ରାଜ୍ୟ ସ୍ପେଶାଲ ରିପୋର୍ଟ

ନକଲି ଯୁକ୍ତ ଦୁଇ ପ୍ରମାଣପତ୍ର ମାମଲା: ଭୁବନେଶ୍ବରରୁ ଆଉ ୨ ଗିରଫ

ଖୋର୍ଦ୍ଧା: ଜାତୀୟ ମୁକ୍ତ ବିଦ୍ୟାଳୟ ନାମରେ ନକଲି ଯୁକ୍ତ ଦୁଇ ପ୍ରମାଣପତ୍ର ପ୍ରସ୍ତୁତ କରି ବିକ୍ରି କରିବା ମାମଲାରେ ସଦର ଥାନା ପୁଲିସ ୫ ତାରିଖରେ କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ତପନ କୁମାର ପୃଷ୍ଟିଙ୍କୁ ଗିରଫ କରିଥିବା ବେଳେ ଆଜି ଅନ୍ୟ ଦୁଇଜଣଙ୍କୁ ଗିରଫ କରିଛି।

ଗୁରୁବାର ଖୋର୍ଦ୍ଧା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଦିଲୀପ କୁମାର ଦାସ କହିଛନ୍ତି ଯେ ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ସଦର ଥାନାର ଭାରପ୍ରାପ୍ତ ଅଧିକାରୀ କାହ୍ନୁଚରଣ ପୃଷ୍ଟିଙ୍କ ନେତୃତ୍ବରେ ଏକ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଟକ୍ ଆଜି ଆଉ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅଧୀନ ଚୁଆଁପୁରର କାର୍ତ୍ତିକ ବେରିହା (୨୯) ଓ ଜଟଣୀ ଥାନା ଅଧୀନ ରାମଚନ୍ଦ୍ରପୁରର ମହମ୍ମଦ ସାଜିଦ ହୁସେନ୍‌ (୩୩)। କାର୍ତ୍ତିକ ଭୁବନେଶ୍ବର ଖଣ୍ଡଗିରିରେ ରହୁଥିବା ବେଳେ ମହମ୍ମଦ ସାଜିଦ ଭୁବନେଶ୍ବର ଏୟାରଫିଲ୍ଡ ଥାନା ହାଇଟେକ୍‌ ପ୍ଲାଜା ନିକଟ କଣ୍ଟିଲୋ-କୁହାଠାରେ ରହୁଥିଲେ। ପଚରାଉଚରାରେ, ଉଭୟ ଏଭଳି ନକଲି ମାଟ୍ରିକ୍‌ ଓ ଯୁକ୍ତ ଦୁଇ ପ୍ରମାଣପତ୍ର ଶତାଧିକ ଲୋକଙ୍କୁ ଦେଇଥିବା ସ୍ବୀକାର କରିଛନ୍ତି। ମାମଲାର ତଦନ୍ତ ଜାରି ରହିଛି ଓ ଏଥିରେ ସମ୍ପୃକ୍ତ ଅନ୍ୟ ଅପରାଧୀଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି ଶ୍ରୀ ଦାସ କହିଛନ୍ତି।

ସୂଚନାଯୋଗ୍ୟ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ଜଣେ ଯୁକ୍ତଦୁଇ ଫେଲ୍‌ ହୋଇଥିବା ଛାତ୍ର ଅଭିଷେକ ସାମନ୍ତରାୟଙ୍କଠାରୁ ୩୩ ହଜାର ଟଙ୍କା ନେଇ ସେହି ମହାବିଦ୍ୟାଳୟର ଅଧ୍ୟାପକ ତପନ କୁମାର ପୃଷ୍ଟି ମୁକ୍ତ ବିଦ୍ୟାଳୟର ଯୁକ୍ତ ଦୁଇ ପାସ୍‌ ପ୍ରମାଣପତ୍ର ଦେଇଥିଲେ। ପରେ ଏହି ପ୍ରମାଣପତ୍ର ନକଲି ଥିବା ଜଣାପଡ଼ିଥିଲା। ଏହି ଘଟଣାରେ ୩ ତାରିଖରେ ଲିଖିତ ଅଭିଯୋଗ ହେବା ପରେ ୫ ତାରିଖରେ ଉକ୍ତ ଅଧ୍ୟାପକଙ୍କୁ ଗିରଫ କରାଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।