ଧର୍ମ

ଶ୍ରୀକୃଷ୍ଣଙ୍କର ଏହା ହେଉଛି ପ୍ରିୟ ଭୋଜନ, ଯାହା ଅନେକ ଶାରୀରିକ ସମସ୍ୟାର ରାମବାଣ ଉପାୟ

ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରିୟ ଭୋଜନ ମଧ୍ୟରେ ଲହୁଣୀ ଓ ମିଶ୍ରି ଅନ୍ୟତମ। ଆପଣ ବି ଚାହିଁଲେ ନିୟମିତ ସେବନ କରିପାରିବେ। ଯାହା ଆପଣଙ୍କୁ ସ୍ୱସ୍ଥ ରଖିବା ସହ ସତେଜ ବି କରିବ। ବାର୍ଦ୍ଧକ୍ୟରେ ବି କେବେ ଆଣ୍ଠୁଗଣ୍ଠି ନେଇ ସମସ୍ୟାରେ ପଡିବେ ନାହିଁ ବୋଲି ଆୟୁର୍ବେଦାଚାର୍ଯ୍ୟମାନେ କହନ୍ତି। କାରଣ ଲହୁଣୀରେ ପ୍ରଚୁର ପରିମାଣରେ କ୍ୟାଲସିୟମ, ମ୍ୟାଗ୍ନେସିୟମଓ ଫସଫରସ ଭଳି ପୋଷକ ତତ୍ୱ ରହିଛି। ଯାହା ହାଡକୁ ମଜଭୁତ କରିବା ସହ ତତ୍ ଜନିତ ସମସ୍ତ ରୋଗରୁ ଲୋକକୁ ମୁକ୍ତ ରଖିଥାଏ।

ସେହିପରି ପିଲାଙ୍କୁ ଯଦି ଦୈନିକ ମଖନ ମିଶ୍ରି ଖାଇବାକୁ ଦିଆଯାଏ ତେବେ ତାର ମସ୍ତିଷ୍କର ଦ୍ରୁତ ବିକାଶ ହେବା ସହ ବୁଦ୍ଧିମାନ ବି ହେବ। ପିଲା କେବେ ତାର ଉଚ୍ଚତାକୁ ନେଇ ହିନମନ୍ୟତାର ଶିକାର ହେବନି। ଏଭଳି ଖାଦ୍ୟ ଶରୀରର ପାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ। ଖାଇବାର ୧୦ ମିନିଟ୍ ପରେ କିଛି ମାତ୍ରାରେ ମିଶ୍ରି ସେବନ କଲେ ପେଟ ସମ୍ପର୍କିତ ସମସ୍ୟାରୁ ମୁକ୍ତି ମିଳିଥାଏ। ସେହିପରି ଲହୁଣୀ ମଧ୍ୟ ପେଟ ଲାଗି ବେଶ ଉତ୍ତମ।

ଲହୁଣୀରେ ଭିଟାମିନ କ୍ୟାରୋଟିନ ପ୍ରଚୁରମାତ୍ରାରେ ରହିଥାଏ। ଏଣୁ ମଖନ ମିଶ୍ରି ଖାଇଲେ ଆଖି ମଧ୍ୟ ତୀକ୍ଷ୍ଣ ହୋଇଥାଏ। ଏଭଳି ଖାଦ୍ୟ ଦେହରେ ରୋଗ ପ୍ରତିଶେଧକ ଶକ୍ତି ବୃଦ୍ଧି କରିଥାଏ। ଏଣୁ ଋତୁକାଳୀନ ସଂକ୍ରମଣ ଓ ବେମାରୀରୁ ଲୋକେ ସୁରକ୍ଷିତ ରହିଥାନ୍ତି। ଏଣୁ ଲହୁଣି ଓ ମିଶ୍ରିର ଏହି ପ୍ରୟୋଗ କରି ଦେଖାଯାଉ କିପରି ରହୁଛି ସ୍ୱାସ୍ଥ୍ୟ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ