ରାଜ୍ୟ

ଶରତ ପଟ୍ଟନାୟକଙ୍କ ପୋଷ୍ଟର୍‌ ପୋଡ଼ି

ସମ୍ବଲପୁର : ବାରବାଟୀ-କଟକ ବିଧାନସଭା କ୍ଷେତ୍ରର ବିଧାୟକ ଇଂ. ମହମ୍ମଦ ମୋକିମ ଓ ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ଚିରଂଜୀବ ବିଶ୍ବାଳଙ୍କୁ କଂଗ୍ରେସରୁ ନିଲମ୍ବନ କରିବା ନେଇ ସମ୍ବଲପୁରରୁ ପ୍ରତିବାଦର ସ୍ବର ଉଠିଛି। ଆଜି ପୂର୍ବତନ ଯୁବ କଂଗ୍ରେସ ରାଜ୍ୟ ସଂପାଦିକା ତଥା ଆଇଏନ୍‌ଟିୟୁସିର ପୂର୍ବତନ ସମ୍ବଲପୁର ଜିଲ୍ଲା ସଭାନେତ୍ରୀ ବବିତା ବଡ଼ପଣ୍ଡାଙ୍କ ନେତୃତ୍ବରେ ସେମାନଙ୍କ ସମର୍ଥକମାନେ ସମ୍ବଲପୁର ଭାଲୁପାଲି ଛକ ନିକଟରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପୋଷ୍ଟର୍‌ ପୋଡ଼ିଛନ୍ତି।

ବବିତା କହିଛନ୍ତି, ପିସିସି ସଭାପତି ଶରତ ପଟ୍ଟନାୟକ ଚକ୍ରାନ୍ତକରି ଉଭୟ ନେତାଙ୍କୁ ଦଳରୁ ନିଲମ୍ବନ କରିଥିବାରୁ ଏହାର ତୀବ୍ର ନିନ୍ଦା କରାଯାଉଛି। ମୋକିମ ଓ ଚିରଂଜୀବ ହେଉଛନ୍ତି ଦଳର ନିଷ୍ଠାପର ନେତା। ଦଳକୁ ସୁଦୃଢ଼ କରିବା ପାଇଁ ସେମାନେ ସର୍ବଦା ଉଦ୍ୟମ କରିଥିବା ବେଳେ ସେମାନଙ୍କ ପ୍ରତି ଏଭଳି ଅବିଚାର କଂଗ୍ରେସ କର୍ମୀମାନଙ୍କୁ ହତୋତ୍ସାହିତ କରିଛି। ତୁରନ୍ତ ସେମାନଙ୍କର ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିବା ପାଇଁ ଏଆଇସିସିର ସଭାପତିଙ୍କୁ ନିବେଦନ କରାଯାଉଛି। ଶରତ ପଟ୍ଟନାୟକ ନିଜେ ନିର୍ବାଚନରେ ଅନେକ ଥର ପରାଜିତ ହୋଇଛନ୍ତି। ଅମାନତ ହରାଇଛନ୍ତି। ନିର୍ବାଚନମଣ୍ଡଳୀ ପରିବର୍ତ୍ତନ କରି ସମ୍ବଲପୁରରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ଅମାନତ ଯାଇଛି। କଂଗ୍ରେସ ଦଳ ଏବେ ଘଡ଼ିସନ୍ଧି ମୁହୂର୍ତ୍ତରେ ଗତି କରୁଥିବା ବେଳେ ଶରତ ପଟ୍ଟନାୟକ ବିଜେପି ପରାମର୍ଶରେ ଓ ବିଜେଡି ଠାରୁ ପଇସା ନେଇ ଏଭଳି ପଦକ୍ଷେପ ନେଇଥିବା ସେ ଅଭିଯୋଗ ଆଣିଛନ୍ତି। ନିଲମ୍ବନ ପ୍ରତିବାଦରେ କୁଶପୁତ୍ତଳିକା ଦାହ କରାଯାଇଛି। ନିଷ୍ପତ୍ତିର ପୁନର୍ବିଚାର କରାନଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ବବିତା କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।