ରାଜ୍ୟ ସ୍ପେଶାଲ ରିପୋର୍ଟ

୩ ଦଫା ଦାବି ହାସଲ ପାଇଁ ସମୂହ ଛୁଟିରେ ରହିବେ ପ୍ରାଥମିକ ଶିକ୍ଷକ

ଭଦ୍ରକ: ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଡାକରାରେ ବୁଧବାର ଭଦ୍ରକ ଜିଲ୍ଲାର ସବୁ ବର୍ଗର ପ୍ରାଥମିକ ଶିକ୍ଷକ ସଂଗଠନ  ତିନି ଦଫା ଦାବି ପୂରଣ ନେଇ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପରେ ଏକତ୍ରିତ ହୋଇଥିଲେ। ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଭଦ୍ରକ ଜିଲ୍ଲା ଶାଖାର ସଭାପତି ବାବୁଲା ରାଉତଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ଶିକ୍ଷକ ମାନଙ୍କର ଦୀର୍ଘ ଦିନରୁ  ହୋଇ ଆସୁଥିବା ତିନି ଦଫା ଦାବି ସମ୍ପର୍କରେ ଆଲୋଚନା କରାଯାଇଥିଲା।

ରାଜ୍ୟ ସରକାର ସବୁ ବର୍ଗର କର୍ମଚାରୀ ମାନଙ୍କର ଠିକା ନିଯୁକ୍ତି ଉଚ୍ଛେଦ କରିଥିବା ବେଳେ ପ୍ରାଥମିକ ଶିକ୍ଷକ ମାନଙ୍କୁ ଏଥିରୁ ବାଦ୍ ଦେଇଛନ୍ତି। ଏହାର ପ୍ରତିବାଦରେ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟରତ ସମସ୍ତ ଶିକ୍ଷକମାନଙ୍କ ଠିକା ନିଯୁକ୍ତି ଉଚ୍ଛେଦ କରି ଠିକା ନିଯୁକ୍ତି ସମୟକୁ ମୂଳ ଚାକିରିରେ ଗଣନା କରିବା ସହିତ କନିଷ୍ଠ ଶିକ୍ଷକ, ଏକ୍ସ କେଡର ଶିକ୍ଷକ, କଳା କ୍ରୀଡା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବାକୁ ଦାବି ରଖାଯାଇଥିଲ। ଏଥି ସହିତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କର ମୂଳ ବେତନ ୪୨୦୦ ଗ୍ରେଡ ପେ’ ଅନୁଯାୟୀ ପ୍ରଦାନ କରିବା ସହିତ ନୂତନ ପେନ୍‌ସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ପ୍ରଦାନ କରିବାକୁ ଶିକ୍ଷକମାନେ ଦାବି ରଖିଥିଲେ। ଉକ୍ତ ଦାବି ଗୁଡ଼ିକ ପୂରଣ କରିବା ପାଇଁ ଶିକ୍ଷକ ସଂଘ  ତରଫରୁ ବାରମ୍ବାର ଆନ୍ଦୋଳନ ଓ ସରକାରଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ସରକାର ଦାବି ପୂରଣ କରିବାରେ ବିଫଳ ହେବାରୁ ଏବେ ସାରା ରାଜ୍ୟର ପ୍ରାଥମିକ ଶିକ୍ଷକମାନେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବାକୁ ସ୍ଥିରକରିଛନ୍ତି।

ଆଜିର ବୈଠକର ନିଷ୍ପତ୍ତି ଅନୁସାରେ ଆଗାମୀ ୫ ତାରିଖରେ ବ୍ଲକ୍ ସ୍ତରରେ ଆନ୍ଦୋଳନ ପ୍ରସ୍ତୁତି ବୈଠକ କରିବା ସହିତ ଦାବି ପତ୍ର ପ୍ରଦାନ କରାଯିବ। ସେହିପରି ୧୧ ତାରିଖରେ ଜିଲ୍ଲା ସ୍ତରରେ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯିବ ଓ ଦାବି ପୂରଣ ନହେଲେ ଆସନ୍ତା ୧୬ ଅଗଷ୍ଟରୁ ଶିକ୍ଷକ ମାନେ ସମୂହ ଛୁଟିରେ ରହିବା ସହିତ ବ୍ଲକ୍ ସ୍ତରରୁ ଆନ୍ଦୋଳନ ଆରମ୍ଭ କରିବେ ବୋଲି ସ୍ଥିର କରିଛନ୍ତି। ଏହାଦ୍ବାରା ସମସ୍ତ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାଦାନ ବାଧପ୍ରାପ୍ତ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଉକ୍ତ ବୈଠକରେ ବିଭିନ୍ନ ସଂଗଠନ ତରଫରୁ ଶିକ୍ଷକ ନେତା ଅରବିନ୍ଦ ଦୀକ୍ଷିତ, ସମୀର କୁମାର ଜେନା, ରୂପେଶ କୁମାର  ସାହୁ, ପ୍ରଣୟ ମହାପାତ୍ର, ତବରେଜ୍ ଖାଁ, ସତ୍ୟବ୍ରତ ରାଉତ, ପ୍ରଦୀପ ଦାସ, ପ୍ରଶାନ୍ତ ବେହେରା, ଆଶିଷ ସାହୁ ଓ ସମସ୍ତ ବ୍ଲକ୍ ସଂଗଠନର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।