ରାଜ୍ୟ

ବନ କର୍ମଚାରୀଙ୍କ ଖାଦ୍ୟ ଓ ମୋଟର ସାଇକେଲ୍‌ ଭତ୍ତା ବଢ଼ିଲା: ସ୍ପେସାଲ୍‌ ଷ୍ଟ୍ରାଇକିଂ ଫୋର୍ସ କେବେ?

ଭୁବନେଶ୍ବର : ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନରେ କାର୍ଯ୍ୟରତ ବନ କର୍ମଚାରୀଙ୍କ ଖାଇବା ଓ ମୋଟର ସାଇକେଲ୍‌ ଭତ୍ତା ବୃଦ୍ଧି କରାଯାଇଛି। ଫରେଷ୍ଟ ଗାର୍ଡଙ୍କ ମାସିକ ଖାଦ୍ୟ ଭତ୍ତା ୩୫୦ରୁ ୭୫୦କୁ ଏବଂ ଫରେଷ୍ଟର, ଡେପୁଟି ରେଞ୍ଜର ଓ ଫରେଷ୍ଟ ରେଞ୍ଜରଙ୍କ ମୋଟର ସାଇକେଲ୍‌ ଭତ୍ତା ୩୫୦ରୁ ୫୫୦କୁ ବଢ଼ିଛି। ଓଡ଼ିଶା ଅଣଗେଜେଟେଡ୍‌ ବନସେବା ସଂଘ ଦାବି ମୁତାବକ ପଦକ୍ଷେପ ନିଆଯାଇଥିବା ନେଇ ବିଭାଗ ପକ୍ଷରୁ କୁହାଯିବା ସହ ଜୁଲାଇ ୧୯ରୁ ଏହାକୁ ଲାଗୁ କରାଯାଇଛି। ତେବେ ଖାଦ୍ୟ ଓ ମୋଟର ସାଇକେଲ୍‌ ଭତ୍ତା ରାଶି ବୃଦ୍ଧି ପାଇଥିଲେ ମଧ୍ୟ ସଂଘ ସେଥିରେ ସନ୍ତୁଷ୍ଟ ହୋଇପାରି ନାହିଁ। ପ୍ରମୁଖ ୫ଟି ଦାବି ତୁରନ୍ତ ପୂରଣ କରିବା ଦିଗରେ ରାଜ୍ୟ ସକରାର ପଦକ୍ଷେପ ନେବାକୁ ସଂଘ ସଭାପତି ଜଗବନ୍ଧୁ ପାତ୍ର ଦାବି କରିଛନ୍ତି।

ଶ୍ରୀ ପାତ୍ର ଦର୍ଶାଇଛନ୍ତି ରାଜ୍ୟ ସରକାର ଭତ୍ତା ଯେତିକି ବଢ଼ାଇଛନ୍ତି ତାହା ସମୁଦ୍ରକୁ ଶଙ୍ଖେ। ଆମ ତୁଳନାରେ ପୁଲିସକୁ ଅଧିକ ଅର୍ଥ ଯୋଗାଇ ଦିଆଯାଉଛି। ଆମେ ଯେଉଁ ସଂସ୍କାର କଥା କହିଥିଲୁ ତାହା ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ। ୫୦ଟି ସ୍ଥାନରେ ସ୍ପେସାଲ ଷ୍ଟ୍ରାଇକିଂ ଫୋର୍ସ(ଏସ୍‌ଏସ୍‌ଏଫ୍‌) ଗଠନ କରିବାକୁ କୁହାଯାଇଥିଲେ ମଧ୍ୟ ସେବିଷୟରେ କିଛି ବି ପଦକ୍ଷେପ ନିଆଯାଇ ନାହିଁ। ବର୍ତ୍ତମାନ ଜଣେ ବିଟ୍‌ ଗାର୍ଡ ପାଖରେ ଜଙ୍ଗଲ, ବନ୍ୟଜନ୍ତୁ ଓ ବନାଗ୍ନି ସୁରକ୍ଷା ସହ ବୃକ୍ଷରୋପଣ, ନର୍ସରୀ, ଅପରେସନ, ନିର୍ମାଣ କାର୍ଯ୍ୟ ସହ ବିଭିନ୍ନ ପ୍ରକଳ୍ପ ଓ ଆପ୍‌ଗୁଡ଼ିକର ମନିଟରିଂ କାର୍ଯ୍ୟ, ଭାଉଚର, ଆକାଉଣ୍ଟ ପ୍ରିପାରେସନ ପରି କାର୍ଯ୍ୟ ରହୁଥିବାରୁ ବନ୍ୟଜନ୍ତୁ ଉପଦ୍ରୁତ ଅଞ୍ଚଳ ଓ ଘଞ୍ଚ ଜଙ୍ଗଲରେ ବନ୍ୟଜନ୍ତୁଙ୍କୁ ଅନୁସରଣ କରିବା ଅସମ୍ଭବ ହୋଇପଡ଼ୁଛି। ତା’‌ସତ୍ତ୍ବେ ମଧ୍ୟ ବନ୍ୟଜନ୍ତୁଙ୍କ ମୃତ୍ୟୁ ହେଲେ ସଙ୍ଗେ ସଙ୍ଗେ ଫରେଷ୍ଟଗାର୍ଡ, ଫରେଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ଯାହାକି ଦୁର୍ଭାଗ୍ୟଜନକ। ତେଣୁ ସମସ୍ତ ଟେରିଟୋରିଆଲ ଓ ବନ୍ୟପ୍ରାଣୀ ଡିଭିଜନ୍‌ରେ ଏସ୍‌ଏସ୍‌ଏଫ୍‌ ଗଠନ କରାଯାଉ। ସମ୍ପୃକ୍ତ ଡିଭିଜନଗୁଡ଼ିକରେ ଏସିଏଫ୍‌(ଏନ୍‌ଫୋର୍ସମେଣ୍ଟ) ଏସ୍‌ଏସ୍‌ଏଫ୍‌ ଟିମ୍‌ର ପରିଚାଳନା କରିବେ ବୋଲି ଧାର୍ଯ୍ୟ ହେଉ। ଯେକୌଣସି ଅବ‌ହେଳା ଓ ପରିଚାଳନା ତ୍ରୁଟି ପାଇଁ ଅରସିସିଏଫ୍‌/ଡିଏଫ୍‌ଓମାନେ ଉତ୍ତରଦାୟୀ ରହିବାର ବ୍ୟବସ୍ଥା କରାଯାଉ। ପ୍ରତି ଏସ୍‌ଏସ୍‌ଏଫ୍‌ରେ ଜଣେ ରେଞ୍ଜର, ଦୁଇ ଜଣ ଡେପୁଟି ରେଞ୍ଜର, ୬ଜଣ ଫରେଷ୍ଟର, ୧୦ ଜଣ ଫରେଷ୍ଟଗାର୍ଡ, ଦୁଇ ଜଣ ଡ୍ରାଇଭରଙ୍କୁ ସାମିଲ କରିଯାଉ।

ସେପଟେ ଶିମିଳିପାଳ ସୁରକ୍ଷା ପାଇଁ ନିଜ ପ୍ରାଣ ଉତ୍ସର୍ଗ କରିଥିବା ବନପାଳ ମାଥି ହାସଦା, ବନରକ୍ଷୀ ବିମଳ ଜେନାଙ୍କ ପରିବାରକୁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟ ପକ୍ଷରୁ ବିଶ୍ବ ବାଘ ଦିବସ ଅବସରରେ ସମ୍ବର୍ଦ୍ଧିତ କରାଯିବ। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ(ଏନ୍‌ଟିସିଏ) ପକ୍ଷରୁ ଉତ୍ତରାଖଣ୍ଡର କୋରବେଟ୍ଟ ବ୍ୟାଘ୍ର ଅଭୟାରଣ୍ୟରେ ପାଳିତ ହେବାକୁ ଥିବା ଉତ୍ସବରେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଭୟଙ୍କ ପରିବାରଙ୍କୁ ସମ୍ବର୍ଦ୍ଧିତ କରିବେ। ସେମାନଙ୍କ ପରିବାର ବର୍ଗ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମ୍ବର୍ଦ୍ଧନା ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।