ରାଜ୍ୟ

ଉନ୍ନତ କର୍କଟ ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାରେ ଖର୍ଚ୍ଚ ହେବ ୧୦୦୦ କୋଟି

ଭୁବନେଶ୍ବର : ରାଜ୍ୟରେ ସାମୂହିକ କର୍କଟ ସେବାର ଅଭିବୃଦ୍ଧି ପାଇଁ ୧୦୦୧.୧୪ କୋଟି ଟଙ୍କାକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ଉନ୍ନତ କର୍କଟ ଚିକିତ୍ସା ପାଇଁ ରୋଗୀମାନଙ୍କୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ। ଏହା କର୍କଟ ରୋଗରେ ପୀଡ଼ିତ ରୋଗୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ନିଜସ୍ବ ଖର୍ଚ୍ଚକୁ ହ୍ରାସ କରିବ।

୨ବର୍ଷ ଭିତରେ ୧୧ଟି ସାମୂହିକ କର୍କଟ ଚିକିତ୍ସା ୟୁନିଟ୍‌ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବରଗଡ଼, ଭିମସାର ବୁର୍ଲା, ଏସ୍‌ଏଲଏନ୍‌ ମେଡିକାଲ କଲେଜ କୋରାପୁଟ, ଏମ୍‌କେସିଜି, ବ୍ରହ୍ମପୁର, ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ, ଭବାନୀପାଟଣା, ବିବି ମେଡିକାଲ କଲେଜ ବଲାଙ୍ଗୀର, ପିଆର୍‌ଏମ୍‌ ମେଡିକାଲ କଲେଜ ଓ ହସ୍ପିଟାଲ ବାରିପଦା, ଏମ୍‌ଏମ୍‌ ମେଡିକାଲ କଲେଜ ବାଲେଶ୍ବର, ଧରଣୀଧର ମେଡିକାଲ କଲେଜ କେନ୍ଦୁଝର, ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ତାଳଚେର ଓ କ୍ୟାପିଟାଲ ହ‌ସ୍ପିଟାଲରେ ଏହାକୁ ନିର୍ମାଣ କରାଯିବ।

ଏହି ସ୍ବାସ୍ଥ୍ୟାନୁଷ୍ଠାନମାନଙ୍କରେ ରେଡିଓଥେରାପି, ବ୍ରାକିଥେରାପି, ହିଷ୍ଟୋପାଥୋଲୋଜି, କର୍କଟ ଶଲ୍ୟ ଚିକିତ୍ସା, କେମୋଥେରାପି ଓ ପାଲିଏଟିଭ୍ କେୟାର ସେବାକୁ ସୁବ୍ୟବସ୍ଥିତ କରିବ। ପ୍ରତ୍ୟେକ ଅନୁଷ୍ଠାନରେ ଅସ୍ତ୍ରୋପଚାର ଗୃହ, ଆଇସିୟୁ, କେମୋଥେରାପି, ରେଡିଓଥେରାପି ଓ ପାଲିଏଟିଭ୍ କେୟାର ୟୁନିଟ୍‌ ସହିତ ୫୦-୧୦୦ ଶଯ୍ୟା ସଂଯୋଗ କରାଯିବ। ଆବଶ୍ୟକ ପଡ଼ିଲେ ଭବିଷ୍ୟତରେ ସଂପ୍ରସାରଣର ବ୍ୟବସ୍ଥା ହେବ। ରାଜ୍ୟ ସରକାରଙ୍କ ଅଧୀନରେ ନିୟମିତ କ୍ୟାଡର ଭାବେ ସ୍ପେଶାଲିଷ୍ଟ, ସୁପର-ସ୍ପେଶାଲିଷ୍ଟ ଓ ବୈଷୟିକ କର୍ମଚାରୀଙ୍କ ପଦବି ସୃଷ୍ଟି କରାଯାଇ ଏହି ଅନୁଷ୍ଠାନମାନଙ୍କରେ ନିରବଚ୍ଛିନ୍ନ ସେବା ଯୋଗାଇ ଦିଆଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।