ରାଜ୍ୟ ସ୍ପେଶାଲ ରିପୋର୍ଟ

ଲୋୟର ସୁକତେଲ ପ୍ରକଳ୍ପ ବସ୍ତୁତଃ କାର୍ଯ୍ୟକ୍ଷମ! ଜଳସମାଧି ନେଲେ ୯ ଗାଁ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଜୀବନରେଖା କୁହାଯାଉଥିବା ବହୁ ପ୍ରତୀକ୍ଷିତ ନିମ୍ନ ସୁକତେଲ ପ୍ରକଳ୍ପ ବସ୍ତୁତଃ କାର୍ଯ୍ୟକ୍ଷମ ହୋଇଛି। ବଲାଙ୍ଗୀର ନିକଟ ମାଗୁରବେଡ଼ାଠାରେ ନଦୀଶଯ୍ୟାରେ ଡ୍ୟାମ୍‌ ନିର୍ମାଣ ହେବା ପରେ ଆଜି ପ୍ରଥମ ବନ୍ୟାଜଳକୁ ଏଠାରେ ଅଟକାଇବା ପାଇଁ ପ୍ରକଳ୍ପ ସମର୍ଥ ହୋଇଛି। ଗତ ଦୁଇଦିନ ଧରି ଜିଲ୍ଲାରେ ଲଗାଣ ବର୍ଷା ହେବା ଫଳରେ ଜିଲ୍ଲାର ବିଭିନ୍ନ ନଦୀନାଳରେ ବନ୍ୟାଜଳ ପ୍ରବାହିତ ହୋଇଛି। ଏହି ପରିପ୍ରେକ୍ଷୀରେ ନିମ୍ନ ସୁକତେଲ ନଦୀରେ ଆସିଥିବା ବନ୍ୟାପାଣି ଜଳଭଣ୍ଡାରରେ ଗଚ୍ଛିତ ରହିବା ଫଳରେ ନଦୀ ଫୁଲି ଉଠିଛି। ଫଳରେ ଗଡ଼ଶଙ୍କର ଡୁଙ୍ଗୁରିପାଲି ଓ ବନଛୋରପାଲି ଗ୍ରାମଗୁଡ଼ିକ ଆଜି ଜଳସମାଧି ନେଇଛି।

ନିକଟରେ ବିସ୍ଥାପିତ ହୋଇଥିବା ଗଡ଼ଶଙ୍କର ଡୁଙ୍ଗୁରିପାଲି ଜଳମଗ୍ନ ହୋଇଛି। ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରରୁ ଗତ ଶନିବାର ଦିନ ଜଗନ୍ନାଥଙ୍କୁ ବଲାଙ୍ଗୀର ଝାରଙ୍କରପାଲି ଥଇଥାନ କଲୋନିକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁବାର ଗ୍ରାମରେ ଥିବା ସେହି ଜଗନ୍ନାଥ ମନ୍ଦିର ବୁଡ଼ି ଯାଇଥିବା ବେଳେ ମନ୍ଦିର ଉପରକୁ ଟିକେ ଦେଖାଯାଉଛି। ଏହି ଗ୍ରାମର ପ୍ରାୟ ୭୫୦ ପରିବାରର ୩ ହଜାର ଲୋକଙ୍କୁ ବିସ୍ଥାପିତ କରାଯାଇ ବଲାଙ୍ଗୀର ଝାଙ୍କରପାଲି ଥଇଥାନ ଓ ପୁନର୍ବାସ କଲୋନିରେ ରଖାଯାଇଥିଲା। ସେହିପରି ବନଛୋପାଲି ଗ୍ରାମ ମଧ୍ୟ ଜଳସମାଧି ନେଇଥିବା ଜଣାଯାଇଛି। ଡ୍ୟାମ ଅଧୀକ୍ଷଣ ଯନ୍ତ୍ରୀ ନିର୍ବିଘ୍ନ ଭୋଇଙ୍କ ଠାରୁ ପ୍ରକାଶ ଯେ, ବର୍ତ୍ତମାନ ଜଳଭଣ୍ଡାରର ୨ ସ୍ଲୁଇସ ଗେଟ ଖୋଲା ରହିଛି। ଜଳସ୍ତର ଏବେ ୧୫ ମିଟର ରହିଛି। ବୁଡ଼ି ଅଞ୍ଚଳରେ ଥିବା ଗ୍ରାମଗୁଡ଼ିକୁ ଯିବା ପାଇଁ ରାସ୍ତା ବନ୍ଦ ହୋଇଯାଇଥିବା ବେଳେ ପୋନମୁଡ଼, ବିଜାପାଟି, ପରଧିଆପାଲି, ପଣ୍ଡାପାଲି, ଖପସାବାହାଲ, ବଡ଼ତେଲେନ, ସାନତେଲେନ ଗ୍ରାମ ମଧ୍ୟରୁ କିଛି ଗ୍ରାମ ସଂପୂର୍ଣ୍ଣ ଜଳମଗ୍ନ ହୋଇଥିବା ବେଳେ ଆଉ କିଛି ଗ୍ରାମ ବୁଡ଼ିଯିବା ଆଶଙ୍କା ରହିଥିବା ଶ୍ରୀ ଭୋଇ ସୂଚନା ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।