ରାଜ୍ୟ

ସାପ କାମୁଡ଼ାରେ ଭାଇ-ଭଉଣୀଙ୍କ ମୃତ୍ୟୁ, ୨୦ରୁ ଉର୍ଦ୍ଧ୍ବ ଅସୁସ୍ଥ

ଅମ୍ବାଭୋନା/ସୋର: ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଗୋଟିଏ ପରିବାରର ଦୁଇ ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି। ପ୍ରକାଶ ଥାଉ କି, ଗୋବିନ୍ଦପୁର ଗ୍ରାମର କିଶୋରୀ ତିହିରିଆଙ୍କ ବିବାହିତା ଝିଅ ସୀତୟା ବାପଘରକୁ ଆସିଥିଲେ। ମଙ୍ଗଳବାର ରାତିରେ ଖାଇପିଇ ସାରି ଶୋଇଥିବା ବେଳେ ପ୍ରଥମେ ଭାଇ ଅର୍ଜୁନ ତିହିରିଆ (୩୫ ବର୍ଷ)ଙ୍କୁ ବିଷାକ୍ତ ସାପ କାମୁଡ଼ିବାରୁ ସେ ସାପଟିକୁ ହାତରେ ଧରି ଫୋପାଡ଼ି ଦେଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଉକ୍ତ ସାପଟି ଭଉଣୀ ସୀତୟା ତିହିରିଆ (୩୩ ବର୍ଷ)ଙ୍କ ଦେହରେ ପଡ଼ିବାରୁ ତାଙ୍କୁ ମଧ୍ୟ କାମୁଡ଼ିଥିଲା। ଝଡ଼ାଫୁଙ୍କା ଓ ପ୍ରାଥମିକ ଚିକିତ୍ସା ସତ୍ତ୍ବେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଅର୍ଜୁନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସୀତୟାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା।

ମାତ୍ର ଉଭୟ ଭାଇଭଉଣୀଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଅମ୍ବାଭୋନା ଓ ବୁର୍ଲା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଉଭୟଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟପଟେ ବାଲେଶ୍ୱର ଜିଲ୍ଲା ସୋର ପୌରାଞ୍ଚଳ ଓ ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରେ ସାପ କାମୁଡ଼ା ଯୋଗୁଁ ଆଜି ୨୦ ଜଣରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ଅସୁସ୍ଥ ହୋଇ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରେ ଡ. ଭାସ୍କର ଚନ୍ଦ୍ର ସାହୁ, ଅଭୟ କୁମାର ପଣ୍ଡା, ନମିତା ବିଶ୍ୱାଳ, ସାବିତ୍ରୀ ପରିଡ଼ା, ସୁଧାକର ବିଶ୍ୱାଳ, ସସ୍ମିତା ପାଣିଗ୍ରାହୀ, ବାପି ଦଳେଇ, ପାର୍ବତୀ ସେଠୀ, ଭାଗବତ ମହାଳିକ, ସୁମିତ୍ରା ନାୟକ, ଅଜୟ ମଳିକ, ସନାତନ ମଳିକ, ଗଙ୍ଗାଧର ସିଂହ, ସାବିତ୍ରୀ ଦାସ, ଉଦୟ ନାୟକ, ମୁକ୍ତିକାନ୍ତ ମହାଳିକ, କାଶୀନାଥ ମଳିକ, ଅନିରୁଦ୍ଧ ବେହେରା, ସୁଶାନ୍ତ କୁମାର ଲେଙ୍କା, ହିମାଂଶୁ ପଣ୍ଡା ପ୍ରମୁଖ ଅଛନ୍ତି। ପରୀକ୍ଷା ପାଇଁ ସମସ୍ତଙ୍କ ରକ୍ତନମୁନା ନିଆଯାଇଥିବା ଜଣାପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।