ରାଜ୍ୟ ସ୍ପେଶାଲ ରିପୋର୍ଟ

୩୧ ଜୁଲାଇ ସୁଦ୍ଧା ପ୍ରଧାନମନ୍ତ୍ରୀ ଫସଲ ବୀମା କରାଇବା ପାଇଁ ପରାମର୍ଶ

ଭୁବନେଶ୍ବର: ଚଳିତ ଖରିଫ ଫସଲର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଜୁଲାଇ ମାସ ୩୧ ତାରିଖ ସୁଦ୍ଧା କରାଇ ନେବା ପାଇଁ ରାଜ୍ୟ କୃଷି ଏବଂ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥିପାଇଁ ତ୍ବରିତ ପଦକ୍ଷେପ ଗ୍ରହଣ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଦେଇଛନ୍ତି କୃଷି ଏବଂ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ.ଅରବିନ୍ଦ ପାଢୀ। ସୂଚନା ଅନୁଯାୟୀ, ଖରିଫ-୨୦୨୩ରୁ ରବି-୨୦୨୫ ମଧ୍ୟରେ ୨ ହେକ୍ଟର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଫସଲ ବୀମାର ପ୍ରିମିୟମ ରାଜ୍ୟ ସରକାର ବହନ କରିବେ। ତେଣୁ ଅଧିକରୁ ଅଧିକ ଚାଷ ଜମି ଏବଂ ଚାଷୀ ବୀମାଭୁକ୍ତ ହେବ ବୋଲି ଆଶା କରାଯାଉଛି। ୨୦୧୬ ମସିହାରୁ ଓଡ଼ିଶା ସରକାର ରାଜ୍ୟରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କାର୍ଯ୍ୟକାରୀ କରୁଛନ୍ତି।

ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସଲ କ୍ଷତି ହେଲେ କ୍ଷତିଗ୍ରସ୍ତ କୃଷକମାନଙ୍କୁ ବୀମା କମ୍ପାନି ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯାଇଛି। ଚଳିତ ଖରିଫରେ ଧାନ, ମକା, କପା, ମାଣ୍ଡିଆ, ହରଡ଼, ଚିନାବାଦାମ, ଅଦା ଓ ହଳଦୀ ଆଦି ୮ ଗୋଟି ଫସଲକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏଥିପାଇଁ ଜାରି ମାର୍ଗଦର୍ଶିକା ଅନୁଯାୟୀ ଖାଦ୍ୟଶସ୍ୟ ଓ ତୈଳବୀଜ ଫସଲ ପାଇଁ ମୋଟ ବୀମା ପରିମାଣର ୨ ପ୍ରତିଶତ (ଋଣ ପ୍ରଦାନ ସମତୁଲ ଅର୍ଥରାଶି) ପ୍ରିମିୟମ ଆକାରରେ ପ୍ରଦାନ କରାଯାଇଥାଏ। କପା, ହଳଦୀ, ଅଦା ଆଦି ବ୍ୟାବସାୟିକ ଫସଲ ପାଇଁ ପ୍ରିମିୟମ ବୀମାରାଶିର ସମୁଦାୟ ୫ ପ୍ରତିଶତ ଅଟେ। ଅବଶିଷ୍ଟ ପ୍ରକୃତ ପ୍ରିମିୟମ୍‌କୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ୫୦ ପ୍ରତିଶତ ଲେଖାଏଁ ବହନ କରି ଥାଆନ୍ତି।

ଫସଲବୀମା ଯୋଜନା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ବିଗତ ୩ଟି ଋତୁର ବୀମାଭୁକ୍ତ କୃଷକଙ୍କ ସଂଖ୍ୟାକୁ ବିବେଚନା କରି ବ୍ଲକ୍‌ ଓ ପଞ୍ଚାୟତୱାରୀ ବୀମାର ଧାର୍ଯ୍ୟ ଲକ୍ଷ୍ୟ ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। କୃଷି, ସମବାୟ ଓ ଅନ୍ୟ ସଂପୃକ୍ତ ବିଭାଗର ଅଧିକାରୀଙ୍କ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଖରିଫ ୨୦୨୩ରେ ବିଜ୍ଞପିତ ଫସଲ ପାଇଁ ଋଣ ଗ୍ରହଣ କରିଥିବା ଚାଷୀଙ୍କ ବୀମା କରିବା ପାଇଁ ଉଭୟ ସମବାୟ ଓ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେବା ପାଇଁ କୁହାଯାଇଛି । ଏଥି ନିମନ୍ତେ ଫସଲବୀମା କମ୍ପାନୀଗୁଡ଼ିକ ପକ୍ଷରୁ ଗ୍ରାମପଞ୍ଚାୟତ ସ୍ତରରେ ପ୍ରଚାରପ୍ରସାର ଉପରେ ଗୁରୁତ୍ୱାରୋପ କରାଯାଇଛି । ପ୍ରତ୍ୟେକ ଦିନର ବୀମାର ଅଗ୍ରଗତି ରିପୋର୍ଟ ଅପ୍‌ଲୋଡ୍‌ କରିବା ସହିତ ସମୀକ୍ଷା କରିବା ପାଇଁ ପରାମର୍ଶ ଦିଆଯାଇଛି । ଶେଷ ଦିନରେ ଫସଲବୀମା ନିମନ୍ତେ ବ୍ୟାଙ୍କ ଓ ଜନସେବା କେନ୍ଦ୍ରରେ ଭିଡରୁ ରକ୍ଷା ପାଇବା ପାଇଁ ପୂର୍ବରୁ ଫସଲବୀମା କରାଇନେବା ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।