ରାଜ୍ୟ

ଆଜି ବିଶ୍ବବ୍ୟାଘ୍ର ଦିବସ: ବାଘଶୂନ୍ୟ ହୋଇଯିବ ଶିମିଳିପାଳ

ବାରିପଦା, (ବଟକୃଷ୍ଣ ବିହାରୀ): ଓଡ଼ିଶା ହାଇକୋର୍ଟର ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଦେଶର ନ୍ୟାୟିକ ବ୍ୟବସ୍ଥା ସମ୍ପର୍କରେ ସାରଗର୍ଭକ ଭାଷଣ ଦେଇଥିଲେ ‌ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେବେ ନ୍ୟାୟମୂର୍ତ୍ତିମାନଙ୍କ ଗହଣରେ ସେ ଯେଉଁ ଭିନ୍ନ ପ୍ରସଙ୍ଗଟି ଉଠାଇଥିଲେ ତାହା ହେଉଛି; ପରିବେଶ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା। ନ୍ୟାୟ ବ୍ୟବସ୍ଥା ଉପରେ ନଜର ରଖିବା ସହ ନ୍ୟାୟପାଳିକା ବନ୍ୟଜନ୍ତୁମାନଙ୍କ ସଂରକ୍ଷଣକୁ ମଧ୍ୟ ପ୍ରାଥମିକତା ଦେଉ ବୋଲି ଆହ୍ବାନ କରିଥିଲେ ରା‌ଷ୍ଟ୍ରପତି।

Nature Safari India

ହେଲେ ପରିତାପର ବିଷୟ ଯେ ରାଷ୍ଟ୍ରପତି ଯେଉଁ ପ୍ରସଙ୍ଗକୁ ନେଇ ଚିନ୍ତାପ୍ରକଟ କରିଛନ୍ତି, ସେ ଦିଗରେ ରାଜ୍ୟ କିମ୍ବା କେନ୍ଦ୍ର ସରକାର ବିଶେଷ ଗୁରୁତ୍ବ ଦେଲା ଭଳି ମନେ ହେଉନି। କାରଣ ବାଘଙ୍କ ସୁରକ୍ଷା ଓ ସେମାନଙ୍କ ବଂଶ ବୃଦ୍ଧି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ବେ ଅସୁରକ୍ଷିତ ହୋଇପଡ଼ିଛି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ। ଏଠାରେ ଅବାଧରେ ବାଘ ଶିକାର କରି ଦାନ୍ତ, ନଖ, ଚମଡ଼ାକୁ ବାହାରକୁ ଚାଲାଣ କରୁଛନ୍ତି ଶିକାରୀ। ସ୍ଥିତି ଏମିତି ଯେ ଶିମିଳିପାଳ ଅଭୟାରଣ୍ୟ ଭବିଷ୍ୟତରେ ବାଘଶୂନ୍ୟ ହୋଇଯିବାର ଆଶଙ୍କା ବି ଆଦୌ ଅମୂଳକ ନୁହେଁ। ଘଞ୍ଚଜଙ୍ଗଲ ସାଙ୍ଗକୁ ଜୈବ ବିବିଧତାରେ ପରିପୂର୍ଣ୍ଣ ଶିମିଳିପାଳ ଅଭୟାରଣ୍ୟ ବିଭିନ୍ନ ପ୍ରଜାତିର ବାଘଙ୍କ ପାଇଁ ଏକ ପ୍ରକୃଷ୍ଟ ଆବାସସ୍ଥଳୀ। ଖାସ୍‌ ଏଥିପାଇଁ ନିକଟରେ ଏହାକୁ ଦେଶର ୧୨ ଶ୍ରେଷ୍ଠ ବ୍ୟାଘ୍ର ଅଭୟାରଣ୍ୟ ତାଲିକାରେ ସ୍ଥାନ ମିଳିଛି। ପୂର୍ବରୁ ଶିମିଳିପାଳ ଉତ୍ତମ ଶ୍ରେଣୀରେ ଥିବା ବେଳେ ଏବେ ଏହା ଉତ୍କୃଷ୍ଟ ଶ୍ରେଣୀକୁ ଉନ୍ନୀତ ହୋଇଛି।

Nature Safari India

ନିକଟରେ ଜାତୀୟ ସ୍ତର‌ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଶିମିଳିପାଳରେ ଏବେ ୨୦ଟି ମହାବଳ ବାଘ ଅଛନ୍ତି। ତେବେ ଏହି ରିପୋର୍ଟର ବିଶ୍ବସନୀୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୨୦୧୮ ମସିହାରୁ ଏଠାରେ ବାଘ ଗଣନା ହୋଇନାହିଁ। ତେବେ କେଉଁ ଆଧାରରେ ଜାତୀୟସ୍ତରରେ ଏଭଳି ରିପୋର୍ଟ ପ୍ରକାଶ ପାଇଲା, ସେ ସଂକ୍ରାନ୍ତରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ମଧ୍ୟ ସନ୍ଦିହାନ ଅଛନ୍ତି। ସୂଚନାଯୋଗ୍ୟ ଯେ ୨୦୦୬ରେ ଶିମିଳିପାଳରେ ୧୦୧ଟି ମହାବଳ ବାଘ ଥିଲେ। ୨୦୧୮ ମସିହାରେ ଏହି ସଂଖ୍ୟା ମାତ୍ର ୧୮କୁ ଖସି ଆସିଥିଲା, ଯାହାକି ସମସ୍ତଙ୍କୁ ଚକିତ କରିଥିଲା। ବାଘବଂଶ ବୃଦ୍ଧି ବଦଳରେ କେମିତି ପାଖାପାଖି ୬ ଗୁଣା ହାରରେ କମିଲା, ସେ ବାବଦରେ କୌଣସି ଖୋଳତାଡ଼ ହେଲ‌ାନି। ସେହିପରି ଏଠାରେ ବାଘ ଗଣନାର ପଦ୍ଧତି ନେଇ ମଧ୍ୟ ବିତର୍କ ହେଉଛି। ଅତ୍ୟାଧୁନିକ କ୍ୟାମେରା ଜରିଆରେ ଗଣନା କରାଯାଉଥିବାରୁ ସଂଖ୍ୟାରେ ତାଳମେଳ ରହୁନାହିଁ। ପାଦଚିହ୍ନ ଜରିଆରେ ଗଣନା ହେଲେ ଠିକ୍ ରିପୋର୍ଟ ମିଳିପାରନ୍ତା ବୋଲି କହିଛନ୍ତି ପରିବେଶବିତ ଭାନୁମିତ୍ର ଆଚାର୍ଯ୍ୟ।

ଅସୁରକ୍ଷିତ ଶିମିଳିପାଳରେ ଆଗକୁ ବାଘବଂଶ ତିଷ୍ଠିପାରିବ କି ନାହିଁ ତାହା ଆଜିର ଦିନରେ ବଡ଼ ଆହ୍ବାନ। ଗତ ରବିବାର ଦିନ ଖୁଣ୍ଟା ଥାନା ଅଞ୍ଚଳରୁ ଏକକାଳୀନ ୪ଟି କଲରାପତରିଆ ବାଘଛାଲ ଜବତ ହୋଇଥିଲା। ସେହିପରି କିଛି ବର୍ଷ ଆଗରୁ ଶିମିଳିପାଳରେ ଠାବ ହୋଇଥିବା ବିରଳ କଳାବାଘର ମଧ୍ୟ ଚଳିତବର୍ଷ ମୃତ୍ୟୁ ଘଟିଥିଲା। ଏପଟେ ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ ଗାଁରୁ ଗତ ମାସକ ମଧ୍ୟରେ ୨୦ରୁ ଅଧିକ ବନ୍ଧୁକ ଜବତ ହେଲାଣି। ଏ ସବୁକୁ ବିଚାରକୁ ନେଲେ ଶିମିଳିପାଳରେ ବାଘବଂଶ ଯେ ବିଲୁପ୍ତ ହେବାକୁ ଯାଉଛି, ଏଥିରେ ସନ୍ଦେହ ନାହିଁ। ବେଳ ଥାଉ ଥାଉ କେନ୍ଦ୍ର ଓ ରାଜ୍ୟ ସରକାର ଏ ଦିଗରେ ବଳିଷ୍ଠ ପଦକ୍ଷେପ ନନେଲେ ଶିମିଳିପାଳରେ ମହାବଳ ବାଘ କେବଳ ଇତିହାସ ହୋଇ ରହିଯିବେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।