ରାଜ୍ୟ ସ୍ପେଶାଲ ରିପୋର୍ଟ

ଜଲାପୁଟ ଡ୍ୟାମ୍‌ରୁ ଘୁଞ୍ଚିଲା ଓଡ଼ିଆ ଫଳକ: ପଛଘୁଞ୍ଚା ଦେଲା କୋରାପୁଟ ପ୍ରଶାସନ

ଲମତାପୁଟ: ଓଡ଼ିଶା ଲଗାଇଥିବା ଫଳକକୁ ଆନ୍ଧ୍ର ଅଧିକାରୀ ଓପାଡ଼ିବା ପରେ ସୂତ୍ରପାତ ହୋଇଥିବା ବିବାଦ ନୂଆ ମୋଡ଼ ନେଇଛି। ଦୁଇ ରାଜ୍ୟ ମଧ୍ୟରେ ଛକାପଞ୍ଝା ମଧ୍ୟ ଲାଗି ରହିଥିବା ବେଳେ କୋରାପୁଟ ଜିଲ୍ଲା ପ୍ରଶାସନ ପଛଘୁଞ୍ଚା ଦେଇଛି। ଜଲାପୁଟ ଜଳଭଣ୍ଡାର ନିକଟରେ ଲାଗିଥିବା ଓଡ଼ିଆ ଫଳକକୁ ପ୍ରଶାସନ ପକ୍ଷରୁ ସେଠାରୁ ହଟାଇ ଅନ୍ୟସ୍ଥାନରେ ସ୍ଥାପନ କରାଯାଇଛି। ଯାହାକୁ ନେଇ ଓଡ଼ିଶାରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି।
ଓଡ଼ିଶା ପକ୍ଷରୁ ଜଲାପୁଟ ଜଳଭଣ୍ଡାର ନିକଟରେ ଲାଗିଥିବା ଓଡ଼ିଆ ଫଳକକୁ ୧୦ଦିନ ମଧ୍ୟରେ ଦ୍ବିତୀୟ ଥର ପାଇଁ ଓପଡ଼ା ଯାଇଛି। ତେବେ ଏଥର ନିଜେ କୋରାପୁଟ ଜିଲ୍ଲା ପ୍ରଶାସନ ଫଳକକୁ ସେଠାରୁ ହଟାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ନନ୍ଦପୁର ବିଡିଓ ଏବଂ ତହସିଲଦାର ଆଜି ଅନ୍ୟସ୍ଥାନରେ ଫଳକକୁ ଲଗାଇଛନ୍ତି। ଏପରିକି ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀଙ୍କ କଥାକୁ ମଧ୍ୟ ପ୍ରଶାସନ ଗୁରୁତ୍ବ ଦେ‌ଲାନାହିଁ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ଆଜି ସକାଳେ ହିଁ ବିଧାୟକ ଦଳବଳ ନେଇ ଜଲାପୁଟ ଜଳଭଣ୍ଡାରକୁ ଯାଇଥିଲେ।

ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ଅଧିକାରୀଙ୍କୁ ଭେଟି ଫଳକ ସଂପର୍କରେ ଆଲୋଚନା କରିଥିଲେ। ଡ୍ୟାମର ସୁରକ୍ଷା ନିମନ୍ତେ ଫଳକର ଆବଶ୍ୟକତା ରହିଥିବା ଦର୍ଶାଇ ସେହି ସ୍ଥାନରେ ହିଁ ଫଳକ ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ଅପରାହ୍ନ ବେଳକୁ ବିଧାୟକ ଫେରି ଆସିବାର କିଛି ମିନିଟ୍‌ ମଧ୍ୟରେ ସବୁ ବଦଳି ଯାଇଥିଲା। ବିଧାୟକଙ୍କ ନିର୍ଦ୍ଦେଶକୁ ବି ଗୁରୁତ୍ବ ଦିଆଗଲାନି। ବିଡିଓ ସୁଜିତ କୁମାର ମିଶ୍ର ଓ ତହସିଲଦାର ନରସିଂହ ଗାଦବା ଘଟଣାସ୍ଥଳରେ ପହଞ୍ଚି ଆନ୍ଧ୍ରର ପ୍ରବେଶ ପଥରୁ ଓଡ଼ିଆ ଫଳକକୁ ବାହାର କରିଥିଲେ। ଓଡ଼ିଶାର ପ୍ରବେଶ ପଥରେ ତାହାକୁ ସ୍ଥାପନ କରିଥିଲେ। ଆନ୍ଧ୍ର ଅଧିକାରୀଙ୍କ ସହ କୋରାପୁଟ ଜିଲ୍ଲାପାଳ ଆଲୋଚନା କରିବା ପରେ ଏଭଳି କରିବାକୁ ନିର୍ଦ୍ଦେଶ ଦେଇଥିବା ଦୁଇ ପ୍ରଶାସନିକ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ପ୍ରଶାସନର ଏମିତି ପଦକ୍ଷେପ ପାଇଁ ବିଧାୟକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଧାନସଭା ଅଧିବେଶନରେ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ଏବଂ ଜଲାପୁଟ ଡ୍ୟାମ୍‌ ଦ୍ୱାରା ପ୍ରଭାବିତ ନନ୍ଦପୁର ଓ ଲମତାପୁଟବାସୀଙ୍କୁ କଣ ସୁବିଧା ମିଳିଛି ବୋଲି ପ୍ରଶ୍ନ କରିବେ ବୋଲି କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।