ରାଜ୍ୟ

ଜୟପୁର-ଭୁବନେଶ୍ବର ବିମାନ ସେବା ପୁଣି ୩ ଦିନ ବାତିଲ୍; ଖରାପ ପାଗ ନା ଯାନ୍ତ୍ରିକ ତ୍ରୁଟି, ଦ୍ବନ୍ଦ୍ବରେ ଯାତ୍ରୀ

ଜୟପୁର : ନିୟମିତ ହୋଇପାରୁନି ଜୟପୁର-ଭୁବନେଶ୍ବର ବିମାନ ଉଡ଼ାଣ। ‌କେବେ ପାଗ ଖରାପ ତ କେବେ ଯାନ୍ତ୍ରିକ ତ୍ରୁଟି କାରଣରୁ ଉଡ଼ାଣ ବାତିଲ୍ ହେଉଛି। ଜୁଲାଇରେ ଅଧା ଦିନ ଉଡ଼‌ାଣ ଭରିନଥିବା ବିମାନ ଆଜି ବି ବାତିଲ୍ ରହିଥିଲା। ଏଥି ସହିତ ୨୯ ଓ ୩୧ ତାରିଖରେ ଚଳାଚଳ ନ କରିବା ନେଇ ଘୋଷଣା କରିଛନ୍ତି ଇଣ୍ଡିଆ ୱାନ୍ ଏୟାର୍ କର୍ତ୍ତୃପକ୍ଷ। ସେହିପରି ଅଗ‌ଷ୍ଟରେ ମଧ୍ୟ ୧୫ ଦିନ ହିଁ ବିମାନ ଉଡ଼ାଣ ଭରିବ ବୋଲି କମ୍ପାନିର ଟିକେଟ୍ ବୁକିଂ ୱେବସାଇଟରୁ ଜଣାପଡ଼ିଛି।

ଅଗଷ୍ଟ ମାସରେ ମାତ୍ର ୧୬ ଦିନ ହିଁ ବିମାନ ଚାଲିବ। ଟିକେଟ୍ ବୁକିଂ ସାଇଟ୍‌ରେ ଅଗଷ୍ଟ ୨, ୩, ୪, ୫, ୬ ତାରିଖରେ ବିମାନ ଉଡ଼ାଣ ଭରିବା ନେଇ ଦେଖାଉଛି। ଏହା ପରେ ୭ ଓ ୮ ତାରିଖ ଚଳାଚଳ ନ କରି ପୁଣି ୯, ୧୦, ୧୩ ,୧୬, ୧୭, ୨୦, ୨୩, ୨୪, ୨୭, ୩୦ ଓ ୩୧ତାରିଖରେ ଟିକେଟ ସଂରକ୍ଷଣ ପାଇଁ ସାଇଟ୍ ଖୋଲା ରହିଛି। ବର୍ଷା ପ୍ରଭାବରେ ଅଧିକାଂଶ ଦିନ ଜୟପୁର ଆକାଶ ମେଘାଚ୍ଛନ୍ନ ରହୁଛି। କୁଣ୍ଡା ଝଡ଼ା ବର୍ଷା ଲାଗି ରହୁଥିବାରୁ ବିମାନ ଲ୍ୟାଣ୍ଡିଂ ଓ ଟେକ୍‌ଅପ୍‌ରେ ସମସ୍ୟା ସୃଷ୍ଟି ହେଉଛି। ବହୁ ସମୟରେ ବିମାନ ଜୟପୁର ବିମାନ ବନ୍ଦର ନିକଟରେ ପହଞ୍ଚିବା ପରେ ଓହ୍ଲାଇବା ପାଇଁ ଅନୁମତି ମିଳିପାରୁନି।

ଜୁଲାଇ ୧୫ ତାରିଖରେ ବିମାନଟି ସହର ଉପରେ ଛଅ ଚକ୍କର କାଟିବା ପରେ ଲ୍ୟାଣ୍ଡିଂ ନ କରି ପାଇଲଟ୍ ପୁଣି ବିମାନକୁ ଭୁବନେଶ୍ବରକୁ ଫେରାଇ ନେଇଥିଲେ। ଜୟପୁରରୁ ବିଶା‌ଖାପାଟଣା, ବିଶାଖାପାଟଣାରୁ ଜୟପୁର ଓ ଜୟପୁରରୁ ଭୁବନେଶ୍ବର ଯିବା ପାଇଁ ଯାତ୍ରୀମାନେ ଟିକେଟ୍ କାଟି ବିମାନକୁ ଅପେକ୍ଷା କରୁଥିବା ବେଳେ ସେବା ନ ପାଇ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଗତ ୨୮ ଦିନ ମଧ୍ୟରେ ଏଭଳି ୧୦ ଥର ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଇଣ୍ଡିଆ ୱାନ୍ ଏୟାର କିଣିଥିବା ୩ଟି ବିମାନ ଜାମସେଦପୁର, କୋଲକାତା ସହ ଜୟପୁର-ଭୁବନେଶ୍ବର, ଜୟପୁର-ବିଶାଖାପାଟଣାକୁ ଉଡ଼ାଣ କରୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।