ଦେଶ ବିଦେଶ

ଚିନ୍ତା ବଢ଼ାଇଲାଣି ଜଳବାୟୁ ପରିବର୍ତ୍ତନ: ସୁବର୍ଣ୍ଣରେଖା ଶୁଖିଲା, ଦାଉ ସାଧୁଛନ୍ତି ବାଲି ମାଫିଆ

ଜଳେଶ୍ୱର : ଗୋଟିଏପଟେ ମଣିଷ ପ୍ରକୃତି ସହ ଖେଳୁଛି। ଅନ୍ୟପଟେ ଜଳବାୟୁ ପରିବର୍ତ୍ତନର ମଧ୍ୟ ପ୍ରଭାବ ପଡ଼ୁଛି। ଏପରି ସମୟରେ ପ୍ରାକୃତିକ ଉତ୍ସଗୁଡ଼ିକ ସତ୍ତା​ ହରାଇବାରେ ଲାଗିଛନ୍ତି। ବାଲେଶ୍ବର ଜିଲ୍ଲା ଦେଇ ପ୍ରବାହିତ ସୁବର୍ଣ୍ଣରେଖା ଏନେଇ ଉଦାହରଣ ପାଲଟିଲାଣି। ଚିରସ୍ରୋତା ନଦୀଟି ଏବେ ଏକପ୍ରକାର ଶୁଖିଲା ପଡ଼ିଛି। ଫଳରେ ନଦୀ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ମଣିଷମାନେ ଚିନ୍ତାରେ ପଡ଼ିଲେଣି।

ସୁବର୍ଣ୍ଣରେଖା ଝାଡ଼ଖଣ୍ଡର ଛୋଟନାଗପୁର ମାଳଭୂମିରୁ ବାହାରିଛି। ଏହା ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସହ ଓଡ଼ିଶା ଦେଇ ପ୍ରବାହିତ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲା ଭୋଗରାଇସ୍ଥିତ କୀର୍ତ୍ତନିଆ ମୁହାଣ ନିକଟରେ ସମୁଦ୍ର ସହ ମିଶିଛି। ସୁବର୍ଣ୍ଣରେଖା ନଦୀ ପାଇଁ ଉତ୍ତର ବାଲେଶ୍ୱରର ୪ଟି ବ୍ଲକ୍‌, ଯଥା; ଜଳେଶ୍ୱର, ବସ୍ତା, ବାଲିଆପାଳ ଓ ଭୋଗରାଇ ଅଞ୍ଚଳ ସମୃଦ୍ଧ ହୋଇଛି। ବନ୍ୟା ସମୟରେ ପଡ଼ୁଥିବା ପଟୁମାଟି ଯୋଗୁଁ ଉକ୍ତ ଅଞ୍ଚଳରେ ବହୁଳ ମାତ୍ରାରେ ପନିପରିବା, ଧାନ ଓ ପାନ ଚାଷ ହୋଇଥାଏ। ଏହାସହ ଶତାଧିକ ପରିବାର ନଦୀରୁ ମାଛ ମାରି ପରିବାର ପ୍ରତିପୋଷଣ କରନ୍ତି। ହେଲେ କିଛି ବର୍ଷ ହେଲା ଚିରସ୍ରୋତା ସୁବର୍ଣ୍ଣରେଖା ଶୁଖିଲା ପଡ଼ୁଥିବା ଦେଖାଯାଉଛି। ଏମିତିକି, ବର୍ଷାଋତୁରେ ବି ପାଣି ରହୁନାହିଁ। ଏବେ ଶ୍ରାବଣ ମାସର ଅଧା ହୋଇଯାଇଥିଲେ ବି ନଦୀର ବାଲିଶଯ୍ୟା ଦେଖାଯାଉଛି। ତେବେ ବର୍ତ୍ତମାନ ମଣିଷ ପ୍ରକୃତି ସହ ଖେଳିବା ଏପରି ସ୍ଥିତିର କାରଣ ବୋଲି କିଛି ଗବେଷକ ମତ ଦେଇଛନ୍ତି।

ବାଲି ମାଫିଆମାନେ ନଦୀର ଗତିପଥକୁ ଅବରୋଧ କରିବା ସହ ଶଯ୍ୟାକୁ ଖୋଳି ପକାଉଛନ୍ତି। ସେହିପରି ଜଳବାୟୁ ପରିବର୍ତ୍ତନ ମଧ୍ୟ ସୁବର୍ଣ୍ଣରେଖା ପାଇଁ କାଳ ହେଉଛି। ଫଳରେ ନଦୀ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ଚାଷୀ ଏବଂ ମତ୍ସ୍ୟଜୀବୀମାନେ ଚିନ୍ତାବ୍ୟକ୍ତ କଲେଣି। ପୂର୍ବରୁ ଯେଉଁ ମତ୍ସ୍ୟଜୀବୀମାନେ ନଦୀରୁ ସହଜରେ କୁଇଣ୍ଟାଲ୍‌ କୁଇଣ୍ଟାଲ୍‌ ମାଛ ମାରୁଥିଲେ, ଏବେ କେଜିଏ ମାଛ ମାରିବା ପାଇଁ ନାକେଦମ୍‌ ହେବାକୁ ପଡ଼ୁଛି। ଏପରି ସମୟରେ କେବଳ ଚାଷୀ ଓ ମତ୍ସ୍ୟଜୀବୀ ନୁହଁନ୍ତି, ପରିବେଶବିତ୍‌ମାନେ ମଧ୍ୟ ବିବ୍ରତ ହେଲେଣି।

ଏନେଇ ଫକୀରମୋହନ ବିଶ୍ବବିଦ୍ୟାଳୟ ପରିବେଶ ବିଜ୍ଞାନ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର୍‌ ମିହିର ତନୟ ଦାସ କହିଛନ୍ତି, ସୁବର୍ଣ୍ଣରେଖା ଶୁଖିଲା ପଡ଼ିବାର ୩ଟି କାରଣ। ଉପରମୁଣ୍ଡରେ ବର୍ଷାର ଅଭାବ, ଚାନ୍ଦଲି ଡ୍ୟାମ୍‌ ଜଳ ପରିଚାଳନାରେ ଅବ୍ୟବସ୍ଥା ଏବଂ ସୁବର୍ଣ୍ଣରେଖାରେ ଉପନଦୀର ଅଭାବ। ବର୍ଷା ଓ ଉପନଦୀ ସମସ୍ୟାର ସମାଧାନ ବିଭାଗ ହାତରେ ନାହିଁ। ଏପରି ସମୟରେ ଚାନ୍ଦଲି ଡ୍ୟାମ୍‌ର ଜଳ ପରିଚାଳନା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଠିକଣା ସମୟରେ ଡ୍ୟାମ୍‌ରୁ ନଦୀରେ ଆବଶ୍ୟକ ଜଳ ଛଡ଼ାଯିବା ଦରକାର।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ