ରାଜ୍ୟ ସ୍ପେଶାଲ ରିପୋର୍ଟ

ବିକାଶର ଗୁମର ଖୋଲିଲେ କୁନି ଝିଅ: ଗାଁ ସମସ୍ୟା ଶୁଣି ଚକିତ ହେ​ଲେ ମନ୍ତ୍ରୀ

କୋରାପୁଟ: ଆମର ଗାଁକେ ଯିବାକେ ରାସ୍ତା ନାଏଁ, ପିଇବାକେ ପାଣି ନାଏଁ, ଚୁଆ ତାନୁ ପାଣି ଆଣି ପିଉଛୁ ବାବୁ, ଖଟିଆନେ ବୁହା ହୋଇ ମେଡିକାଲ୍ ଆସୁଛୁ, ଆମେ ବେଶୀ କଷ୍ଟରେ ଅଛୁ ବାବୁ…। ସ୍ବାଧୀନତା ଦିବସରେ ଗାଁ ସମସ୍ୟାକୁ ନେଇ ଆଦିବାସୀ ଭାଷାରେ ଏମିତି ମନ୍ତ୍ରୀଙ୍କ ଆଗରେ ବେଦନା ବଖାଣିଛି କୋରାପୁଟର କୁନି ଛାତ୍ରୀ। ଅଭିନୟ ମାଧ୍ୟମରେ ଦଶମନ୍ତପୁର ବ୍ଲକ୍ ଲୁଲା ପଞ୍ଚାୟତ ପଦଗୁଡା ଗାଁର ବାସ୍ତବ ଚିତ୍ରକୁ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଜିଲ୍ଲାପାଳ ମହମ୍ମଦ ଅବଦୁଲ୍ ଅଖତରଙ୍କ ଆଗରେ ରଖିଛନ୍ତି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଗ୍ରାମାଞ୍ଚଳର ବିକାଶକୁ ନେଇ ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଗୁମର ଖୋଲିଯାଇଛି।

ଦଶମନ୍ତପୁର ବ୍ଲକ୍ ପଦଗୁଡା ଗାଁରେ ସମସ୍ୟା ଖୁନ୍ଦିହୋଇ ରହିଛି। ଗାଁରେ ୬୬ରୁ ଅଧିକ ଆଦିବାସୀ ପରିବାର ରହୁଛନ୍ତି। କିନ୍ତୁ ଯାତାୟାତ ପାଇଁ ନିତିଦିନିଆ ରାସ୍ତା ନାହିଁ। ଲୁଲା ପଞ୍ଚାୟତରୁ ଏହି ଗାଁକୁ ଯିବାକୁ ହେଲେ ୩ କିଲୋମିଟର ପାହାଡିଆ ରାସ୍ତା ଅତିକ୍ରମ କରିବାକୁ ପଡ଼ୁଛି। ବିଶୁଦ୍ଧ ପାଣି ପାଇଁ ଗାଁରେ କୂଅ, ନଳକୂପ ନଥିବାରୁ ଗ୍ରାମବାସୀ ଚୁଆ ପାଣିରେ ଶୋଷ ମେଣ୍ଟାଉଛନ୍ତି। ସ୍ବାସ୍ଥ୍ୟସେବା ପାଇଁ ଡାକ୍ତରଖାନା ନାହିଁ। ଅସୁସ୍ଥ ହେଲେ କିମ୍ବା ଗର୍ଭବତୀଙ୍କୁ ଦୋଳାରେ ଆଣିବାକୁ ପଡୁଛି। ଗ୍ରାମରେ ବିଦ୍ୟୁତ୍ ଓ ମୋବାଇଲ୍ ସେବା ମଧ୍ୟ ଉପଲବ୍ଧ ନାହିଁ। ପ୍ରାକ୍ ପ୍ରାଥମିକ ଶିକ୍ଷା ପାଇଁ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର କିମ୍ବା ବିଦ୍ୟାଳୟ ମଧ୍ୟ ନାହିଁ। ଗ୍ରାମାଞ୍ଚଳର ବିକାଶ ପାଇଁ ବିଡିଓ, ଜିଲ୍ଲାପାଳ ଘୂରି ବୁଲୁଥିଲେ ସୁଦ୍ଧା ଆମ ଦୁଃଖ ଦୂର ହେଉନି। ବିକାଶ ପାଇଁ ପ୍ରତିଶ୍ରୁତି ଦେଲେ ତୁମର ଧର୍ମ ହେବ ବୋଲି ମନ୍ତ୍ରୀଙ୍କୁ କୁନି ଛାତ୍ରୀ ଜଣକ ନିବେଦନ କରିଛନ୍ତି।

ଦେଶ ୭୭ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ମନ୍ତ୍ରୀ, ଜିଲ୍ଲାପାଳ, ବିଧାୟକ, ପୁଲିସ୍ ଅଧିକାରୀଙ୍କ ସମ୍ମୁଖରେ ଗ୍ରାମାଞ୍ଚଳ ବିକାଶର ବିକଳ ଚିତ୍ରକୁ ଅଭିନୟ ମାଧ୍ୟମରେ ଉପସ୍ଥାପନ କରି ଚର୍ଚ୍ଚାକୁ ଆସିଛନ୍ତି କୋରାପୁଟ ଶିଶୁ ମନ୍ଦିର ଶିଶୁ ବାଟିକାରେ ପଢ଼ୁଥିବା ୪ବର୍ଷର ସୋନାଲି ଦାସ। ପୁଲିସ ପଡ଼ିଆରେ ଆୟୋଜିତ ୭୭ତମ ସ୍ବାଧୀନତା ଦିବସରେ ସୋନାଲିଙ୍କ ଅଭିନୟକୁ ନେତା ଓ ପ୍ରଶାସକ ତାଳି ମାରି ପ୍ରଶଂସା କରିଥିବା ବେଳେ ଗାଁ ସମସ୍ୟାକୁ ନେଇ ତତ୍ପରତା ଦେଖାଇ ନଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଲାଗି ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।