ରାଜ୍ୟ

ଇଥାନଲ୍‌ ପ୍ଲାଣ୍ଟକୁ ବିରୋଧ: କୀଟନାଶକ ବୋତଲ ଧରି ଚାଷୀଙ୍କ ଆତ୍ମହତ୍ୟା ଧମକ

ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍‌ ସମଲେଇପଦର ପଞ୍ଚାୟତ ମନୋହରପାଲି ଗ୍ରାମରେ ଗଢ଼ି ଉଠିଥିବା ଘରୋଇ ଇଥାନଲ୍‌ କାରଖାନାକୁ ବିରୋଧ କରି ଅଞ୍ଚଳବାସୀଙ୍କ ମଧ୍ୟରେ ଥିବା ପୁଞ୍ଜିଭୂତ ଅସନ୍ତୋଷ ଉଗ୍ର ହୋଇଛି। ଏହି କାରଖାନକୁ ବନ୍ଦ କରିବା ପାଇଁ ଲୋକେ ବିକ୍ଷୋଭ କରିବା ସହିତ କୀଟନାଶକ ପିଇ ସମୂହ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ଏହାର ସମାଧାନ ଉଦ୍ୟମ ହେବ ବୋଲି ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ସ୍ଥଗିତ ରହିଛି।ଏହି ପ୍ଲାଣ୍ଟ ନିର୍ମାଣ ହେବା ଦିନରୁ ହିଁ ଲୋକେ ବିରୋଧ କରୁଛନ୍ତି। କାରଖାନାରୁ ନିର୍ଗତ ବିଷାକ୍ତ ଧୂଆଁରେ ଲୋକେ ଅଣନିଃଶ୍ବାସୀ ହେବା ସହ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଗାଁର ପରିବେଶ ବି ବିପନ୍ନ ହେଉଛି। ପ୍ରବଳ ଦୁର୍ଗନ୍ଧ ଯୋଗୁଁ କାରଖାନା ସନ୍ନିକଟ ପ୍ରାଥମିକ ବିଦ୍ୟାଳୟରେ ପିଲା ପାଠ ପଢ଼ିବାକୁ ଅମଙ୍ଗ ହେଉଛନ୍ତି। ତେଣୁ ଏସବୁ ଅସୁବିଧା ନେଇ ଲୋକେ ପ୍ରଶାସନକୁ ଏକାଧିକ ଥର ଜଣାଇଥିଲେ।

ଇତିମଧ୍ୟରେ ମାଲିକ ନିଜ କାରଖାନାକୁ ରାସ୍ତା ସଂଯୋଗ ପାଇଁ ଉଦ୍ୟମ କରୁଥିବାରୁ ଉତ୍ତ୍ୟକ୍ତ ଗ୍ରାମବାସୀ ରାସ୍ତା ବନ୍ଦ କରିବା ସହିତ ରାସ୍ତା ଉପରେ ପାଚେରି ନିର୍ମାଣ କରି କାମ ବନ୍ଦ କରିଛନ୍ତି। ଦୁଇ ଦିନ ହେଲା ମୁଖ୍ୟ ରାସ୍ତା ତଥା ଉକ୍ତ ରାସ୍ତାରୁ କାରଖାନା ଯିବା ବାଟକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।