ରାଜ୍ୟ

ରାଜପଥରେ ଭୁଶୁଡ଼ିଲା ପୋଲ: ବର୍ତ୍ତିଗଲେ ଅନେକ ଯାତ୍ରୀ

ଯାଜପୁର/ରସୁଲପୁର/ହରିପୁର: ଆଜି ଭୋର ପ୍ରାୟ ୫ଟା ୪୫ମିନିଟ ସମୟରେ ଭୁଶୁଡ଼ି ପଡ଼ିଲା ୧୬ ନମ୍ବର ଜାତୀୟ ରାଜପଥର ରସୁଲପୁର ବ୍ଲକ୍ କାର୍ଯ୍ୟାଳୟ ନିକଟ ଓରାଳି ପୋଲ। ପୋଲ ଭୁଶୁଡ଼ିବା ବେଳେ ଜୋର ଶବ୍ଦ ହେବାରୁ ଭୂମିକମ୍ପର ଭ୍ରମ ସୃଷ୍ଟି ହୋଇଥିଲା। ଏହାର କିଛି ସମୟ ପୂର୍ବରୁ କଟକ ଅଭିମୁଖେ ଯାଉଥିବା ମା ବସ୍‌ ପୋଲ ଅତିକ୍ରମ କରିଥିଲା। ତେବେ ଯାତ୍ରୀମାନେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ସ୍ଥାନୀୟ ଅଞ୍ଚଳର ଦୀନବନ୍ଧୁ ପଣ୍ଡା କହନ୍ତି ତାଙ୍କ ମା ମାଳତୀ ଶବ୍ଦ ଶୁଣି ଭୂମିକମ୍ପ ହେଲା ବୋଲି କହିବାରୁ ସେମାନେ ସମସ୍ତେ ଘର ବାହାରକୁ ଚାଲି ଆସିଥିଲେ। ଏହି ସମୟରେ ରସୁଲପୁର ଗାଁର ଶରତ ମଲ୍ଲିକ ପୋଲ ଭୁଶୁଡ଼ିବା ଦେଖି ଜୀବନ ରକ୍ଷା ପାଇଁ ଦୌଡ଼ି ପଳାଇଥିଲେ। ଏହାପରେ ଶହଶହ ଲୋକ ରୁଣ୍ଡ ହୋଇଯାଇ ତୁରନ୍ତ ରାସ୍ତା ବନ୍ଦ କରିଦେଇଥିଲେ। କୁଆଖିଆରୁ ଯାଉଥିବା ବାଲି ବୋଝେଇ ଟ୍ରକ ପୋଲ ନିକଟରେ ଅଟକି ଯାଇଥିଲା। ଅନ୍ୟ ଗାଡ଼ିଗୁଡ଼ିକୁ ଡାହାଣ ପାର୍ଶ୍ବ ରାସ୍ତାରେ ଯିବାଆସିବା କରିଥିଲା। କୁଆଖିଆ ପୁଲିସ୍ ପହଞ୍ଚି ଟ୍ରାଫିକ୍ ନିୟନ୍ତ୍ରଣ କରିବା ସହିତ ଭୁଶୁଡ଼ି ପଡ଼ିଥିବା ପୋଲ ନିକଟକୁ ଯାଉଥିବା ଲୋକମାନଙ୍କୁ ବାରଣ କରିଥିଲେ। ଖବରପାଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ(ଚଣ୍ଡିଖୋଲ) ପ୍ରକଳ୍ପ ନିର୍ଦ୍ଦେଶକ ଜି.ବି. ବର୍ମା ଓ ଉଚ୍ଚ ପଦାଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିଲେ। ୨୦୦୮ ମସିହାରେ ଗେମନ୍ ଇଣ୍ଡିଆ କଂପାନି ଏହି ପୋଲ ନିର୍ମାଣ କରିଥିଲା।

ମାତ୍ର ୧୫ ବର୍ଷ ପୂର୍ବେ ନିର୍ମିତ ଜାତୀୟ ରାଜପଥର ପୋଲ ଭୁଶୁଡ଼ିବା ଘଟଣାକୁ ନେଇ ଲୋକେ ଉଦ୍‌ବେଗ ପ୍ରକାଶ କରିଥିଲେ। ତେବେ ଏହାର ବିଧିବଦ୍ଧ ତଦନ୍ତ ହେବ ବୋଲି ଶ୍ରୀ ବର୍ମା କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ପୋଲର ସ୍ଲାବ୍ ରଖାଯାଇଥିବା ପିଲାରର ଉପରି ଭାଗ ଭାଙ୍ଗି ଯିବାରୁ ପୋଲର ଗୋଟିଏ ପାର୍ଶ୍ବ ୬ଫୁଟ ତଳକୁ ଖସି ପଡ଼ିଛି। କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ପିଲାର ମଞ୍ଚ ଏପରି ଭୁଶୁଡି ପଡ଼ିଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଏହା ‘ସିଅର କୋଲାପସ୍ ବୋଲି ଏନ୍‌ଏଚ୍‌ଏଆଇ ପିଡି ଶ୍ରୀ ବର୍ମା କହିଛନ୍ତି। ବିଶେଷଜ୍ଞମାନଙ୍କ ଦ୍ବାରା ଅନୁସନ୍ଧାନ କରିବା ପରେ କାହିଁକି ଓ କିପରି ଭୁଶୁଡ଼ିଲା ସ୍ପଷ୍ଟ ହେବ ହେବ ବୋଲି ଶ୍ରୀ ବର୍ମା ‘ସମ୍ବାଦକୁ କହିଛନ୍ତି। ନିମ୍ନମାନର କାମ ଯୋଗୁଁ ପୋଲ ଭୁଶିଡିବା ଅଭିଯୋଗ ସଂପର୍କରେ ପଚରାଯିବାରୁ ଅନୁସନ୍ଧାନ ପରେ ଜଣାପଡିବ ବୋଲି ଶ୍ରୀ ବର୍ମା କହିଥିଲେ। ଭୁଶୁଡ଼ି ପଡିଥିବା ପୋଲକୁ ଲାଗିଥିବା ଏହାର ଅନ୍ୟ ଅଂଶଟି ମଧ୍ୟ ବିପଜ୍ଜନକ ଅବସ୍ଥାରେ ରହିଛି। ଏହା ମଧ୍ୟ ଭୁଶୁଡି ପଡ଼ିବାର ଆଶଙ୍କା ରହିଛି। ରାଜପଥରେ ୬୦ ବର୍ଷ ପୁରୁଣା ପୋଲଗୁଡ଼ିକ ସୁରକ୍ଷିତ ରହିଥିବା ବେଳେ ମାତ୍ର ୧୫ ବର୍ଷ ପୂର୍ବେ ନିର୍ମିତ ପୋଲ ଭୁଶୁଡ଼ି ପଡ଼ିବା ନେଇ ଅନେକ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ନିୟମିତ ଭାବରେ ପୋଲଗୁଡ଼ିକର ଯାଞ୍ଚ ଏବଂ ଆବଶ୍ୟକ ମରାମତି କରାଯାଉ ନଥିବାରୁ ଏପରି ଘଟଣା ଘଟୁଛି ବୋଲି ଚର୍ଚ୍ଚା ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।