ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଶାକୁ ବୁଡ଼ାଇବ ଗୋଦାବରୀ ବନ୍ୟାଜଳ, ଭଦ୍ରାଞ୍ଚଲମ୍ ନିକଟରେ ୫୦ଫୁଟ୍‌ ପାଣି

କାଲିମେଳା : ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ଉବୁଟୁବୁ ହେଉଥିଲା ବେଳେ ବଡ଼ ବିପଦର ସଂକେତ ଦେଉଛି ଗୋଦାବରୀ ବନ୍ୟାଜଳ। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଦ୍ରୁତଗତିରେ ଫୁଲିବାରେ ଲାଗିଛି। ଯାହାର ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କାଲିମେଳା ବ୍ଲକ୍‌ ମୋଟୁ ଅଞ୍ଚଳରେ ସିଲେରୁ ଓ ସାବେରୀ ନଦୀରୁ ଜଳ ନିଷ୍କାସନ ନହୋଇ ଏବେ ଟଳମଳ ହେଉଛି। କିଛି ଘଣ୍ଟା ମଧ୍ୟରେ ଓଡ଼ିଶାର ଅନେକ ଅଞ୍ଚଳ ବୁଡ଼ିଯିବାର ଆଶଙ୍କା କରାଯାଉଛି।

କାଲିମେଳା ଠାରୁ ୧୪୦କିଲୋମିଟର ଦୂର ଭଦ୍ରାଞ୍ଚଲମ ନିକଟରେ ଆଜି ୫୦ଫୁଟ୍‌ ଉଚ୍ଚରେ ଗୋଦାବରୀ ନଦୀ ପ୍ରବହିତ ହେଉଛି। ଯଦି ନଦୀର ଜଳସ୍ତର ୫୫ଫୁଟ୍‌କୁ ବଢ଼ିଯିବ ତେବେ ମାଲକାନଗିରି ଜିଲ୍ଲାର ସୀମାନ୍ତ ଗାଁ ଗୁଡ଼ିକ ସଂପୂର୍ଣ୍ଣ ବୁଡ଼ିଯିବ। ବନ୍ୟାର ସର୍ବାଧିକ ପ୍ରଭାବ ମୋଟୁ ଅଞ୍ଚଳରେ ପଡ଼ିବ ବୋଲି କୁହାଯାଉଛି। କାରଣ ପୋଲଭରମ ପ୍ରକଳ୍ପ ଯୋଗୁ ଗୋଦାବରୀରୁ ବନ୍ୟାଜଳ ନିଷ୍କାସନରେ ସମସ୍ୟା ହେଉଛି। ତେଣୁ ଗୋଦାବରୀ ନଦୀର ପଛୁଆ ପାଣି ଯୋଗୁ ମାଲକାନଗିରି ଜିଲ୍ଲାରେ ପ୍ରବାହିତ ନଦୀରୁ ବନ୍ୟାଜଳ ନିଷ୍କାସନ ହୋଇପାରୁନି। ୩୨୮ନମ୍ବର ଜାତୀୟ ରାଜପଥରେ କୁଇଗୁର ପୋଲ ଆଜି ବୁଡ଼ିଯିବାରୁ ଓଡ଼ିଶାରୁ ଆନ୍ଧ୍ରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଶେଷ ଖବର ସୁଦ୍ଧା ଏହି ପୋଲ ଉପରେ ୫ଫୁଟ୍‌ ଉଚ୍ଚରେ ବନ୍ୟାଜଳ ଚାଲିଥିଲା। ଯାହାଫଳରେ ଦକ୍ଷିଣ ଭାରତର ଏହି ପ୍ରବେଶ ପଥରେ ୫କିଲୋମିଟର ପର୍ଯ୍ୟନ୍ତ ଶହ ଶହ ଗାଡ଼ି ରାସ୍ତାରେ ଅଟକି ରହିଛି। ସେହିପରି ଗୋଦାବରୀ ବନ୍ୟାଜଳ ଯୋଗୁଁ ଅନେକ ଅଞ୍ଚଳକୁ ଯାତାୟାତ ଠପ୍‌ ହୋଇଯାଇଛି। ଜଗଦଲପୁର-ଭଦ୍ରାଞ୍ଚଲମ ମୁଖ୍ୟ ରାସ୍ତାର ଚାଟିଚିନ୍ତୁର ନିକଟରେ ପୋଲ ବୁଡ଼ିଯିବାରୁ ଛତିଶଗଡ଼ରୁ ଆନ୍ଧ୍ରକୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।