ରାଜ୍ୟ ସ୍ପେଶାଲ ରିପୋର୍ଟ

ଚୀନ୍‌ରେ ପିଲାଙ୍କ ସ୍ମାର୍ଟଫୋନ୍ ବ୍ୟବହାର ଉପରେ କଟକଣା: ଦିନକୁ ସର୍ବାଧିକ ୨ ଘଣ୍ଟା

ବେଜିଂ: ଚୀନ୍‌ର ଇଣ୍ଟରନେଟ୍‌ ୱାଚ୍‌ଡଗ୍ ପିଲାଙ୍କ ସ୍ମାର୍ଟଫୋନ୍ ବ୍ୟବହାରକୁ ସୀମିତ କରିବା ପାଇଁ ଏକ ନୀତି ପ୍ରଣୟନ କରିଛି। ସୋସିଆଲ ମିଡ଼ିଆ ଓ ଅନ୍‌ଲାଇନ ଗେମ୍‌ରେ ପିଲାମାନେ ଚିନ୍ତାଜନକ ଭାବେ ଅଧିକ ସମୟ ବିତାଉଥିବାରୁ ଏବଂ ନିଶାଗ୍ରସ୍ତ ହୋଇପଡ଼ୁଥିବାରୁ ଏପରି ନିୟମ ପ୍ରଣୟନ କରାଯାଇଛି। ଚୀନ୍‌ର ସାଇବରସ୍ପେସ୍ ଆଡ୍‌ମିନିଷ୍ଟ୍ରେସନ ବୁଧବାର ଏହାର ୱେବ୍‌ସାଇଟ୍‌ରେ ଏକ ଚିଠା ମାର୍ଗଦର୍ଶିକା ଜାରି କରିଛି। ଏଥିରେ କୁହାଯାଇଛି ଯେ ପିଲାମାନେ ମୋବାଇଲରେ ବ୍ୟବହାର କରୁଥିବା ଅଧିକାଂଶ ଇଣ୍ଟରନେଟ୍ ସେବା ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଉପଲବ୍ଧ ନ ହେବା ଆବଶ୍ୟକ। ୧୬ରୁ ୧୮ ବର୍ଷର ପିଲାମାନେ ଦିନକୁ ସର୍ବାଧିକ ୨ ଘଣ୍ଟା ଇଣ୍ଟରନେଟ୍ ବ୍ୟବହାରର ସୁଯୋଗ ପାଇବା ଉଚିତ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ୮ରୁ ୧୫ ବର୍ଷର ପିଲାଙ୍କ ପାଇଁ ଏହି ସମୟ ୧ ଘଣ୍ଟା ଏବଂ ୮ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ମାତ୍ର ୪୦ ମିନିଟ୍‌ ଇଣ୍ଟରନେଟ୍ ବ୍ୟବହାରର ସୁଯୋଗ ଦେବାକୁ ଚିଠା ମାର୍ଗଦର୍ଶିକାରେ ପ୍ରସ୍ତାବ ଦିଆଯାଇଛି। ତେବେ ଯେଉଁ ଆପ୍ ବା ପ୍ଲାଟଫର୍ମଗୁଡ଼ିକ ପିଲାଙ୍କ ଶାରୀରିକ ଓ ମାନସିକ ବିକାଶରେ ସାହାଯ୍ୟ କରୁଛି, ସେଗୁଡ଼ିକୁ ଏଥିରୁ ବାଦ୍ ଦିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।