ରାଜ୍ୟ ସ୍ପେଶାଲ ରିପୋର୍ଟ

ପଡ଼ୋଶୀ ଘରୁ ଟିଭି ଦେଖି ଫେରୁଥିଲା ନାବାଳିକା ଶାଳୀ, ବଳପୂର୍ବକ ଉଠାଇ ନେଇ ଦୁଷ୍କର୍ମ କଲା ଭିଣୋଇ!

ବେତନଟୀସଦର: ପଡ଼ୋଶୀ ଘରୁ ସନ୍ଧ୍ୟା ସମୟରେ ଟିଭି ଦେଖି ଘରକୁ ଫେରୁଥିବା ବେଳେ ନାବାଳିକା ଶାଳୀ ଦୁଷ୍କର୍ମର ଶିକାର ହୋଇଛି। ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଅଞ୍ଚଳରୁ ସଂପର୍କୀୟ ଭିଣୋଇଙ୍କ ନାମରେ ଏଭଳି ଅଭିଯୋଗ ଆସିଛି। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଲା ଗାଁର ପୁନ ସିଂ (୩୫)।

ପ୍ରାପ୍ତ ସୂଚନା ଅନୁଯାଇ ବୈଶିଙ୍ଗା ଥାନା ଇଲାକାର ଜନୈକା ୧୬ ବର୍ଷ ବୟସର ନାବାଳିକା ଶାଳୀ ପଡ଼ୋଶୀ ଘରକୁ ଟିଭି ଦେଖିବାକୁ ଯାଇଥିଲା। ସନ୍ଧ୍ୟା ସମୟରେ ସେ ଘରକୁ ଫେରୁଥିବା ବେଳେ ସମ୍ପର୍କୀୟ ଭିଣୋଇର ଶିକାର ହୋଇଥିଲା। ଅଭିଯୁକ୍ତ ଭିଣୋଇ ନାବାଳିକାର ପାଟିକୁ ଚାପିଧରି ପାଖରେ ଥିବା ଏକ ଜଳାଶୟ ପଛପଟକୁ ଉଠାଇ ନେଇଥିଲା। ସେଠାରେ ସେ ଦୁଷ୍କର୍ମ କରିବା ସହିତ ଘଟଣା ବାବଦରେ କାହା ଆଗରେ ପ୍ରକାଶ ନକରିବାକୁ ପୀଡ଼ିତାଙ୍କୁ ଧମକ ଦେଇଥିଲା।

ଏନେଇ ଗାଁରେ ବୈଠକ ବସିଥିଲେ ସୁଦ୍ଧା ସମାଧାନର କୌଣସି ବାଟ ବାହାରି ପାରିନଥିଲା। ଶେଷରେ ପୀଡିତାଙ୍କ ପରିବାର ବାଧ୍ୟ ହୋଇ ଥାନାର ଦ୍ବାରସ୍ଥ ହୋଇଥିଲେ। ଏତଲା କ୍ରମେ ପୁଲିସ ବିଭିନ୍ନ ଦଫାରେ ଏକ ମାମଲା ରୁଜୁକରି ମଙ୍ଗଳବାର ଅଭିଯୁକ୍ତ ସମ୍ପର୍କୀୟ ଭିଣୋଇକୁ ଗିରଫ କରିଛି। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତକୁ ବାରିପଦାସ୍ଥିତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।