ରାଜନୀତି ରାଜ୍ୟ

କୋଟିଆରେ ଦୁଇ ରାଜ୍ୟ ମୁହାଁମୁହିଁ, ଦୁଇ ରାଜ୍ୟ ବାଣ୍ଟିଲେ ସରକାରୀ ସହାୟତା

ପଟାଙ୍ଗି : ସୀମା ବିବାଦର ସମାଧାନ ପାଇଁ ଆଜି ନନ୍ଦପୁର ବ୍ଲକ୍‌ର ଚାଟୁଆରେ ଦୁଇ ରାଜ୍ୟର ଅଧିକାରୀ ବୈଠକ କରୁଥିଲେ। ଅନ୍ୟପଟେ ପଟାଙ୍ଗି ବ୍ଲକ୍‌ର କୋଟିଆରେ ଅନୁପ୍ରବେଶ କରି ପ୍ରଭାବ ଦେଖାଇବାକୁ ପ୍ରୟାସ କରିଛି ଆନ୍ଧ୍ର। କିନ୍ତୁ ଲୁଚିଛପି ଅନୁପ୍ରବେଶ କରିବା ଆନ୍ଧ୍ର ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ସ୍ଥାନୀୟ ଜନପ୍ରତିନିଧି ଆନ୍ଧ୍ର ଗୋ ବ୍ୟାକ୍‌ ନାରା ଦେବାରୁ ଆନ୍ଧ୍ର ଅଧିକାରୀ ଅପଦସ୍ତ ହୋଇ ଫେରିଛନ୍ତି।

କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମରେ ଆନ୍ଧ୍ର ସରକାରଙ୍କ ଜଗନ୍ନ ଯୋଜନା କାର୍ଯ୍ୟକାରୀ କରିବାକୁ ଗୁରୁବାର ଦିନ ସାଲୁର ମଣ୍ଡଳ ଅଧିକାରୀଙ୍କ ସହ ପାର୍ବତୀପୁରମ ମାନ୍ୟମ ଜିଲ୍ଲା ଆଇଟିଡିଏ ଏପିଡି ଇ.ଓ ପ୍ରସାଦ ଅନୁପ୍ରବେଶ କରିଥିଲେ। ୨୩୩ଜଣ ହିତାଧିକାରୀଙ୍କୁ ଜଗନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇ ପ୍ରମାଣପତ୍ର ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମ ସାରି ଫେରିବା ସମୟରେ କୋରାପୁଟ ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲକା, ଜିଲ୍ଲା ପରିଷଦ ସଭ୍ୟ ଲଇଛନ ଖରା, ବିଧାୟକଙ୍କ ପ୍ରତିନିଧି ଜୟସିଂ ପଡ଼ାସେଠି ଏବଂ ପ୍ରଶାସନିକ ଅଧିକାରୀଙ୍କ ହାବୁଡ଼ରେ ପଡ଼ିଥିଲେ ଆନ୍ଧ୍ର ଅଧିକାରୀ। ବାରମ୍ବାର ବିରୋଧ ସତ୍ତ୍ବେ କାହିଁକି ଅନୁପ୍ରବେଶ କରୁଛି ବୋଲି ପଚାରିବାରୁ କୌଣସି ଉତ୍ତର ଦେଇ ନଥିଲେ। ଏହାପରେ ଆରମ୍ଭ ହୋଇଥିଲା ଗୋ ବ୍ୟାକ୍‌ ନାରା। ଅକଳିଆ ପରିସ୍ଥିତିରେ ପଡ଼ି ସେଠାରୁ ଚାଲି ଆସିଥିଲେ ଆନ୍ଧ୍ର ଅଧିକାରୀ।

ଅନ୍ୟପକ୍ଷରେ ଆନ୍ଧ୍ରକୁ କଡ଼ା ଜବାବ ଦେବାକୁ ପଟାଙ୍ଗି ବ୍ଲକ୍‌ ପ୍ରଶାସନ ପକ୍ଷରୁ ଆଜି ଫାଟୁସିନେରି ଗାଁରେ ଭ୍ରାମ୍ୟମାଣ ସାଧାରଣ ବଣ୍ଟନ ବ୍ୟବସ୍ଥା ଆରମ୍ଭ କରିଛି। ଦିବ୍ୟାଙ୍ଗଙ୍କୁ ବିଭିନ୍ନ ଉପକରଣ ସହ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ସାମଗ୍ରୀ ବଣ୍ଟନ କରିଥିଲେ। ଭ୍ରମ୍ୟମାଣ ପିଡିଏସ୍‌ ଯୋଜନାରେ ପଞ୍ଚାୟତର ୨୪୨୬ଜଣ ହିତାଧିକାରୀ ଉପକୃତ ହେବେ ବୋଲି କୁହାଯାଇଥିଲା। ଏଣିକି ଘରେ ହିତାଧିକାରୀଙ୍କୁ ଚାଉଳ ଦିଆଯିବ ଏବଂ ହିତାଧିକାରୀଙ୍କୁ ଆଉ ଦୂରକୁ ଯିବାକୁ ପଡ଼ିବ ନାହିଁ। ପ୍ରଥମ ଦିନରେ ଫାଟୁସିନେରୀ, ଫଗୁଣସିନେରୀ ଓ ମାଡ଼କାର ଗ୍ରାମରେ ଯୋଜନା ଆରମ୍ଭ ହୋଇଥିବା ଜଣାପଡ଼ିଛି। ପଟାଙ୍ଗି ତହସିଲଦାର ବୀରେନ୍ଦ୍ର ବାହାଦୁର ସିଂ ଧାରୁଆ, କୋଟିଆ ଆର୍‌ଆଇ ଦୁର୍ଯ୍ୟୋଧନ ନାୟକ, ପିଇଓ କଣ୍ଡା ଗୋଲୋରୀ, ସହକାରୀ ଯନ୍ତ୍ରୀ ଏବଂ ଏପିଓ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଗୋଟିଏ ଦିନରେ, ଗୋଟିଏ ଗାଁରେ ଦୁଇ ରାଜ୍ୟ ଯୋଜନା ଆରମ୍ଭ କରିବା କୋଟିଆ ପରିବେଶକୁ ଉଷ୍ମ ଏବଂ ରୋଚକ କରିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର