ଅପରାଧ ରାଜ୍ୟ

୧୦ ହଜାର ଟଙ୍କାରେ ପୁଅକୁ ବିକିଲା ମା’!

ଟିଟିଲାଗଡ଼ : ଅଢ଼େଇ ବର୍ଷର ଶିଶୁପୁତ୍ରକୁ ମା’ ୧୦ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ଟିଟିଲାଗଡ଼ ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂଚନା ଅନୁସାରେ, ଟିଟିଲାଗଡ଼ ସହର ପଦ୍ମନାଭପୁର ନିବାସୀ ଅକ୍ଷୟ ପୁଟେଲ ବରଗଡ଼ର ବଦ୍ରି ବାଗଙ୍କ ଝିଅ ମାନସୀଙ୍କୁ ପ୍ରେମବିବାହ କରିଥିଲେ। ଉଭୟଙ୍କ ମଧ୍ୟରେ ବିବାଦ ଯୋଗୁ ସ୍ୱାମୀ-ସ୍ତ୍ରୀ ଅଲଗା ହୋଇଯାଇଥିଲେ। ସେମାନଙ୍କ ଅଢ଼େଇବର୍ଷର ପୁଅ ବାପା ଅକ୍ଷୟଙ୍କ ସହ ରହୁଥିଲେ। ପୁଅକୁ ଦେଖିବାକୁ ମାନସୀ ମଝିରେ ମଝିରେ ଆସୁଥିଲେ। ୨୦ ଦିନ ତଳେ କୌଶଳକ୍ରମେ ମାନସୀ ପୁଅକୁ ସାଙ୍ଗରେ ନେଇଯାଇ କେସିଙ୍ଗାର ଜଣେ ମଧ୍ୟସ୍ଥି ଥବିର ସୁନାଙ୍କ ସହାୟତାରେ ଲାଞ୍ଜିଗଡ଼ ଲଙ୍ଗଳବେଡ଼ା ପଥରପଡ଼ା ଗାଁର କପିଳ ବାଗଙ୍କୁ ୧୦ ହଜାର ଟଙ୍କାରେ ଉକ୍ତ ଶିଶୁକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି।

ଅକ୍ଷୟଙ୍କ ପରିବାର ଲୋକେ ପୁଅକୁ ଖୋଜାଖୋଜି କରି ନପାଇବାରୁ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ। ପରେ ଶିଶୁଟିକୁ ବିକ୍ରି କରାଯାଇଥିବା ସମ୍ପର୍କରେ ସେମାନଙ୍କୁ ଖବର ମିଳିଥିଲା। ଗୁରୁବାର ମାନସୀ ଟିଟିଲାଗଡ଼ ଆସୁଥିବା ଖବର ପାଇ ତାଙ୍କୁ ଠାବକରି ଥାନାରେ ଜିମା ଦେଇଥିଲେ। ଏନେଇ ୨୧୨/୨୩ରେ ପୁଲିସ ଏକ ମାମଲା ରୁଜୁକରି ମାନସୀଙ୍କୁ ଅଟକ ରଖିଛି। ମାନସୀ ଏହି ଅଭିଯୋଗକୁ ଅସ୍ବୀକାର କରିବା ସହ ଅର୍ଥାଭାବରୁ ଜଣେ ସମ୍ପର୍କୀୟଙ୍କୁ ଶିଶୁର ଯତ୍ନନେବାକୁ ଦେଇଥିବା କହିଛନ୍ତି। ଅପରପକ୍ଷେ ଶିଶୁକୁ ଫେରାଇବା ପାଇଁ କ୍ରେତା ଜଣକ ୨୦ ହଜାର ଟଙ୍କା ଦାବି କରୁଥିବା ଅକ୍ଷୟ ଅଭିଯୋଗ କରିଛନ୍ତି। ଆଇଆଇସି ମନୋଜ ପ୍ରଧାନ ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।