ରାଜ୍ୟ ସ୍ପେଶାଲ ରିପୋର୍ଟ

ବର୍ଷକରେ ଭୁବନେଶ୍ବର ଏମ୍‌ସରେ ୫୪ ହଜାର ୭୯୩ କର୍କଟ ରୋଗୀ ଚିକିତ୍ସିତ

ଭୁବନେଶ୍ବର : ଏକ ବର୍ଷ ମଧ୍ୟରେ ଏମ୍‌ସରେ ଚିକିତ୍ସିତ କର୍କଟ ରୋଗୀଙ୍କ ସଂଖ୍ୟା ୫୪ ହଜାର ୭୯୩କୁ ବୃଦ୍ଧି ପାଇଛି। ୨୦୧୯ ମସିହା ଏପ୍ରିଲ ମାସରୁ ୨୦୨୦ ମସିହା ମାର୍ଚ୍ଚରେ ଏହି ଡାକ୍ତରଖାନାରେ ସମୁଦାୟ ୪୦ ହଜାର ୨୯୬ କର୍କଟ ରୋଗୀ ଚିକିତ୍ସିତ ହୋଇଥିଲେ। ଏଥିରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡର ରୋଗୀ ମଧ୍ୟ ସର୍ବାଧିକ ରହୁଛନ୍ତି। କର୍କଟ ରୋଗର ଉନ୍ନତ ରେଡିଏସନ ଚିକିତ୍ସା ପାଇଁ ଅତ୍ୟାଧୁନିକ ପ୍ରଯୁକ୍ତି କ୍ଷମତା ବିଶିଷ୍ଟ ଡୁଆଲ ଏନର୍ଜି ଲିନିୟର ଆକ୍ସିଲେଟର ମେସିନ ସଂଯୋଗ କରାଯାଇଛି। ଯେଉଁଥିରେ ଅଧିକ ସଂଖ୍ୟକ ରୋଗୀ ରେଡିଏସନ ନେଇ ପାରିବେ କିନ୍ତୁ ଏହାର ପାର୍ଶ୍ବ ପ୍ରତିକ୍ରିୟା କମ ରହିବ। ଏଇଆରବିର ଅନୁମୋଦନ ପରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଛନ୍ତି ଏମସ ଅଧୀକ୍ଷକ ତଥା କର୍କଟ ରୋଗ ବିଶେଷଜ୍ଞ ପ୍ରଫେସର ଦିଲ୍ଲୀପ ପରିଡ଼ା।

କୋଭିଡ ସମୟ ଅର୍ଥାତ ଏପ୍ରିଲ ୨୦୨୦ ମସିହାରୁ ମାର୍ଚ୍ଚ ୨୦୨୧ ମସିହା ମଧ୍ୟରେ ୩୪ ହଜାର ୨୨୦ କର୍କଟ ରୋଗୀ ଆସିଥିଲେ। ଏଥିମଧ୍ୟରେ ଓପିଡିରେ ୧୩ ହଜାର ୧୫୪ ପୁରୁଣା, ୨୮୩୧ ନୂତନ ରୋଗୀ, ୭୫୮ ଆଇପିଡିରେ, ୬୨୦୭ ଡେକେୟାରରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନର ନୂତନ ତଥ୍ୟ ଅନୁଯାୟୀ ୨୦୨୨ ଏପ୍ରିଲ ମାସରୁ ୨୦୨୩ ମସିହା ମଧ୍ୟରେ ଓପିଡିରେ ୨୫ ହଜାର ୯୭୪, ଆଇପିଡିରେ ୧୩୩୪, ଡେ କେୟାରରେ ୧୦ ହଜାର ୬୨୩, ହେଲାରେ ୧୬ ହଜାର ୬୪୮ ଏବଂ ବ୍ରାଚି ଥେରାପି ୨୧୪ ଜଣ ଚିକିତ୍ସିତ ହୋଇଛନ୍ତି। କୋଭିଡ ସମୟରେ ଏମସକୁ ଆସୁଥିବା କର୍କଟ ରୋଗୀଙ୍କ ସଂଖ୍ୟା ୩୦% ହ୍ରାସ ପାଇଥିଲେ ମଧ୍ୟ କୋଭିଡ ପରେ ଏହା କାହିଁରେ କେତେ ବୃଦ୍ଧି ପାଇଛି। ଦେଶରେ କର୍କଟ ରୋଗ ଗୁରୁତର ହୋଇଥିବାରୁ ଏମସକୁ ମଧ୍ୟ ଅଧିକ ସଂଖ୍ୟକ କର୍କଟ ରୋଗୀ ଆସୁଛନ୍ତି। ଏଥିରେ ଗଳା କର୍କଟ, ସ୍ତନ କର୍କଟ ଏବଂ ପାକସ୍ଥଳୀ କର୍କଟ ରୋଗୀଙ୍କ ସଂଖ୍ୟା ସର୍ବାଧିକ ରହିଛି। କିନ୍ତୁ କୋଭିଡ ପ୍ରଭାବରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ନେଇ କୌଣସି ଗବେଷଣା ରିପୋର୍ଟରେ ଜଣାପଡ଼ୁନଥିବା କହିଛନ୍ତି ଡାକ୍ତର ପରିଡ଼ା। ପ୍ରତି ମାସ ଓପିଡିକୁ ଆସୁଥିବା ରୋଗୀଙ୍କ ମଧ୍ୟରେ ସର୍ବନିମ୍ନ ୧୩୮୬ରୁ ସର୍ବାଧିକ ୨୪୧୪ ରହିଛନ୍ତି। ଅନେକ ରୋଗୀଙ୍କ ମତରେ କର୍କଟ ରୋଗ ସହିତ ଏହାର ଚିକିତ୍ସା କଷ୍ଟ ବଳି ପଡ଼େ। ବିଶେଷକରି ରେଡିଏସନ ପ୍ରଭାବରେ ରୋଗୀ ଆହୁରି ଦୁର୍ବଳ ହୋଇଯାଏ। ଏହାକୁ ଦୃଷ୍ଟିରେ ରଖି ଏମ‌୍‌ସ ପକ୍ଷରୁ କର୍କଟ ରୋଗ ଚିକିତ୍ସାର ସର୍ବାଧିକ ଅତ୍ୟାଧୁନିକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି।

ଡୁଆଲ ଏନର୍ଜି ଲିନିୟର ଆକ୍ସିଲେଟର ମେସିନ ଜରିଆରେ ଶରୀରର ଯେକୌଣସି ସ୍ଥାନରେ ଟ୍ୟୁମର ଥିଲେ ମଧ୍ୟ ଏହାର ଚିକିତ୍ସା କରାଯାଇ ପାରିବ। ଟିସୁ ନଷ୍ଟକୁ ରୋକିବା ପାଇଁ ଏହି ମେସିନକୁ ଏମଆରଆଇ ଏବଂ ପେଟ୍ ସ୍କାନିଂ ମେସିନ ସହିତ ସଂଯୋଗ କରାଯାଏ। ବର୍ତ୍ତମାନ ରାଜ୍ୟରେ ଥିବା ରେଡିଓଥେରାପି ମେସିନ ଜରିଆରେ ଶରୀରର ମୁଣ୍ଡ, ବେକ ବା କେବଳ ନିର୍ଦ୍ଦିଷ୍ଟ ଅଂଶର ଚିକିତ୍ସା କରାଯାଉଛି। ଫଳରେ ଅନ୍ୟ ସ୍ଥାନରେ ରେଡିଏସନର ପ୍ରଭାବ ପଡ଼ି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଉଛି। କିନ୍ତୁ ଏହି ପଦ୍ଧତିରେ ଚିକିତ୍ସା ପାର୍ଶ୍ବ ପ୍ରତିକ୍ରିୟାକୁ ଯଥାସମ୍ଭବ କମ କରିବାକୁ ଚେଷ୍ଟା କରିବ। ସେଥିରେ ପୁଣି ଘରୋଇ ଡାକ୍ତରଖାନାରେ ଯେଉଁଠି ରେଡିଓଥେରାପି ପାଇଁ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ, ଏମ୍‌ସରେ ଦେୟ ମାତ୍ର ୭୫୦ ଟଙ୍କା ରହିଛି। ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ଦୈନିକ ୮୪ ଜଣଙ୍କ ରେଡିଓଥେରାପି ସମ୍ଭବ ହେଉଛି। ନୂଆ ମେସିନ କାର୍ଯ୍ୟକ୍ଷମ ହେବା ପରେ ସେହି ସ୍ଥିତିରେ ଉନ୍ନତି ଆସିବ ବୋଲି ଆଶା ରହିଛି। ଯଥାଶୀଘ୍ର ଏହି ମେସିନ କାର୍ଯ୍ୟକ୍ଷମକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।