ରାଜନୀତି ରାଜ୍ୟ

ବିଜେଡି ଜଗତସିଂହପୁର ଜିଲ୍ଲା କମିଟିକୁ ନେଇ ପୁଣି ବିବାଦ: ବାପୁ ପରିଡ଼ାଙ୍କ ପରେ କୁନା ସିଲଟ

ଜଗତସିଂହପୁର : ପ୍ରଥମେ ବାପୁ ପରିଡ଼ା, ଆଉ ଏବେ କୁନା ସିଲଟ। ଜଗତସିଂହପୁର ଜିଲ୍ଲା ବିଜେଡିର ନୂତନ କର୍ମକର୍ତ୍ତା ଘୋଷଣା ପରଠାରୁ ଏଭଳି ବିବାଦ ଲମ୍ବିବାରେ ଲାଗିଛି। ଜିଲ୍ଲା ବିଜେଡିର ଉପସଭାପତି ଭାବେ ବାପୁ ପରିଡ଼ାଙ୍କ ମନୋନୟନକୁ ନେଇ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ପ୍ରଶ୍ନ ଉଠାଇଥିଲେ। ଗ୍ୟାଙ୍ଗଷ୍ଟର ଟିଟୋ ସହ ସଂପର୍କ ଥିବା ଅଭିଯୋଗରେ ବାପୁ ପରିଡ଼ାଙ୍କ ନାମରେ ଏକାଧିକ ମାମଲା ବି ଥିଲା। କିନ୍ତୁ ଏ ଦିଗରେ ଏଯାଏ ​ଦଳ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବା ବେଳେ ତିର୍ତ୍ତୋଲ ବ୍ଲକର ଅଶ୍ବିନୀ ଦାସ (କୁନା ସିଲଟ)ଙ୍କୁ ଜିଲ୍ଲାରେ ଦଳର ବରିଷ୍ଠ ଉପସଭାପତି ଦାୟିତ୍ବ ମିଳିବା ଘଟଣା ଚର୍ଚ୍ଚାର କାରଣ ହୋଇଛି।

ପୂର୍ବରୁ ଠକେଇ ମାମଲାରେ ପୁଲିସ ଅଶ୍ବିନୀ ଓରଫ କୁନାଙ୍କୁ ଦୁଇ ଥର ଗିରଫ କରିଛି। ଏହି ସମୟରେ ଗିରଫ ହୋଇ କୁନା ହାତରେ ସିଲଟ ଧରିଥିବା ଫଟୋ ଭାଇରାଲ ହେବା ପରେ, ସେ କୁନା ସିଲଟ ଭାବେ ଅଞ୍ଚଳରେ ପରିଚିତ ହୋଇଯାଇଥିଲେ। ଅଶ୍ବିନୀ କହିଲେ ଯେତିକି ଲୋକେ ଜାଣି ନପାରନ୍ତି, କୁନା ସିଲଟ କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ୨୦୧୧ ମସିହାରେ ଜଣେ ନିର୍ବାହୀ ଯନ୍ତ୍ରୀଙ୍କୁ ବ୍ଲାକମେଲ୍ କରି ୧.୨୦ ଲକ୍ଷ ଟଙ୍କା ଚାନ୍ଦା ମାଗିଥିବା ନେଇ କୁନାଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ଏହି ମାମଲାରେ ଭିଜିଲାନ୍ସ ତାଙ୍କୁ ସେହି ବର୍ଷ ନଭେମ୍ବର ମାସରେ ଗିରଫ କରିଥିଲା। କୁନାଙ୍କ ଲିଙ୍କ୍ ନେଇ ତନାଘନା ଆରମ୍ଭ ହୋଇଥିଲା। ପରିସ୍ଥିତି ଏପରି ‌ହେଲା ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅଶ୍ବିନୀଙ୍କ ସହ ଅପରାଧରେ ଜଡ଼ିତ ଥିବା ‌ବ୍ୟକ୍ତିମାନଙ୍କ ସମ୍ପର୍କରେ ତଥ୍ୟ ଦେବାକୁ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ବିଜେଡି ତାଙ୍କୁ ଦଳରୁ ବହିଷ୍କାର କରିଥିଲା।

ମାତ୍ର ଜେଲରୁ ଫେରିବା ପରେ ସେ ପୁଣି ଥରେ ସକ୍ରିୟ ହୋଇ ଥିଲେ। କୌଶଳ କ୍ରମେ ସେତେବେଳେ ଜିଲ୍ଲାର ଉପସଭାପତି ପଦ ମଧ୍ୟ ସେ ହାତେଇବାକୁ ସକ୍ଷମ ହୋଇଥିଲେ। ମାତ୍ର କୌଣସି କାରଣରୁ ସେ ବିବାଦ ଘେରକୁ ଆସିଯିବାରୁ ଦଳ ତାଙ୍କୁ ପୁଣି ଥରେ ନିଲମ୍ବନ କରିଥିଲା। ମାତ୍ର ୨୦୨୦ ତିର୍ତ୍ତୋଲ ଉପନିର୍ବାଚନ ସମୟରେ ତାଙ୍କ ଉପରୁ ଦଳ ନିଲମ୍ବନ ପ୍ରତ୍ୟାହାର କରି ନେଇଥିଲା ଓ ତାଙ୍କ ପତ୍ନୀ ତିର୍ତ୍ତୋଲ ପଂଚାୟତରୁ ନିର୍ବାଚିତ ହୋଇଥିଲେ। ଏ ନେଇ ବିଜେଡି ଜିଲ୍ଲା ସଭାପତି ରବି ନାରାୟଣ ଜେନା କୁହନ୍ତି ଯେ, ପୂର୍ବରୁ ଏହି ନେତାମାନେ ବିଭିନ୍ନ ମାମଲାରେ ଛନ୍ଦି ହୋଇଥିଲେ। କିଛି ମାମଲାରେ ସେମାନେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ଓ ଆଉ କିଛି ବିଚାରାଧୀନ ରହିଛି। ତଥାପି ଏ ସଂପର୍କରେ ଦଳ ପକ୍ଷରୁ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦିଆଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର