ଅପରାଧ ରାଜ୍ୟ

ବିଜେଡି ସମର୍ଥକଙ୍କ ଆକ୍ରମଣରେ ୨ସାମ୍ବାଦିକ ଆହତ

ଯାଜପୁର : ଶୁକ୍ରବାର ରାତିରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ଅନ୍ତର୍ଗତ ମଙ୍ଗଳପୁର ଥାନା ନିକଟ ପୋଷ୍ଟ ଅଫିସ ଛକରେ ବିଜେଡି ସମର୍ଥକଙ୍କ ଅତର୍କିତ ଆକ୍ରମଣରେ ୨ଜଣ ସାମ୍ବାଦିକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଦୁଇ ସାମ୍ବାଦିକ ହେଲେ ‘ସମ୍ବାଦର ବ୍ଲକ୍ ପ୍ରତିନିଧି ଚନ୍ଦ୍ରଶେଖର ସାହୁ ଓ ଦୈନିକ ଭାସ୍କରର ପ୍ରତିନିଧି ଜ୍ୟୋତିପ୍ରକାଶ ମିଶ୍ର। ଉଭୟଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଶ୍ରୀ ସାହୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସଂପର୍କରେ ମଙ୍ଗଳପୁର ଥାନାରେ ଶ୍ରୀ ସାହୁଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।

ଘଟଣାରୁ ପ୍ରକାଶ ଯେ ଶୁକ୍ରବାର ରାତିରେ ପାଲଟପୁର ପଞ୍ଚାୟତର ଏକ ଗଣ୍ଡଗୋଳ ଘଟଣାକୁ ନେଇ ମଙ୍ଗଳପୁର ଥାନାକୁ ଯାଇ ବାଇକ୍‌ରେ ଫେରୁଥିବା ବେଳେ ଉଭୟ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥିଲା। ଥାନା ଠାରୁ ପ୍ରାୟ ଶହେ ମିଟର ଦୂରରେ ୩୦ରୁ ୩୫ଜଣ ଯୁବକ ପୂର୍ବରୁ ଠେଙ୍ଗାବାଡ଼ି ଓ ‌ଲୁହାରଡ଼ ଧରି ପ୍ରସ୍ତୁତ ରହିଥିଲେ। ଏମାନଙ୍କ ବାଇକ୍‌ ପହଞ୍ଚିବା କ୍ଷଣି ଚନ୍ଦ୍ରଙ୍କ ଉପରେ ପ୍ରଥମେ ଅତର୍କିତ ଆକ୍ରମଣ କରିଥିଲେ। ଚନ୍ଦ୍ରକୁ ସୁରକ୍ଷା ଦେବାକୁ ଯାଇ ଜ୍ୟୋତି ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚିଯିବାରୁ ଆକ୍ରମଣକାରୀମାନେ ଛତ୍ରଭଙ୍ଗ ଦେଇଥିଲେ। ଚନ୍ଦ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଜ୍ୟୋତିଙ୍କ ହାତରେ ମାଡ଼ ହୋଇଛି। ଏହି ଘଟଣାରେ ପାଲଟପୁର ପଞ୍ଚାୟତର ସମିତି ସଭ୍ୟ ବୀରେନ୍ଦ୍ର ମଲ୍ଲିକଙ୍କ ସମ୍ପର୍କୀୟ ଓ ସମର୍ଥକଙ୍କ ସହ ଗତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ରୂପେ ଲଢ଼ି ହାରିଥିବା ଅବିନାଶ ମଲ୍ଲିକଙ୍କ ସମ୍ପର୍କୀୟମାନେ ସାମିଲ ଥିଲେ ବୋଲି ଅଭିଯୋଗ ହୋଇଛି। ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହିତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।