ରାଜ୍ୟ ସ୍ପେଶାଲ ରିପୋର୍ଟ

ଗୋଚରକୁ କବ୍‌ଜା କରୁଛନ୍ତି ମାଫିଆ: ପାଲଟିଲାଣି ମାଙ୍କଡ଼ାପଥର ଖଣି

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ଟଙ୍ଗୀ ଅଞ୍ଚଳରେ ଗୋଚରକୁ ନେଇ ସଂକଟ ଦେଖାଯାଇଛି। ଅଧିକାଂଶ ଗୋଚର ଜମି ଏବେ ମାଫିଆଙ୍କ କବ୍‌ଜାକୁ ଚାଲିଗଲାଣି। ଏପରିକି ଅନେକ ଗୋଚର ଜମିରେ ମାଙ୍କଡ଼ା ପଥର ଖଣି ଖୋଳାଯାଇଥିବା ଦେଖିବାକୁ ମିଳୁଛି। ଉଭୟ ଟାଙ୍ଗୀ ଓ ଖୋର୍ଦ୍ଧା ତହସିଲ ଅଧୀନରେ ଥିବା ଶହଶହ କାଜୁ ବଗିଚା ସମେତ ଗୋଚରଜମି ଏବେ ଖଣି ମାଫିଆଙ୍କ କବ୍‌ଜାରେ ରହିଛି। ବିଭାଗୀୟ ଉଦାସୀନତା ଯୋଗୁଁ ଏହି ଜମିଗୁଡ଼ିକ ମାଫିଆମାନଙ୍କ ହାତରେ ରହିଥିବାବେଳେ ଦୈନିକ ସରକାରଙ୍କର ବିପୁଳ ରାଜସ୍ୱହାନୀ ଘଟୁଛି। ସ୍ଥିତି ଏଭଳି ହେଲାଣି ଯେ ଗୋଚର ଜମିରେ ଏବେ ୫୦ରୁ ୬୦ ଫୁଟ୍‌ର ପୋଖରୀ ସୃଷ୍ଟି ହେଲାଣି। ଏଥିପାଇଁ ପରିବେଶ ନଷ୍ଟ ହେଉଥିବା ବେଳେ ପ୍ରଶାସନ ଆଖିରେ ଧୂଳିଦେଇ ମାଫିଆମାନେ ରାତିଅଧିଆ ପଥରକାଟି ସେମାନଙ୍କ ବେପାର ଚଳାଉଛନ୍ତି। ବେଳକୁ ବେଳ ମାଫିଆଙ୍କ ଉତ୍ପାତ ବଢ଼ିବା କାରଣରୁ ଗାଈଗୋରୁ ଚରିବା ପାଇଁ ଆଉ ଚାରଣଭୂମି ଖଣ୍ଡେ ମଧ୍ୟ ନାହିଁ। ଏହି ଖଣି ସୃଷ୍ଟି ହେବା କାରଣରୁ ଚରିବାକୁ ଯାଉଥିବା ଗାଈଗୋରୁ ଖୋଳା ଯାଇଥିବା ଖଣି ପୋଖରୀରେ ପଡ଼ି ମଧ୍ୟ ପ୍ରାଣ ହରାଉଛନ୍ତି।

କେବଳ ଗୋଚର ଜମି ନୁହେଁ, ଚାଷ ଜମି ଉପରେ ମଧ୍ୟ ଖଣି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ଅନେକ ଅନାବାଦୀ ଜମି ମଧ୍ୟ ପଥର ଖଣି ଯୋଗୁ ନଷ୍ଟ ହୋଇଗଲାଣି। ବିଗତ ଦିନରେ ସ୍ଥାନୀୟ ପାହାଡ଼ ଓ ଜଙ୍ଗଲରୁ ବହି ଆସୁଥିବା ବର୍ଷା ଜଳ ସ୍ଥାନୀୟ କୃଷି କାର୍ଯ୍ୟରେ ବେଶ ସହାୟକ ହେଉଥିଲା। ବର୍ଷା ଛାଡିଯିବା ପରେ ମଧ୍ୟ ନିଗିଡା ପାଣିରେ ଚାଷ କାର୍ଯ୍ୟ ଏକ ପ୍ରକାର ସମ୍ଭବ ହୋଇପାରୁଥିଲା। ହେଲେ ଏହା ଏବେ ଆଉ ସମ୍ଭବ ହୋଇପାରୁନାହିଁ। କାରଣ ଯେଉଁ ବାଟ ଦେଇ ଚାଷ ଜମିକୁ ପାଣି ଆସୁଥିଲା ତାହା ଏବେ ଜବରଦଖଲ ଯୋଗୁ ବନ୍ଦ ହୋଇଗଲାଣି। ଯାହା ଜଙ୍ଗଲ ପାହାଡ଼ରୁ ପାଣି ଆସୁଛି ତାକୁ ଖଣିଗୁଡିକ ଶୋଷି ନେଉଛି। ବିନା କାରଣରେ ଖଣି ଭିତରେ ପାଣି କୁତ୍ରିମ ପୋଖରୀର ଭ୍ରମ ସୃଷ୍ଟି କରୁଥିବା ବେଳେ ଚାଷ କ୍ଷେତ ଏବେ ଶୁଖିଲା ପଡିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।