ରାଜ୍ୟ ସ୍ପେଶାଲ ରିପୋର୍ଟ

ବୀରମହାରାଜପୁରରେ ବନ୍ୟା ପରିସ୍ଥିତି: ଖୋଲିଲା ଠେଙ୍ଗୋ ଡ୍ୟାମ୍‌ର ୬ ଗେଟ୍‌, ୨୮୮ ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର

ବୀରମହାରାଜପୁର: ଲଗାଣ ବର୍ଷାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ରେ ଜୀବନଯାତ୍ରା ବ୍ୟାହତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ବ୍ଲକ୍‌ରେ ସର୍ବାଧିକ ୨୭୨ମିମି ବର୍ଷା ରେକର୍ଡ କରାଯାଇଛି। ତେଣେ ହରିହରଯୋର ଜଳସେଚନ ପ୍ରକଳ୍ପର ଠେଙ୍ଗୋ ଡ୍ୟାମ୍‌ରେ ୬ଟି ଗେଟ୍‌ ଖୋଲାଯିବା ଦ୍ବାରା ବ୍ଲକ୍‌ର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ଡ୍ୟାମ୍‌ର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୪୭.୫୦ ମିଟର ହୋଇଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଜଳସ୍ତର ୧୪୭ ମିଟରରେ ପହଞ୍ଚି ଯାଇଥିଲା। ଗତରାତି ପ୍ରାୟ ସାଢ଼େ ୮ଟା ବେଳେ ପ୍ରଥମ ଓ ପରେ ପର୍ଯ୍ୟାୟକ୍ରମେ ଅନ୍ୟ ୫ଟି ଗେଟ୍‌ ଖୋଲାଯାଇଥିବା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀ, ସହକାରୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ଜେନା ଓ କନିଷ୍ଠ ଯନ୍ତ୍ରୀ ସମଗ୍ରକାନ୍ତ ସିଂହ ସୂଚନା ଦେଇଛନ୍ତି। ଗେଟ୍‌ ଖୋଲାଯିବା ପରେ ତଳମୁଣ୍ଡର ବିଭିନ୍ନ ଗାଁରେ ବନ୍ୟା ପାଣି ପଶିଛି। ଘଙ୍ଗିଯୋର ଓ ବାଗବର ନାଳ ପୋଲ ଉପରେ ବନ୍ୟା ପାଣି ପ୍ରବାହିତ ହେବା ଦ୍ବାରା ବୀରମହାରାଜପୁର-ଚାରମାଳ, ବୀରମହାରାଜପୁର-ମୁର୍ଷୁଣ୍ଢୀ-ମୋଚିବାହାଲ ଓ ବୀରାମହାରାଜପୁର-ସୁବଳୟା ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ବାଗବର ମଠରେ ତେନ୍ତୁଳି ସଂସ୍ଥା ଗ୍ରାମର ଦେବ ଦେହୁରୀ (୮୧) ଓ ନୂଆଗଡ଼ ଗାଁର ଅଜୟ ନାୟକ ଫସି ରହିଥିବା ବେଳେ ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। ବ୍ଲକ୍‌ର କୃଷ୍ଣପାଲି, ବାରଝୁଲା, କୁଡ଼ାପଡା, ତେନ୍ତୁଳି ମହଦା, ଗୋବିନ୍ଦପୁର, ଗରିଆମୁଣ୍ଡା ଆଦି ଗାଁରେ ଚାଷ ଜମି ଜଳମଗ୍ନ ହେବା ସହ ବହୁ ଘର ଭାଙ୍ଗିଛି। ଉଲୁଣ୍ଡା ବ୍ଲକ୍‌ର ଜମ୍ଭାଲିପାଲି ଗାଁରେ ଗୋଟିଏ ସାହିର ୧୦ ପରିବାର ଜଳବନ୍ଦୀ ଅଛନ୍ତି। ପ୍ରଶାସନ ପକ୍ଷରୁ ୫୦ରୁ ଅଧିକ ଲୋକଙ୍କୁ ଉକ୍ତ ଗାଁ ସ୍କୁଲରେ ରଖାଯାଇଛି। ଏ ପର୍ଯ୍ୟନ୍ତ ବୀରମହାରାଜପୁର ବ୍ଲକ୍‌ର ୨୮୮ଜଣଙ୍କୁ ସ୍ଥାନାନ୍ତରିତ କରି ସ୍ଥାନୀୟ ସ୍କୁଲଗୁଡ଼ିକରେ ରଖାଯାଇଛି ବୋଲି ତହସିଲଦାର ବିବୁଧ ଗଣନାୟକ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।