ଦେଶ ବିଦେଶ

ମହାରାଷ୍ଟ୍ରର ବୁଲ୍‌ଢ଼ାଣା ଜିଲ୍ଲାରେ ୨ ଯାତ୍ରୀବାହୀ ବସ୍‌ ମଧ୍ୟରେ ଧକ୍କା: ୬ ମୃତ, ୨୫ ଆହତ

ବୁଲ୍‌ଢ଼ାଣା: ଗତରାତିରେ ମହାରାଷ୍ଟ୍ରର ବୁଲ୍‌ଢାଣା ଜିଲ୍ଲା ଅନ୍ତର୍ଗତ ୬ ନମ୍ବର ଜାତୀୟ ରାଜପଥରେ ଦୁଇଟି ସୌଖୀନ ପର୍ଯ୍ୟଟକ ବସ୍‌ ପରସ୍ପର ସହିତ ଧକ୍କା ଖାଇବାରୁ ୨ଜଣ ମହିଳାଙ୍କ ସମେତ ପ୍ରାୟ ୬ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ୨୫ଜଣ ଆହତ ହୋଇଥିବା କଥା ପୁଲିସ କହିଛି।

ମଲ୍‌କାପୁର ସହରର ଫ୍ଲାଏଓଭର୍‌ ଉପରେ ରାତି ପ୍ରାୟ ୨.୩୦ରେ ଏହି ଦୁର୍ଘଟଣା ଘଟିଥିବା କଥା ଜଣେ ପୁଲିସ ଅଧିକାରୀ ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’କୁ କହିଛି। ସେ କହିଛନ୍ତି, ଅମରନାଥ ଯାତ୍ରାରୁ ଫେରି ଗୋଟାଏ ବସ୍‌ ହିଙ୍ଗୋଲିକୁ ଯାଉଥିବା ବେଳେ ନାଶିକ ଆଡ଼କୁ ଯାଉଥିବା ଅନ୍ୟ ଏକ ବସ୍‌ ସହିତ ଧକ୍କା ଖାଇବାରୁ ଦୁର୍ଘଟଣା ଘଟିଥିଲା।

ନାଶିକ ଆଡ଼କୁ ଯାଉଥିବା ବସ୍‌ଟି ବାଟରେ ଗୋଟାଏ ଟ୍ରକ୍‌କୁ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ଦ୍ବିତୀୟ ବସ୍‌ର ଆଗକୁ ଚାଲି ଆସିବାରୁ ଦୁର୍ଘଟଣା ଘଟିଲା ବୋଲି ସେ କହିଛନ୍ତି।

ଖବର ପାଇ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ଆହତମାନଙ୍କୁ ଡାକ୍ତରଖାନା ପଠାଇଥିଲେ।  ଆହତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୪/୫ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କଥା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ