ରାଜ୍ୟ ସ୍ପେଶାଲ ରିପୋର୍ଟ

ସୌମ୍ୟରଞ୍ଜନଙ୍କ ଜନ୍ମଦିନ ଅବସରରେ ସତ୍‌ସଙ୍ଗ

ଚନ୍ଦ୍ରଶେଖରପୁର: ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଜନ୍ମଦିନ ପୂର୍ବରୁ ଆଜି ସନ୍ଧ୍ୟାରେ ଶ୍ରୀଶ୍ରୀଠାକୁର ଅନୁକୁଳ ଚନ୍ଦ୍ରଙ୍କ ସତ୍‌ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ପଟ୍ଟନାୟକଙ୍କ ଶୁଭେଚ୍ଛୁ ସଞ୍ଜୟ କୁମାର ପାତ୍ରଙ୍କ ଦ୍ବାରା ହୋଟେଲ ପଦ୍ମଜାଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଲଙ୍ଗଳେଶ୍ବରରୁ ଆସିଥିବା ଶତାଧିକ ଗୁରୁ ଭାଇ ଓ ମା’ମାନେ ଶ୍ରୀ ପଟ୍ଟନାୟକଙ୍କୁ ନିଜର ଭଲ ପାଇବା ‌ସ୍ବରୂପ ସତ୍‌ସଙ୍ଗ ବଚନ ଓ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ। ସମ୍ବର୍ଦ୍ଧନା ଅବସରରେ ଶ୍ରୀ ପଟ୍ଟନାୟକ ନିଜ ମା’ ବାପାଙ୍କୁ କୃତଜ୍ଞତା ଜଣାଇ କହିଲେ, ‘‘ଯିଏ ମୋତେ ଏ ଦୁନିଆକୁ ଆଣିଛନ୍ତି ତାଙ୍କ ନିକଟରେ କୋଟି କୋଟି ପ୍ରଣାମ। ସେମାନଙ୍କ ପାଇଁ ଆଜି ୭୦ ବର୍ଷରେ ପାଦଥାପି ଅନୁଭବ କରୁଛି ଯେ ସତ୍‌ସଙ୍ଗକୁ ଆସିଲେ ଅସୀମ ଶକ୍ତି ମ‌ିଳେ। ଏହି ସତ୍‌ସଙ୍ଗ ମାଧ୍ୟମରେ ଜଣେ ଭଲ ମଣିଷ ଭାବେ ଗଢ଼ାହୁଏ।’’ ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କ ନିକଟରେ ପ୍ରଣାମ ଜଣାଇବା ସହ ଶ୍ରୀ ପଟ୍ଟନାୟକ ଉପସ୍ଥିତ ଗୁରୁ ଭାଇ ଓ ମା’ମାନଙ୍କୁ କୃତଜ୍ଞତା ଜଣାଇଥିଲେ।

ଏହି ସତସଙ୍ଗରେ  ପ୍ରଫେସର ତପୋଧନ ପଣ୍ଡା, ପ୍ରଫେସର ବିଜୟ ପରିଡ଼ା, ଇଂ.ଉମାକାନ୍ତ ସାହୁ, ଅଭୟ କୁମାର ପରିଡ଼ା, କୁମୁଦଚନ୍ଦ୍ର ପ୍ରଧାନ ପ୍ରମୁଖ ଋତ୍ବିକ ଶ୍ରୀ ପଟ୍ଟନାୟକଙ୍କ ଦୀର୍ଘ ଜୀବନ କାମନା କରିଥିଲେ। ଋତ୍ବିକ ଚକ୍ରଧର ଜେନା ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ଋତ୍ବିକ ସଞ୍ଜିବ କୁମାର ନାୟକ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଶଙ୍ଖଧ୍ବନି ସହ ପ୍ରାର୍ଥନା କରାଯିବା ପରେ ସଙ୍ଗୀତାଞ୍ଜଳି କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ମନ୍ଦାକିନୀ, ମହେଶ୍ବର, ଜୟନ୍ତୀ ପ୍ରମୁଖ ଠାକୁରଙ୍କ ଭକ୍ତି ସଙ୍ଗୀତ ଗାନ କରିଥିଲେ। ଏହି ଅବସରରେ ଗୁରୁ ଭାଇମାନେ ଶ୍ରୀ ପଟ୍ଟନାୟକଙ୍କ ଜୀବନ ଦୀର୍ଘାୟୁ କାମନା କରିବା ପରେ ଉପସ୍ଥିତ ଶୁଭେଚ୍ଛୁମାନେ ମଧ୍ୟ ଫୁଲତୋଡ଼ା ଦେଇ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶ୍ରୀ ପଟ୍ଟନାୟକଙ୍କ ସହଧର୍ମିଣୀ ସୁଦତ୍ତା ପଟ୍ଟନାୟକଙ୍କ ସମେତ ‘ସମ୍ବାଦ’ର ବାର୍ତ୍ତା ସଂପାଦକ ଅରବିନ୍ଦ ଦାସ, ‘ସମ୍ବାଦ ସାହିତ୍ୟ ଘର’ର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା, ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ‌ମିଶ୍ର, ‘ପୌରୁଷ’ର ସମ୍ପାଦକ ଅସିତ୍‌ ମହାନ୍ତି, ସାହିତ୍ୟିକ ଦାଶ ବେନହୁର ପ୍ରମୁଖ ଯୋଗ ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।