ରାଜ୍ୟ

ରାଜଧାନୀ ରାଜନୀତି ସରଗରମ: ବିଜେଡିର ସାଂସଦ ପ୍ରାର୍ଥୀ କିଏ ?

ବହୁ ବର୍ଷର ବ୍ୟବଧାନ ପରେ ୨୦୧୯ରେ ବିଜେଡି ହାତରୁ ଖସିଯାଇଥିଲା ଭୁବନେଶ୍ବର ଲୋକସଭା ଆସନ। ଆଇଏଏସ୍ ଅଫିସର୍‌ରୁ ନେତା ପାଲଟିଥିବା ଅପରାଜିତା ଷଡ଼ଙ୍ଗୀ ବିଜେପି ଟିକେଟ୍‌ରେ ନିର୍ବାଚିତ ହେଲେ। ଆଇପିଏସ୍‌ ଅଫିସର୍‌ରୁ ନେତା ପାଲଟିଥିବା ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ହାରିଗଲେ। ଏଥର ଅପରାଜିତା ବିଜେପିରୁ ପୁଣି ପ୍ରାର୍ଥୀ ହେବା ଏକପ୍ରକାର ଥୟ। ସେ ପୂରା ପ୍ରସ୍ତୁତିରେ ବି ଲାଗିପଡ଼ିଲେଣି। କିନ୍ତୁ ଅପରାଜିତାଙ୍କୁ ମୁକାବିଲା କରିବାକୁ ବିଜେଡି କାହାକୁ ମଇଦାନକୁ ଓହ୍ଲାଇବ, ତାହାକୁ ନେଇ ରାଜଧାନୀ ରାଜନୀତି ସରଗରମ।

ସମୟ ଯେତିକି ଗଡ଼ୁଛି, ବିଜେଡିରେ ଆଶାୟୀ ସଂଖ୍ୟା ସେତିକି ବଢ଼ିବାରେ ଲାଗିଛି। ଗତ ଥରର ପ୍ରାର୍ଥୀ ଅରୂପ ପଟ୍ଟନାୟକ ପୁନର୍ବାର ଟିକେଟ୍‌ ପାଇଁ ଅଣ୍ଟା ଭିଡ଼ିଛନ୍ତି। ‘ଓଡ଼ିଶା ମୋ ପରିବାର’ ମାଧ୍ୟମରେ ତାଙ୍କ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ନାମକୁ ନେଇ କିଛି ଦିନ ହେଲା ଚର୍ଚ୍ଚା ଜୋର୍‌ ଧରିଛି। କିଛି କର୍ପୋରେଟର୍‌ଙ୍କୁ ନିମନ୍ତ୍ରଣ କରି ସେ ଆପ୍ୟାୟିତ କଲା ପରେ ଏହି ଚର୍ଚ୍ଚା ଆହୁରି ଶକ୍ତିଶାଳୀ ହୋଇଛି। ପୁଣି ଶ୍ରୀମୟୀ ମିଶ୍ର ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ହେଲା ପରେ ତାଙ୍କ ନାମ ମଧ୍ୟ ଆଲୋଚନା ପରିସରକୁ ଆସିଛି। ସେ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଅପରାଜିତାଙ୍କୁ ମୁକାବିଲା କରୁଥିବା ଦେଖିବାକୁ ମିଳୁଛି। ମେୟର ପଦବି ପାଇଁ ତାଙ୍କ ନାମ ଚର୍ଚ୍ଚା‌ର ଆଗରେ ରହିଥିଲେ ବି ସୁଲୋଚନାଙ୍କ ମୁଣ୍ଡରେ ସୁନା କଳସ ଢଳାଗଲା। ଅବଶ୍ୟ ଜଣେ ନେତାଙ୍କୁ ପର୍ଯ୍ୟବେକ୍ଷକ କଲା ପରେ ସେହିଠାରେ ପ୍ରାର୍ଥୀ କରାଯିବାର ଉଦାହାରଣ ଖୁବ୍ କମ୍‌। ଏହା ବାଦ୍ ପୂର୍ବତନ ସାଂସଦ ବାବା ପ୍ରସନ୍ନ ପାଟ୍ଟଶାଣୀ ବି ଦୌଡ଼ରେ ଆଗରେ ଅଛନ୍ତି। ଏପରିକି ତାଙ୍କୁ ଟିକେଟ୍‌ ମିଳିବ ବୋଲି ସେ ନିଜେ ଇସାରା ଦେଇସାରିଛନ୍ତି। ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ପାଇଁ ଦଳ ଭିତରେ ଲବି ବଢ଼ୁଛି। ଗୋଟିଏ ପଟେ ଅପରାଜିତାଙ୍କୁ ବ୍ରେକ୍‌ ଦେବାକୁ ବିଜେଡି ପ୍ରତିଜ୍ଞା କରିଛି। ଅନ୍ୟ ପଟେ ପ୍ରାର୍ଥୀ ଚୟନ କଷ୍ଟକର ବ୍ୟାପାର ହୋଇଥିବାରୁ ଦଳ ଅଡ଼ୁଆରେ ପଡ଼ିଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।