ରାଜ୍ୟ ସ୍ପେଶାଲ ରିପୋର୍ଟ

ଚୋରି କରିବାକୁ ଯାଇ ୩ ମହଲା ଛାତରୁ ଡେଇଁଲା ଯୁବକ, ଅଣ୍ଟା ଭାଙ୍ଗି ଡାକ୍ତରଖାନାରେ ଭର୍ତ୍ତି

ବ୍ୟାସନଗର : ଚୋରି କରିବାକୁ ଯାଇ ଧରାପଡ଼ିବା ଭୟରେ ୩ ମହଲା କୋଠା ଉପରୁ ଡେଇଁପଡ଼ିଲା ଯୁବକ। ଘଟଣାସ୍ଥଳରୁ ଖସିଯାଇଥିଲେ ବି ବେଶି ଦୂର ଯାଇପାରି ନଥିଲା। ଅଣ୍ଟା ଓ ଗୋଡ଼ ଜଖମ ହୋଇଥିବାରୁ ଗୁରୁଣ୍ଡି ଗୁରୁଣ୍ଡି ଯାଇ ଏକ ବିଲ ଭିତରେ ପଡ଼ିରହିଥିଲା। ଯାଜପୁରରୋଡ ଥାନା ପୁଲିସ ଗତକାଲି ସକାଳୁ ଧବଳଗିରିସ୍ଥିତ ଖୋସାଲପୁର ଅଞ୍ଚଳରୁ ତାକୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏହି ଯୁବକ ହେଉଛି ଦାନଗଦୀ ଗ୍ରାମର କାହ୍ନୁ ପାତ୍ର (୨୬)।

ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ରାତିରେ କେତେଜଣ ଦୁର୍ବୃତ୍ତ ଚୋରି କରବା ଉଦ୍ଦେଶ୍ୟରେ ଖୋସାଲପୁରସ୍ଥିତ ଅମଳେନ୍ଦୁ ବେହୁରାଙ୍କ ଘରେ ପଶିଥିଲେ। ସମସ୍ତେ ପାଇପ୍‌ ଜରିଆରେ ଉପରକୁ ଚଢ଼ିଥିଲେ। ଘରେ ରହୁଥିବା କେତେଜଣ ଭଡ଼ାଟିଆ ପ୍ଲାଣ୍ଟ କର୍ମଚାରୀ ଉଠିପଡ଼ି ପାଟି କରିବାରୁ ୨ ଜଣ ଦୁର୍ବୃତ୍ତ ଦୌଡ଼ି ପଳାଇଥିଲେ। ଗଲାବେଳେ ଦୁଇଟି ମୋବାଇଲ ମଧ୍ୟ ଛାଡ଼ି ପଳାଇଥିଲେ। କାହ୍ନୁ ଛାନିଆ ହୋଇ  ୩ ମହଲା କୋଠା ଉପରୁ ଡେଇଁ ପଡ଼ିଥିଲା। ରାତିରେ ଖବର ପାଇ ପୁଲିସ ପହଞ୍ଚିଥିଲା। ଅନ୍ୟପଟେ କାହ୍ନୁ ରାତିରେ ୪୦-୫୦ ମିଟର କୌଣସି ପ୍ରକାରେ ଘୋଷାରି ହୋଇ ଯାଇ ଏକ ବିଲରେ ପଡ଼ିରହିଥିଲା। ସକାଳେ ସ୍ଥାନୀୟ ଲୋକେ ଦେଖିବା ପରେ ଯୁବକଙ୍କ ପରିବାର ଲୋକ ମଧ୍ୟ ପହଞ୍ଚିଥିଲେ। ଅମଳେନ୍ଦୁ ବେହୁରା ଏ ସଂପର୍କରେ ଯାଜପୁରରୋଡ ଥାନାରେ ଏତଲା ଦେବା ପରେ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି କାହ୍ନୁକୁ ଉଦ୍ଧାର କରିଥିଲେ। ତା’ ଗୋଡ଼ ଓ ଅଣ୍ଟାରେ ଶକ୍ତ ଆଘାତ ଲାଗିଥିବାରୁ ଚାଲିପାରୁନଥିଲା। ତା’ ନାମରେ ପୂର୍ବରୁ ଏକାଧିକ ମାମଲା ରହିଛି। ଗତ ଜାନୁଆରି ମାସରେ ଏକ ଚୋରି ମାମଲାରେ ତାକୁ କୋର୍ଟଚାଲାଣ କରାଯାଇଥିଲା। ପରେ ସେ ଜାମିନରେ ଆସିଥିଲା। ଗୁରୁତର କାହ୍ନୁକୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।