଇଥିଲା। ଶିଶୁର ଅବିଶ୍ରାନ୍ତ କାନ୍ଦ ଶୁଣି ଗାଁ ଲୋକେ କୂଳକୁ ଧାଇଁ ଯାଇ ଉଦ୍ଧାର କରିଥ‌ିଲେ। ପରେ ଏକ ଗରିବ ଦମ୍ପତି ଶିଶୁକନ୍ୟାକୁ ‌ପୋଷ୍ୟ କରି ନିଜ ପାଖରେ ରଖିଲେ। ଅଲୋଡ଼ା ଝିଅଟି ବାପାମାଙ୍କ ପରିଚୟ ପାଇଲା। କୁଲିମଜୁରି କରି ଚଳୁଥିବା ଦମ୍ପତି ଅଭାବ ସତ୍ତ୍ବେ ଝିଅକୁ ଗାଁ ଅଙ୍ଗନବାଡ଼ି ପରେ ବିଦ୍ୟାଳୟକୁ ପଢ଼ିବାକୁ ପଠାଇଥିଲେ। ତୃତୀୟ ଯାଏ ଗାଁରେ ପଢ଼ିବା ପରେ ଦୂର ଗାଁ ଆଶ୍ରମ ବିଦ୍ୟାଳୟରେ ନାମ ଲେଖାଇ ଦେଇଥିଲେ। ସେଠାରେ ସେ ଅଷ୍ଟମ ପଢ଼ୁଥିବାବେଳେ ‌‌ପୋଷ୍ୟ ପିତାଙ୍କ ମୃତ୍ୟୁ ହୋଇଗଲା। ଏହା ପରେ ଝିଅ ପାଠରେ ଡୋରି ବନ୍ଧା ହେଲା। ଗାଁରେ ଆସି ମା’ ସହ ରହିଲେ। ମା’ ମଧ୍ୟ ଦେଢ଼ ବର୍ଷ ତଳେ ଆରପାରିକୁ ଚାଲିଗଲେ। ଜନ୍ମ କଲା ବାପାମାଙ୍କୁ ଜାଣି ନଥିବା ଝିଅ ପୋଷ୍ୟ ପିତାମାତାଙ୍କୁ ହରାଇ ସଂପୂର୍ଣ୍ଣ ବେସାହାରା ହୋଇଗଲେ। ଏଭଳି ସ୍ଥିତିରେ ଦୁନିଆକୁ ଭଲ ଭାବେ ଚିହ୍ନି ନଥିବା ଝିଅଟି ନିଜ ଗୋଡ଼ରେ ଛିଡ଼ା ହେବା ପାଇଁ ରାହା ଖୋଜୁଥିବାବେଳେ ବିଶ୍ବାସରେ ବିଷ ବୋଳି ସିଲାଇ ପ୍ରଶିକ୍ଷଣ ବାହାନାରେ ମହିଳା ସରପଞ୍ଚ ଗୁଜରାଟର ଅହମଦାବାଦକୁ ଚାଲାଣ କରି ଦେଇଥିଲା। ସେଠାରେ ବହୁ ନିର୍ଯାତନା ପରେ ସେ କୌଶଳକ୍ରମେ ୨୦୨୩ ଜୁଲାଇରେ ଗାଁକୁ ଚାଲି ଆସିଥିଲେ।

ହେଲେ କିଛି ଦିନ ପରେ ସରପଞ୍ଚ ଦଲରସା ଗୁଡ଼ିଆ ତାଙ୍କୁ ପୁଣି ଗୁଜରାଟ ଯିବାକୁ ବାଧ୍ୟ କରିଥିଲେ। ୫ ଲକ୍ଷ ଟଙ୍କାରେ ତାକୁ ଚାଲାଣ କରାଯାଇଥିବା ଜାଣିବା ପରେ ଏଥିରେ ଭୟଭୀତ ନାବାଳିକା ଗାଁର ଗୋଲାପି ନାଏକ ଜଣେ ମହିଳା ନେତ୍ରୀଙ୍କ ସହଯୋଗରେ ଧରୁଆଡ଼ିହି ଥାନାକୁ ଯାଇ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ନଶୁଣି ତାଙ୍କୁ ଫେରାଇ ଦେବାରୁ ଗତ ୫ ତାରିଖରେ ଏସପିଙ୍କୁ ଫେରାଦ ହୋଇଥିଲେ। ଏହାପରେ ଏସ୍‌ପିଙ୍କ ନି​ର୍ଦ୍ଦେଶ କ୍ରମେ ଧରୁଆଡିହି ଥାନାରେ ମାମଲା ରୁଜୁ ହୋଇଥିଲା। କିନ୍ତୁ ମାମଲାକୁ ୧୫ ଦିନ ବିତିଯିବା ପ‌ରେ ବି ପୁଲିସ ସରପଞ୍ଚଙ୍କୁ ବା ଗୁଜରାଟରେ ନାବାଳିକାଙ୍କୁ ଅଟକ ରଖି ନିର୍ଯାତନା ଦେଉଥିବା ଦମ୍ପତିଙ୍କୁ ଗିରଫ କରୁ ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।