ରାଜ୍ୟ ସ୍ପେଶାଲ ରିପୋର୍ଟ

ନିୟତିର କ୍ରୂର ପରିହାସ… : ବାପା-ମା’ ସହ କୁନିଝିଅ ଦୃଷ୍ଟିବାଧିତ

ବାଲେଶ୍ବର : ପରିବାରର ସମସ୍ତେ ଆଜି ଦୃଷ୍ଟିଶକ୍ତି ହରାଇଛନ୍ତି। ଜନ୍ମରୁ କେହି ଅନ୍ଧ ନଥିଲେ। ହେଲେ ଧୀରେ ଧୀରେ ଜଣଙ୍କ ପରେ ଜଣେ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ଦୃଷ୍ଟିଶକ୍ତି ହରାଇଛନ୍ତି। ବାପା ପିଲା ବେଳେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ଦୃଷ୍ଟିଶକ୍ତି ହରାଇଲେ ତ ମା’ ଜଣ୍ଡିସ କବଳିତ ହୋଇ ଅନ୍ଧ ହୋଇଗଲେ। ସବୁ ଦୁଃଖକୁ ଛାତିରେ ପଥର କରି ସହିଯାଇଥିଲେ ପତିପତ୍ନୀ। ଯେବେ ସେମାନଙ୍କ କୋଳକୁ ଶିଶୁକନ୍ୟାଟିଏ ଆସିଲା, ଦୁହେଁ ସବୁ ଦୁଃଖ, ଯନ୍ତ୍ରଣା, କଷ୍ଟ ଭୁଲି ଯାଇଥିଲେ। ହେଲେ ସେ ଆନନ୍ଦଟି ଥିଲା ସାମୟିକ। ଜନ୍ମଲାଭ କରିଥିବା କନ୍ୟା ସନ୍ତାନକୁ ମାତ୍ର ୪ ବର୍ଷ ବୟସରେ କର୍କଟ ରୋଗ ହୋଇଥିବା ଜଣାପଡ଼ିଲା। ଆଉ ଶିଶୁକନ୍ୟାଟି ବାପାମା ପରି ଦୃଷ୍ଟିଶକ୍ତି ହରାଇ ବସିଲା। ଏମିତି ସମୟରେ ଡାକ୍ତର ନୂଆ ଆଶା ଦେଖାଇଛନ୍ତି, ଅତ୍ୟାଧୁନିକ ଚିକିତ୍ସା ଦ୍ବାରା କୁନି ଝିଅଟି ପୁଣି ଦୁନିଆକୁ ଦେଖିପାରିବ ବୋଲି କହିଛନ୍ତି। ହେଲେ ଏହି ଚିକିତ୍ସା ପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଗରିବ ଅନ୍ଧ ବାପାମାଆ ଯେଉଁଠି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି, ସେଠି ଏତେ ଟଙ୍କା ଆସିବ କୁଆଡୁ? ତଥାପି ଆଶା ହରାଇନାହାନ୍ତି ଏହି ଅନ୍ଧ ଦମ୍ପତି। ଝିଅର ଚିକିତ୍ସା ପାଇଁ ସରକାରଙ୍କଠାରୁ ଆରମ୍ଭ କରି ସ୍ବେଚ୍ଛାସେବୀ ସଂଗଠନ ଓ ବଦାନ୍ୟ ବ୍ୟକ୍ତିବିଶେଷଙ୍କୁ ହାତପାତି ନେହୁରା ହୋଇଛନ୍ତି।


ପୁରୀ ଜିଲ୍ଲା ପିପିଲି ଥାନା ମଙ୍ଗଳପୁରରେ ବଖୁରିଆ ଭଡ଼ାଘରେ ରହୁଛନ୍ତି ବାଲେଶ୍ୱରର ଅଞ୍ଚଳର ଅଶୋକ ନାୟକ, ପତ୍ନୀ ସୁମିତ୍ରା ନାୟକ ଓ କୁନିଝିଅ ପୂଜାର୍ଚ୍ଚନା। ଦୃଷ୍ଟିବାଧିତ ହୋଇଥିବାରୁ ଉଭୟ ସ୍ବାମୀସ୍ତ୍ରୀ କିଛି କାମଧନ୍ଦା କରିପାରନ୍ତି ନାହିଁ। ପିପିଲି ବଜାରରେ ଅଶୋକ ଖବରକାଗଜ ବିକ୍ରି କରି ଯାହା ପାଆନ୍ତି, ସେଥିରେ କଷ୍ଟେମଷ୍ଟେ ଚଳୁଛନ୍ତି। ତେବେ ଏହି ଅନ୍ଧ ଦମ୍ପତିଙ୍କ ଆଶା ସାଜିଥିବା କୁନି ଝିଅଟି ଏବେ ବୋଝ ପାଲଟିଛି। ଅଶୋକ କହିଛନ୍ତି, ୨୦୨୦ ମସିହା ନଭେମ୍ବରରେ ଝିଅର ବାମପାର୍ଶ୍ବ ଆଖିରେ କର୍କଟ ହୋଇଥିବା ଜଣାପଡ଼ିଥିଲା ଏବଂ ଏହା ଧୀରେଧୀରେ ଡାହାଣପାର୍ଶ୍ବ ଆଖିକୁ ସଂକ୍ରମିତ କରୁଥିବା ଡାକ୍ତର କହିଥିଲେ। କେମୋ ଦିଆଯିବା ପରେ ବି ବାମ ଆଖି ଆଉ ଭଲ ହୋଇ ନଥିଲା। ୨୦୨୨ରେ ପୁଣି ଝିଅକୁ ନେଇ ଚକ୍ଷୁ ଚିକିତ୍ସାଳୟକୁ ଯାଇଥିଲେ। କିନ୍ତୁ ଆଖି ଆଉ ଭଲ ହୋଇପାରିବ ନାହିଁ ବୋଲି କହିଥିଲେ ଡାକ୍ତର।

ଝିଅକୁ ଭଲ କରିବା ଆଶାରେ ଅଶୋକ ହାତ ଉଧାର କରି ଚେନ୍ନାଇସ୍ଥିତ ଶଙ୍କର ନେତ୍ରାଳୟକୁ ଯାଇଥିଲେ। ସେଠାରେ ଝିଅର ଆଖି ପରୀକ୍ଷା ପରେ ପୁଣିଥରେ ଦୃଷ୍ଟିଶକ୍ତି ଫେରିପାଇବ ବୋଲି ଡାକ୍ତର କହିଛନ୍ତି। ଏଥିପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ତେଣୁ ସହାୟତା କରିବାକୁ ସମସ୍ତଙ୍କୁ ସେ ଆକୁଳ ନିବେଦନ କରିଛନ୍ତି। ତାଙ୍କ ମୋବାଇଲ/ଫୋନ୍‌ ପେ ନମ୍ବର: ୮୪୫୬୦୭୯୬୦୬ରେ ଯୋଗାଯୋଗ କରିବାକୁ କିମ୍ବା ତାଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ ନମ୍ବର: ୭୫୧୨୦୨୧୨୦୦୦୦୬୬୯ (ଆଇଏଫ୍‌ଏସ୍‌ସି କୋଡ୍‌: ୟୁବିଆଇଏନ୍‌୦୫୭୫୧୨୭)ରେ ଆର୍ଥିକ ସହଯୋଗ କରିବାକୁ ଅଶୋକ ଓ ତାଙ୍କ ପତ୍ନୀ ସୁମିତ୍ରା ନିବେଦନ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।