ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

‘ମଥାରେ ସିନ୍ଦୂର ନଥିଲେ ଜାଣିବ ପ୍ଲଟ ଖାଲି ଅଛି’ ବୟାନକୁ ନେଇ ଅଡୁଆରେ ପଡିଲେ ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀ

ନୂଆଦିଲ୍ଲୀ: ବାଗେଶ୍ୱର ଧାମର ବାବା ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କର ଏକ ବିବୃତ୍ତି ପାଇଁ ବିବାଦ ଭିତରକୁ ଆସିଛନ୍ତି। ମହିଳାଙ୍କୁ ନେଇ ସେ ଏପରି ବିବୃତ୍ତି ଦେଇଛନ୍ତି ଯେଉଁଥିରେ ମହିଳା ସଂଗଠନ ଆପତ୍ତି ଉଠାଇଛନ୍ତି। ଆଜାଦ ଅଧିକାର ସେନା ନାମକ ଏକ ସଂଗଠନର ଜାତୀୟ ସାଧାରଣ ସମ୍ପାଦକ ନୂତନ ଠାକୁର ବାବା ବାଗେଶ୍ୱର ଧାମ ମୁଖ୍ୟ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଏହି ବିବୃତ୍ତି ବିରୋଧରେ ଜାତୀୟ ମହିଳା ଆୟୋଗରେ ଅଭିଯୋଗ କରିଛନ୍ତି। ଗ୍ରେଟର ନୋଏଡାରେ ପ୍ରବଚନ ଦେଉଥିବା ସମୟରେ ଧିରେନ୍ଦ୍ର ଶାସ୍ତ୍ରୀ, ମହିଳାମାନଙ୍କର ସିନ୍ଦୂର ଏବଂ ମଙ୍ଗଳସୁତ୍ରକୁ ଖାଲି ପ୍ଲଟ ସହିତ ତୁଳନା କରିଥିଲେ। ସାମାଜିକ କର୍ମୀ ନୂତନ ଠାକୁର ଅଭିଯୋଗ କରିଛନ୍ତି ଯେ ଗ୍ରେଟର ନୋଏଡାରେ ଆୟୋଜିତ ଭାଗବତ କଥା ସମୟରେ ଧିରେନ୍ଦ୍ର ଶାସ୍ତ୍ରୀ ମହିଳାଙ୍କ ପ୍ରତି ଅଶାଳୀନ ଶବ୍ଦ ବ୍ୟବହାର କରିଥିଲେ, ଯେଉଁଥିପାଇଁ ଭାରତର ମହିଳାମାନେ ଲଜ୍ଜିତ ଓ ଅପମାନିତ ହେଉଛନ୍ତି। ସେ ଦାବି କରିଛନ୍ତି ଯେ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ବିବୃତ୍ତି ପରେ ସୋସିଆଲ ମିଡିଆରେ ମିମସ କରି ମହିଳାଙ୍କୁ ନେଇ ଅଶ୍ଳୀଳ ମନ୍ତବ୍ୟ ଦିଆଯାଉଛି।

ନୂତନ ଠାକୁର କହିଛନ୍ତି ଯେ “ଧୀରେନ୍ଦ୍ର ଶାସ୍ତ୍ରୀ ଗ୍ରେଟର ନୋଏଡାରେ ଭାଗବତ କଥା ସମୟରେ କହିଥିଲେ ଯେ ଯେଉଁ ମହିଳାଙ୍କ ବେକରେ ମଙ୍ଗଳସୂତ୍ର ଓ ମଥାରେ ସିନ୍ଦୂର ନାହିଁ, ବୁଝିଯିବ ଯେ ଏହି ପ୍ଲଟଟି ଖାଲି ଅଛି। ଠାକୁର କହିଛନ୍ତି ଯେ ଖାଲି ପ୍ଲଟ ସହ ଜଣେ ମହିଳାଙ୍କୁ ତୁଳନା କରିବା ଅନ୍ୟାୟ ଅଟେ। ମହିଳାମାନଙ୍କୁ ନେଇ ଏପରି ଅଶ୍ଳୀଳ ମନ୍ତବ୍ୟ ସେ ଦେଇଥିବାରୁ ଏହା ଦ୍ୱାରା ମହିଳାମାନଙ୍କ ସମ୍ମାନ ହାନି ହୋଇଛି |

ସେ କହିଛନ୍ତି ଯେ ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ମହିଳା ଆୟୋଗଙ୍କୁ ଦାବି କରାଯାଇଛି। ସୂଚନାଯୋଗ୍ୟ ଯେ ଗ୍ରେଟର ନୋଏଡାରେ କିଛିଦିନ ତଳେ ବାବା ବାଗେଶ୍ୱର ଧାମ ସରକାର ସାତ ଦିନ ଭାଗବତ କଥାର ଆୟୋଜନ କରିଥିଲେ। ଏହି ସମୟ ମଧ୍ୟରେ ସେ କହିଥିଲେ ଯେ, “ଯେଉଁ ମହିଳା ବିବାହ କରିଛନ୍ତି, ତାଙ୍କର ଦୁଇଟି ପରିଚୟ ଥାଏ, ଗୋଟିଏ ହେଉଛି ସିନ୍ଦୂର ଏବଂ ଅନ୍ୟଟି ହେଉଛି ମଙ୍ଗଳସୂତ୍ର | ଯଦି ସେହି ମହିଳା ମଥାରେ ସିନ୍ଦୂର ଲଗାଇନଥାନ୍ତି ଏବଂ ତାଙ୍କ ବେକରେ ମଙ୍ଗଳସୂତ୍ର ନଥାଏ, ତେବେ ବୁଝିବାକୁ ହେବ ଯେ ପ୍ଲଟଟି ଖାଲି ଅଛି |”

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ