ରାଜ୍ୟ ସ୍ପେଶାଲ ରିପୋର୍ଟ

ଡେଙ୍ଗୁରେ ନାବାଳିକା ମୃତ୍ୟୁ ଘଟଣା: ତଦନ୍ତ ଆରମ୍ଭ କଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର: ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ହୋଇଥିବା ଡେଙ୍ଗୁ ମୃତ୍ୟୁର ତଦନ୍ତ ଆରମ୍ଭ ହୋଇଛି। ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ସଂପୃକ୍ତ ଘରୋଇ ହସ୍ପିଟାଲରେ ପହଞ୍ଚି ନାବାଳିକାର ଚିକିତ୍ସା ସଂପର୍କିତ କାଗଜପତ୍ର ଯାଞ୍ଚ କରିଛନ୍ତି। ଚଳିତବର୍ଷର ଏହା ପ୍ରଥମ ଡେଙ୍ଗୁ ମୃତ୍ୟୁ ଅଭିଯୋଗ ହୋଇଥିଲେ ହେଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ଘୋଷଣା ହୋଇନାହିଁ।

ଜାଗମରାସ୍ଥିତ ଉପରସାହିର ଜଣେ ୬ବର୍ଷର ନାବାଳିକାଙ୍କ ଗତ ୨୨ ତାରିଖରେ ଡେଙ୍ଗୁରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ନାବାଳିକାକୁ କିଛିଦିନ ହେବ ଜ୍ବର ହେଉଥିବା ବେଳେ ପଢ଼ୁଥିବା ସ୍କୁଲରେ ସ୍ବାସ୍ଥ୍ୟ ପରୀକ୍ଷଣ ପରେ ତାହା ଡେଙ୍ଗୁ ବୋଲି ଜଣାପଡ଼ିଥିଲା। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଯାହାକୁ ନେଇ ରାଜଧାନୀରେ ହଇଚଇ ସୃଷ୍ଟି ହୋଇଥିଲା। ତେବେ ସଂପୃକ୍ତ ନାବାଳିକାଙ୍କ ଡେଙ୍ଗୁ ଚିହ୍ନଟ ପାଇଁ କେଉଁ ପରୀକ୍ଷା କରାଯାଇଥିଲା ତାହା ସ୍ପଷ୍ଟ ହୋଇନାହିଁ। ରାଜ୍ୟ ସରକାର ଡେଙ୍ଗୁ ପାଇଁ ଏଲିସା ପରୀକ୍ଷାକୁ ଗୁରୁତ୍ବ ଦେଉଥିବା ବେଳେ ଅନେକ କ୍ଷେତ୍ରରେ କାର୍ଡ ଟେଷ୍ଟ କରାଯାଉଛି। ଯାହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହେଉଛି।

ରାଜ୍ୟରେ ଡେଙ୍ଗୁ ରୋଗ ବଢ଼ିବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜୁନ୍ ୨୬ ତାରିଖରେ ସହରାଞ୍ଚଳରେ ଡେଙ୍ଗୁ ନିୟନ୍ତ୍ରଣ ନେଇ ଏକ ଏସ୍‌ଓପି ଜାରି ହୋଇଥିଲା। ଏଥିରେ ସନ୍ଦିଗ୍ଧ ରୋଗୀଙ୍କୁ ଏସ୍‌ଏସ୍‌ଏଲ୍‌(ସେଣ୍ଟିନାଲ ସାଇଟ୍‌ ଲାବୋରେଟାରି)କୁ ପଠାଇବାର ନିର୍ଦେଶ ରହିଛି। ଏ ଦୃଷ୍ଟିରୁ ଘରୋଇ ହସ୍ପିଟାଲରେ ଚିହ୍ନଟ ହେଉଥିବା ଡେଙ୍ଗୁ ରୋଗୀଙ୍କ ନମୁନା ରାଜଧାନୀରେ ଥିବା ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କ୍ୟାପିଟାଲ ହସ୍ପିଟାଲ, ଆରଏମ୍‌ଆରସି ଓ ଏମ୍‌ସ ଭୁବନେଶ୍ବରୟ ଏସ୍‌ଏସ୍‌ଏଲ୍‌କୁ ପଠାଇବାର ଆବଶ୍ୟକତା ରହିଛି। ମାତ୍ର ଘ‌ରୋଇ ହସ୍ପିଟାଲ-ପାଥୋଲାବ୍ ଏହାକୁ ଠିକ୍‌ରେ ପାଳନ କରୁ ନ ଥିବା ଅଭିଯୋଗ ହେଉଛି। ଯାହାଫଳରେ ଘରୋଇ ହସ୍ପିଟାଲରେ ଡେଙ୍ଗୁ ମୃତ୍ୟୁ ହେଉଥିଲେ ବି ସ୍ବାସ୍ଥ୍ୟ ବିଭାଗ ଏହାକୁ ସ୍ବୀକାର କରୁନାହିଁ। ଫଳରେ ସ୍ବାସ୍ଥ୍ୟ ବିଭାଗର ଡେଙ୍ଗୁ ତାଲିକାରେ ମୃତ୍ୟୁ ସଂଖ୍ୟା ଶୂନ ରହୁଛି। ଉଲ୍ଲେଖ ଯେ ଗତବର୍ଷ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏଭଳି ଏକ ଡେଙ୍ଗୁ ମୃତ୍ୟୁ ହୋଇଥିଲେ ବି ସ୍ବାସ୍ଥ୍ୟ ବିଭାଗ ଏହାକୁ ଡେଙ୍ଗୁ ମୃତ୍ୟୁ ବୋଲି ସ୍ବୀକାର କରି ନ ଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।