ଅପରାଧ ରାଜ୍ୟ

ମାଲଗୋଦାମରେ ଚଢ଼ଉ: ଅପମିଶ୍ରଣକାରୀ ଗିରଫ

କଟକ: ମାଲଗୋଦାମରୁ ପୁଣି ଧରାପଡ଼ିଛି ଭେଜାଲ ମସଲା କାରବାର ରୢାକେଟ୍‌। ମାଲଗୋଦାମ ଥାନା ପୁଲିସ ଚଢ଼ଉ କରି ମଧୁପାଟଣା ଥାନା ବେଲେଶ୍ୱର ଅଞ୍ଚଳର ଅରୁଣ କୁମାର ଗନ୍ତାୟତକୁ ଗିରଫ କରିଛି। ଏହି କାରଖାନାରୁ ୨୦ କ୍ୱିଣ୍ଟାଲରୁ ଅଧିକ ଲଙ୍କା, ହଳଦୀ, ଜିରା ଓ ଧନିଆ ଗୁଣ୍ଡ ସହିତ ମୁଣ୍ଡଫଟା ରଙ୍ଗ, ରାଗ, ସୁଗନ୍ଧ କେମିକାଲ୍, ଯନ୍ତ୍ରପାତି ଇତ୍ୟାଦି ଜବତ ହୋଇଛି।

ସୂଚନା ଅନୁଯାୟୀ, ମାଲଗୋଦାମରେ ଏଭଳି ଭେଜାଲ ସାମଗ୍ରୀ ପ୍ରସ୍ତୁତ ହେଉଥିବା ସଂପର୍କରେ କମିସନରେଟ୍ ପୁଲିସ ଖବର ପାଇଥିଲା। ଡିସିପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଏସିପି ଅରୁଣ କୁମାର ସ୍ୱାଇଁ ଓ ଥାନା ଆଇଆଇସି ରଜନ୍ତୀକାନ୍ତ ଦାସ ମାଲଗୋଦାମରେ ଥିବା ଭେଜାଲ କାରଖାନା ଉପରେ ଚଢ଼ଉ କରିଥିଲେ। ଏହି କାରବାରରେ ସମ୍ପୃକ୍ତ ଅରୁଣକୁ ପଚରାଉଚରା ସମୟରେ ଏହି କାରବାରର ହାଇଦ୍ରାବାଦ୍ ଓ କଲିକତା ଲିଙ୍କ ସାମନାକୁ ଆସିଛି। ସେଠାରୁ ହଳଦୀ ଓ ଲଙ୍କା ଗୁଣ୍ଡ ପାଇଁ ସ୍ବତନ୍ତ୍ର ରଙ୍ଗ ଆସୁଥିଲା। ସେହି ରଙ୍ଗରେ ଚାଉଳ ଗୁଣ୍ଡ ମିଶାଇ ହଳଦୀ, ଲଙ୍କା ଗୁଣ୍ଡ ପ୍ରସ୍ତୁତ କରାଯାଉଥିଲା। ସେହିଭଳି ଜିରା ଓ ଧନିଆ ଗୁଣ୍ଡ ବି ଭେଜାଲ କରାଯାଉଥିବା ଜେରା ସମୟରେ ପୁଲିସକୁ ସୂଚନା ଦେଇଛି ଅରୁଣ। ଗୁଣ୍ଡ ପ୍ରସ୍ତୁତ ପରେ ଜରି ପ୍ୟାକେଟରେ ଭର୍ତ୍ତିକରି ପ୍ୟାକିଂ କରାଯାଉଥିଲା। ଏଜେଣ୍ଟମାନଙ୍କ ଜରିଆରେ ମାଲଗୋଦାମ ସହିତ ଆଠଗଡ଼, ଭୁବନେଶ୍ୱର, ଜଗତସିଂହପୁର, ପୁରୀ, ଯାଜପୁର ଇତ୍ୟାଦି ଅଞ୍ଚଳର ବ୍ୟବସାୟୀଙ୍କ ନିକଟକୁ ଏହାକୁ ଚାଲାଣ କରାଯାଉଥିଲା। ଦୀର୍ଘ ଦିନ ହେବ ଏହି କାରଖାନା ଚାଲି ଆସୁଥିବାରୁ ଏ ସମ୍ପର୍କରେ କିଭଳି ବାହାରକୁ ଜଣା ପଡ଼ୁନଥିଲା ତାହାକୁ ନେଇ ବି ପ୍ରଶ୍ନ ଉଠିଛି। ଅନ୍ୟପଟେ ଜବତ ସାମଗ୍ରୀର ଅଧିକ ଯାଞ୍ଚ ପାଇଁ ଆସନ୍ତାକାଲି ନମୁନା ପରୀକ୍ଷାଗାରକୁ ପଠାଯିବ ବୋଲି ପୁଲିସ ସୂଚନା ମିଳିଛି।

କଟକରେ ଏଭଳି ଜାଲ୍ କାରବାର ଦୀର୍ଘ ଦିନ ଧରି ଚାଲି ଆସିଛି। ରଙ୍ଗ, ସିମେଣ୍ଟ, ଔଷଧ ଠାରୁ ଆରମ୍ଭ କରି ତେଲ, ମସଲା, ଗଙ୍ଗାଜଳ ପର୍ଯ୍ୟନ୍ତ ନକଲି ସାମଗ୍ରୀ କାରବାରର ଚେର ଜଗତପୁରରୁ ଆରମ୍ଭ କରି ଫୁଲନଖରା ପର୍ଯ୍ୟନ୍ତ ବ୍ୟାପିଛି। ବାରମ୍ବାର ଚଢଉ ହେଉଥିଲେ ବି ଏ କାରବାର ଉପରେ ସଂପୂର୍ଣ୍ଣ ଅଙ୍କୁଶ ଲାଗି ପାରୁ ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।