ରାଜ୍ୟ ସ୍ପେଶାଲ ରିପୋର୍ଟ

ଗରମ ‘ଚିକେନ୍‌ ନ‌ଗେଟ୍‌’ ପଡ଼ି ଗୋଡ଼ ପୋଡ଼ିଯାଇଥିବା ଝିଅକୁ ୬.୪କୋଟି ଟଙ୍କା ଦେଲା ‘ମ୍ୟାକ୍‌ଡୋନାଲ୍‌ଡ୍‌’ କମ୍ପାନି

ଫ୍ଲୋରିଡା: ଖଣ୍ଡେ ଗରମ ‘ମ୍ୟାକ୍‌ଡୋନାଲ୍‌ଡ୍‌’ ଚିକେନ୍‌ ନଗେଟ୍‌ ପଡ଼ି ଗୋଡ଼ରେ ପୋଡ଼ା ଘା’ ହୋଇଥିବା ଆମେରିକା ଅନ୍ତର୍ଗତ ଫ୍ଲୋରିଡ଼ାର ଜଣେ ୮ ବର୍ଷୀୟ ବାଳିକାକୁ କ୍ଷତିପୂରଣ ବାବଦରେ କମ୍ପାନି ୮୦୦୦୦୦ ଡଲାର୍‌ ବା ଭାରତୀୟ ମୁଦ୍ରାରେ ୬,୪୯,୭୮,୪୪୧ ଟଙ୍କା ଦେଇଥିବା କଥା ‘ବିବିସି’ ରିପୋର୍ଟ କରିଛି।‘ବିବିସି’ ରିପୋର୍ଟ ଅନୁସାରେ, ଅଲିଭିଆ କା‌ରାବୋଲା ନାମ୍ନୀ ସେ ନାବାଳିକା ଗୋଡ଼ରେ ଅତ୍ୟନ୍ତ ଉତ୍ତପ୍ତ ‘ମ୍ୟାକ୍‌ନଗେଟ୍‌’ ପଡ଼ି ଭୀଷଣ ପୋଡ଼ା ଘା’ ସୃଷ୍ଟି ହୋଇଥିଲା। ଏଥିପାଇଁ କ୍ଷତିପୂରଣ ବାବଦକୁ ତା’ ପରିବାର ଲୋକେ ୧୫ ନିୟୁତ ଡଲାର୍‌ ଦାବି କରିଥିଲେ।

Image Courtesy of WION

ଘଟଣାଟି ୨୦୧୯ରେ ଘଟିଥିଲା। ସେତେବେଳେ ଅଲିଭିଆକୁ ହୋଇଥାଏ ମାତ୍ର ୪ ବର୍ଷ। ଫ୍ଲୋରିଡା ଅନ୍ତର୍ଗତ ଫୋର୍ଟ ଲଡେର୍‌ଡେଲ୍‌ ନିକଟ ଟାମାର୍କସ୍ଥିତ ମ୍ୟାକ୍‌ଡୋନାଲଡ୍‌ର ‘ଡ୍ରାଇଭ୍‌-ଥ୍ରୁ’ରେ କାର୍‌ରେ ବସି ଅଲିଭିଆ ‘ହାପି ମିଲ୍‌’ ପ୍ୟାକେଟ୍‌ ଖୋଲିବା ବେଳେ ‘ଚିକେନ୍‌ ନଗେଟ୍‌’ ଖଣ୍ଡିକ ତା’ ଗୋଡ଼ରେ ପଡ଼ି କ୍ଷତ ସୃଷ୍ଟି କରିଥିଲା।

ଏଥିପାଇଁ ଅଲିଭିଆ ଭୋଗିଥିବା ପୀଡ଼ା, ଦୁର୍ଦ୍ଦଶା ଓ ମାନସିକ ଯନ୍ତ୍ରଣାକୁ ଆଧାର କରି ଫ୍ଲୋରିଡା ଜୁରି ବା ବିଚାରପତି ତାଙ୍କୁ କ୍ଷତିପୂରଣ ବାବଦକୁ ୮୦୦୦୦୦ ଡଲାର୍‌ ଦେବା ଲାଗି କମ୍ପାନିକୁ ଆଦେଶ ଦେଇଥିଲେ। ଏହି ଅର୍ଥରାଶିରୁ ୪୦୦୦୦୦ ଡଲାର୍‌ ବିଗତ ୪ ବର୍ଷ ପାଇଁ ଓ ବାକି ୪୦୦୦୦୦ ଆଗାମୀ ୪ ବର୍ଷ ପାଇଁ ବୋଲି ଜୁରି କହିଛନ୍ତି।

କମ୍ପାନି ତରଫରୁ ଲଢୁଥିବା ଓକିଲ କହିଛନ୍ତି ଯେ, ଏବେ ମଧ୍ୟ ଅଲଭିଆ ଚିକେନ୍‌ ନଗେଟ୍‌ ପାଇଁ ‘ମ୍ୟାକ୍‌ଡୋନାଲ୍‌ଡ୍‌’କୁ ଯାଉଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।