ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମହାରା‌ଷ୍ଟ୍ରର ରାୟଗଡ଼ରେ ଭୂସ୍ଖଳନ; ୫ ମୃତ, ଫସି ରହିଛନ୍ତି ଅନେକ

ରାୟଗଡ଼: ବୁଧବାର ରାତିରେ ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ଅନ୍ୟୂନ ୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବ‌େଳେ ଆହୁରି ଅନେକ ଘଟଣାସ୍ଥଳରେ ଫସି ରହିଥିବା କଥା ‘ଏନ୍‌ଡିଆର୍‌ଏଫ୍‌’ କହିଛି।

‘ଏନ୍‌ଡିଆର୍‌ଏଫ୍‌’ କହିବା ଅନୁସାରେ, ରାୟଗଡ଼ର ଖାଲାପୁର ତହସିଲ୍‌ ଅନ୍ତର୍ଗତ ଜନଜାତି ସମ୍ପ୍ରଦାୟ ବସବାସ କରୁଥିବା ଇର୍ଶାଲ୍‌ବାଡ଼ି ଗାଁ ଘଟିଥିବା ଏହି ଭୂସ୍ଖଳନ ଯୋଗୁଁ ୪୮ଟି ପରିବାର ପ୍ରଭାବିତ ହୋଇଛନ୍ତି। ଘଟଣାସ୍ଥଳରେ ‘ଏନ୍‌ଡିଆର୍‌ଏଫ୍‌’ର ଦୁଇଟି ଟିମ୍‌ ପହଞ୍ଚି ତଲାସ ଓ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।

ଗଣମାଧ୍ୟମକୁ ରାୟଗଡ଼ ପୁଲିସ କହିଛି, ଏପର୍ଯ୍ୟନ୍ତ ୨୨ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ଅନେକ ଲୋକ ପୋତି ହୋଇ ପଡ଼ିଥିବା ଆଶଙ୍କା କରାଯାଉଛି। ବର୍ତ୍ତମା‌ନ ପୁଲିସ ଏବଂ ଜିଲ୍ଲା ପ୍ରଶାସନର ଶତାଧିକ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଆମେ ‘ଏନ୍‌ଡିଆର୍‌ଏଫ୍‌’, ସ୍ଥାନୀୟ ଜନସାଧାରଣ ଏବଂ କେତେକ ‘ଏନ୍‌ଜିଓ’ରୁ ସହାୟତା ପାଉଛୁ।

Image Courtesy of India Today

ଉଦ୍ଧାର କାର୍ଯ୍ୟ ସମୀକ୍ଷା କରିବା ଲାଗି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେହିପରି, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର୍‌ ମଧ୍ୟ ରାୟଗଡ଼ରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ସମୀକ୍ଷା ଲାଗି ଏମର୍ଜେନ୍‌ସି କଣ୍ଟ୍ରୋଲ୍‌ ରୁମ୍‌ରେ ପହଞ୍ଚିଛନ୍ତି।

ଭୂସ୍ଖଳନ ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କ ପ୍ରତି ସମବେଦନା ବ୍ୟକ୍ତ କରି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ କହିଛନ୍ତି, ଗତରାତିରୁ ମୁଁ ସ୍ଥାନୀୟ ପ୍ରଶାସନ ସହିତ ଯୋଗାଯୋଗ ରଖି ଘଟଣା ସଂକ୍ରାନ୍ତରେ ସୂଚନା ପାଉଛି। ପ୍ରବଳ ବର୍ଷା ଓ ଅନ୍ଧାର ଯୋଗୁଁ ପ୍ରଥମେ ରିଲିଫ୍‌ କାର୍ଯ୍ୟାରେ ବ୍ୟାଘାତ ସୃଷ୍ଟି ହୋଇଥିଲା। କିନ୍ତୁ, ଏବେ ଦ୍ରୁତ ବେଗରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଆହତମାନଙ୍କ ଚିକିତ୍ସା ନିମନ୍ତେ ମଧ୍ୟ ବ୍ୟବସ୍ଥା କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ