ରାଜ୍ୟ ସ୍ପେଶାଲ ରିପୋର୍ଟ

ଶେଷ ହେଲା ମାଓବାଦୀଙ୍କ ସହିଦ ସପ୍ତାହ: ରାୟଗଡ଼ାରେ ଘଟିନି କୌଣସି ହିଂସା

ରାୟଗଡ଼ା: ଜୁଲାଇ ୨୮ତାରିଖରୁ ଆରମ୍ଭ ହୋଇଥିବା ମାଓବାଦୀଙ୍କ ସହିଦ ସପ୍ତାହ ଆଜି ଶେଷ ହୋଇଛି। ରାୟଗଡ଼ା ଜିଲ୍ଲାରେ ଯଦିଓ ମାଓବାଦୀଙ୍କ ଗତିବିଧି ରହିଛି କିନ୍ତୁ ଏହି ସପ୍ତାହକ ମଧ୍ୟରେ କୌଣସି ପ୍ରକାର ହିଂସା ଘଟାଇବାକୁ ସୁଯୋଗ ପାଇନାହାନ୍ତି। କଡ଼ା ସୁରକ୍ଷା ବଳୟକୁ ଭେଦ କରିବା ମାଓବାଦୀଙ୍କ ପାଇଁ ସମ୍ଭବ ହୋଇନଥିବା କୁହାଯାଉଛି। ଯାହା ସୁରକ୍ଷା କର୍ମୀଙ୍କ ମନୋବଳକୁ ବଢ଼ାଇଛି।

ବହୁ ପୂର୍ବରୁ ସହିଦ ସପ୍ତାହ ପାଳନ କରିବାକୁ ମାଓବାଦୀ ଘୋଷଣା କରିଥିଲେ। ତେଣୁ ଏହି ସପ୍ତାହରେ ମାଓବାଦୀ ହିଂସା ଘଟାଇ ପାରନ୍ତି ବୋଲି ଆଶଙ୍କା ରହିଥିଲା। କିନ୍ତୁ ସେମିତି କିଛି ହୋଇନଥିଲା, ମାଓବାଦୀଙ୍କ ପ୍ରଭାବ ଜିଲ୍ଲାରେ ଆଦୌ ଦେଖିବାକୁ ମିଳିନଥିଲା। ତେବେ ଜିଲ୍ଲାର ସୀମାନ୍ତ ତଥା ଆନ୍ଧ୍ରର ଗ୍ରାମାଞ୍ଚଳରେ ମାଓବାଦୀ ସହିଦ ସପ୍ତାହ ପାଳନ କରିଥିବା ବେଳେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିବା ସୂଚନା ମିଳିଛି। ଘଞ୍ଚ ଜଙ୍ଗଲରେ ଏଥିପାଇଁ ଅସ୍ଥାୟୀ ସହିଦ ସ୍ତମ୍ଭ ମଧ୍ୟ ସଂଗଠନ ପକ୍ଷରୁ ନିର୍ମାଣ କରାଯାଇଥିଲା। ସ୍ତମ୍ଭ ନିକଟରେ ନାଚଗୀତ କରି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ସେହିପରି ସଂଗଠନର ବାର୍ତ୍ତା ଯୋଗ ଦେଇଥିବା ଗ୍ରାମବାସୀଙ୍କୁ ଦିଆଯାଇଥିଲା।

ଅନ୍ୟପକ୍ଷରେ ରାୟଗଡ଼ା ଜିଲ୍ଲାରେ ପୁଲିସ ଏବଂ ସିଆର୍‌ପିଏଫ୍‌ ପକ୍ଷରୁ କମ୍ବିଂ ଅପରେସନ ଜୋର୍‌ଦାର ହେବାରୁ ସହିଦ ସପ୍ତାହ ପାଳନ କରିବାକୁ ମାଓବାଦୀ ସୁଯୋଗ ପାଇ ନଥିଲେ। ତଥାପି ସହିଦ ସପ୍ତାହକୁ ଦୃଷ୍ଟିରେ ରଖି କାଁ ଭାଁ ସରକାରୀ ବସ୍‌ ଚଳାଚଳ କରିଥିଲା। ଆସନ୍ତାକାଲି ଠାରୁ ବସ୍‌ ସେବା ସ୍ବାଭାବିକ ହେବ ବୋଲି ସୂଚନା ମିଳିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।