ରାଜ୍ୟ ସ୍ପେଶାଲ ରିପୋର୍ଟ

ଖାଦ୍ୟ ବ୍ୟବସାୟୀଙ୍କ ପାଇଁ ‘ଫୋଷ୍ଟାକ୍‌’ ବାଧ୍ୟ

କଟକ: କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ଫୋଷ୍ଟାକ୍‌ ବା ‘ଫୁଡ୍‌ ସେଫ୍‌ଟି ଟ୍ରେନିଂ ଆଣ୍ଡ ସାର୍ଟିଫିକେସନ୍‌ ଯୋଜନା ସାରା ଦେଶରେ ଲାଗୁ କରାଯାଇଛି। କଟକ ପୌର ନିଗମ ତରଫରୁ ୨୦୨୫ ପରେ ଏହାକୁ ସହରରେ କଡ଼ାକଡ଼ି ଭାବେ ଲାଗୁ କରାଯିବାର ଯୋଜନା ରହିଛି। ନିଗମ ଅଞ୍ଚଳରେ ଖାଦ୍ୟ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ପାଇଁ ଫୋଷ୍ଟାକ୍‌ ବାଧ୍ୟତାମୂଳକ ହେବ। ଯେଉଁ ବ୍ୟବସାୟୀ ଫୋଷ୍ଟାକ୍‌ ଯୋଜନାରେ ତାଲିମ ନେଇ ନ ଥିବେ ସେମାନଙ୍କୁ ଫୁଡ୍‌ ଲାଇସେନ୍ସ ମିଳିବ ନାହିଁ। ପୂର୍ବରୁ ଫୁଡ୍‌ ଲାଇସେନ୍ସ ଥିଲେ ମଧ୍ୟ ଏହି ସାର୍ଟିଫିକେଟ୍‌ ନେବା ଜରୁରୀ ବୋଲି ୨୦୨୨ ମେରେ ନିଗମ ପକ୍ଷରୁ କୁହାଯାଇଥିଲା। ହେଲେ, ଏକ ବର୍ଷରୁ ଅଧିକ ସମୟ ହେବ ନିଗମ ପକ୍ଷରୁ ଫୋଷ୍ଟାକ୍‌ କାର୍ଯ୍ୟକ୍ରମ ବନ୍ଦ ରହିଛି।

ସହରର ରାସ୍ତାକଡ଼ରେ ବ୍ୟବସାୟ କରୁଥିବା ଖାଦ୍ୟ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ବଡ଼ ହୋଟେଲ୍‌ ବ୍ୟବସାୟୀ, ଖାଦ୍ୟ ପ୍ରଦାର୍ଥ ଓ ଥଣ୍ଡା ପାନୀୟ ପ୍ରସ୍ତୁତକାରୀ କମ୍ପାନି, ଅଟା, ପାଉରୁଟି, କ୍ଷୀର, ଆଇସ୍‌କ୍ରିମ୍‌, ମସଲା ଆଦି କମ୍ପାନିର ୧୨ ହଜାରରୁ ଅଧିକ ବ୍ୟବସାୟୀ ଓ କର୍ମଚାରୀଙ୍କୁ ଖାଦ୍ୟ ପ୍ରସ୍ତୁତି ପାଇଁ ସାମଗ୍ରୀ କିଣା, ଖାଦ୍ୟ ପ୍ରସ୍ତୁତି ଓ ବିକ୍ରି ସମ୍ପର୍କରେ ପୌର ନିଗମ ପକ୍ଷରୁ ଏହି ତାଲିମ ଦିଆଯିବାକୁ ଯୋଜନା କରାଯାଇଥିଲା। ଏଥିରେ ପ୍ରଶିକ୍ଷଣ ନେଇଥିବା ବ୍ୟକ୍ତିଙ୍କୁ ଫୁଡ୍‌ ସେଫ୍‌ଟି ସୁପର୍‌ଭାଇଜର୍‌(ଏଫଏସ୍‌ଏସ୍‌)ରୁ ସାର୍ଟିଫିକେଟ୍‌ ମିଳିବ ବୋଲି କୁହାଯାଇଥିଲା। ପ୍ରଶିକ୍ଷଣ ଶିବିରରେ ସ୍ବଚ୍ଛ ପରିବେଶ ମଧ୍ୟରେ ଖାଦ୍ୟ ପ୍ରସ୍ତୁତି, ଖାଦ୍ୟ ପରିବେଷଣର ପ୍ରଣାଳୀ, ଫୁଡ୍‌ ଲାଇସେନ୍ସ ପାଇଁ ଆବେଦନ, ଫୁଡ୍‌ ଲାଇସେନ୍ସ, ଫୁଡ୍‌ ସେଫ୍ଟି ଟ୍ରେନିଂ ଆଦି ବିଷୟରେ ତାଲିମ ଦିଆଯିବ ବୋଲି ନିଗମ ସୂଚନା ଦେଇଥିଲା।

ଫୋଷ୍ଟାକ୍‌ ଯୋଜନାରେ ବେସିକ୍‌, ଆଡ୍‌ଭାନ୍ସ ଓ ସୁପର୍‌ ଆଡ୍‌ଭାନ୍ସ ଆଦି ତିନିପ୍ରକାରର ତାଲିମର ବ୍ୟବସ୍ଥା ରହିଛି। କଟକ ପୌର ନିଗମରେ ‌କେବଳ ବେସିକ୍ ଟ୍ରେନିଂ ପ୍ରୋଗ୍ରାମ୍‌ କରାଯିବାକୁ ସ୍ଥିର ହୋଇଥିଲା। ୨୦୨୨ ଏପ୍ରିଲ୍‌ ଓ ମେରେ ଏହାକୁ ନେଇ ନିଗମ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଥିଲା। ସେହିବର୍ଷ ମେ ମାସରେ ନିଗମ ପକ୍ଷରୁ ଏକାଧିକ ଶିବିରର ଆୟୋଜନ କରାଯାଇ ୭୦୦ ବ୍ୟବସାୟୀଙ୍କୁ ଏଥିରେ ସାମିଲ କରାଯାଇଥିଲା। କିନ୍ତୁ, ଏହାପରେ ଉକ୍ତ ତାଲିମ ଶିବିର ଆୟୋଜନ କରିବାକୁ ସ୍ବାସ୍ଥ୍ୟ ବିଭାଗ ଭୁଲି ଯାଇଥିବା ପରିଲକ୍ଷିତ ହୋଇଛି। ସହରବାସୀଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହ ଖାଦ୍ୟ ବ୍ୟବସାୟୀଙ୍କୁ ବିଭିନ୍ନ ବିଷୟ ଉପରେ ସଚେତନ କରାଇବା ଦିଗରେ ଉଦ୍ୟମ କରିବାକୁ ସାଧାରଣରେ ଦାବି ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।