ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ହଷ୍ଟେଲ୍‌ରେ ଆଳୁ ତରକାରି ପାଇଁ ଛାତ୍ର-ପ୍ରିନ୍‌ସିପାଲ୍‌ ହାତାହାତି

ମୁରୈନା: ମଧ୍ୟପ୍ରଦେଶର ମୁରୈନା ଅନ୍ତର୍ଗତ ଏକ ‘ଆଇଟିଆଇ’ ହଷ୍ଟେଲ୍‌ରେ ଆଳୁ ତରକାରି କଥାକୁ ନେଇ ଅନୁଷ୍ଠାନର ପ୍ରିନ୍‌ସିପାଲ୍‌ ଓ ହଷ୍ଟେଲ୍‌ରେ ରହୁଥିବା କେତେକ ଛାତ୍ରଙ୍କ ମଧ୍ୟରେ ମାରଧର ହୋଇଥିବା କଥା ଅନୁଷ୍ଠାନର କର୍ତ୍ତୃପକ୍ଷମାନେ କହିଛନ୍ତି।

ଘଟଣାଟି ଗୁରୁବାର ଦିନ ରାଜ୍ୟ ଦେଇ ଯାଇଥିବା ୪୪ ନମ୍ବର ଜାତୀୟ ରାଜପଥର ଜାଦେରୁଆ ଅଞ୍ଚଳରେ ଘଟିଛି। କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ହଷ୍ଟେଲ୍‌ର ‘ମେନୁ’ରେ ଉଲ୍ଲେଖ ନ ଥିଲେ ବି ଆମକୁ କେବଳ ଆଳୁ ତରକାରି ଦିଆଯାଉଛି ବୋଲି ମୋହକ ନାମରେ ଜଣେ ଛାତ୍ର ‘ଆଇଟିଆଇ’ ପ୍ରତିଷ୍ଠାନର ପ୍ରିନ୍‌ସିପାଲ୍‌ ବା ଅଧ୍ୟକ୍ଷ ଜି. ଏସ୍‌.ଙ୍କ ନିକଟରେ ପହଞ୍ଚି ଅଭିଯୋଗ କରିଥିଲେ।

Image Grabbed Form Video

ଏହା ପୂର୍ବରୁ ମଧ୍ୟ ଛାତ୍ରମାନେ ଏ ସଂକ୍ରାନ୍ତରେ ଦରଖାସ୍ତ ଦେଇଥିଲେ, କିନ୍ତୁ ପ୍ରିନ୍‌ସିପାଲ୍‌ ତାହାକୁ ହେୟଜ୍ଞାନ କରିଥିଲେ ବୋଲି କୁହାଯାଉଛି। ଏହି କଥାକୁ ନେଇ ଗୁରୁବାର ଦିନ ପ୍ରିନ୍‌ସିପାଲ୍‌ ଓ ମୋହକଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା।

ପ୍ରିନ୍‌ସିପାଲ୍‌ ମୋହକଙ୍କ ହାତକୁ ଝିଙ୍କି ଦେବାରୁ ଧସ୍ତାଧସ୍ତି ଓ ହାତ ଉଠାଉଠି ହୋଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଅନ୍ୟ ଛାତ୍ରମାନେ ଉଭୟଙ୍କୁ ନିବୃତ୍ତ କରିବାକୁ ଉଦ୍ୟମ କରିଥିଲେ।

Image Courtesy of India Today

ପରେ ଛାତ୍ରମାନେ ଏ ପ୍ରସଙ୍ଗରେ ମୁରୈନା ଜିଲ୍ଲାପାଳ ଅଙ୍କିତ ଆସ୍ଥାନାଙ୍କ ନିକଟରେ ଅଭିଯୋଗ କରିଥିଲେ। ଏ ଘଟଣା ବୁଝିବା ଲାଗି ସେ ତହସିଲ୍‌ଦାର କୁଳଦୀପ ଦୁବେଙ୍କୁ ନିର୍ଦେଶ ଦେଇଛନ୍ତି।

ତହସିଲ୍‌ଦାର୍‌ ଦୁବେ ଉକ୍ତ ହଷ୍ଟେଲ୍‌କୁ ବୁଲିଯାଇ ପ୍ରତିଷ୍ଠାନର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରିଥିବା କଥା କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ