ଦେଶ ବିଦେଶ ରାଜନୀତି

ବେଙ୍ଗାଲୁରୁରେ ବିରୋଧୀଙ୍କ ସଜବାଜ: ୨୦୨୪ ପାଇଁ ରଣନୀତି ଉପରେ ହେବ ଆଲୋଚନା, ଆଜି ଯୋଗଦେବେ ଶରଦ ପାୱାର

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ବିରୋଧୀ ଦଳଗୁଡ଼ିକର ମିଳିତ ବୈଠକ ସୋମବାର ଆରମ୍ଭ ହୋଇଛି। ଦୁଇଦିନ ଧରି ହେବାକୁ ଥିବା ଉକ୍ତ ବୈଠକରେ ଏନ୍‌ସିପି ମୁଖ୍ୟ ଶରଦ ପାୱାର ଦ୍ବିତୀୟ ଦିନରେ ଯୋଗ ଦେବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ନୈଶଭୋଜି ବୈଠକରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ଏମ୍‌କେ ଷ୍ଟାଲିନ, ଅରବିନ୍ଦ କେଜ୍ରିୱାଲ, ନୀତୀଶ କୁମାର, ହେମନ୍ତ ସୋରେନ, ଭଗବନ୍ତ ମାନ୍, ଲାଲୁ ପ୍ରସାଦ ଯାଦବ, ମମତା ବାନାର୍ଜୀ ପ୍ରମୁଖ ଯୋଗ ଦେଇଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଆଜିର ବୈଠକରେ ଯୋଗ ଦେଇ ବିରୋଧୀ ନେତାମାନଙ୍କ ପାଇଁ ନୈଶଭୋଜିର ଆୟୋଜନ କରିଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏକ ମିଳିତ ବିରୋଧୀ ସାମ୍ମୁଖ୍ୟ ଗଠନ କରିବା ଉଦ୍ଦେଶ୍ୟରେ କଂଗ୍ରେସର ଆବାହକତ୍ବରେ ଏହି ବୈଠକର ଆୟୋଜନ କରାଯାଇଛି। ବିରୋଧୀ ଦଳଗୁଡ଼ିକ ଭିତରେ ବୃହତ୍ତର ସମନ୍ବୟ ଓ ଯୋଗାଯୋଗ ରକ୍ଷା ଏବଂ ସିଟ୍ ଭାଗବଣ୍ଟା ଆଦି ଉପରେ ମଙ୍ଗଳବାର ଆଲୋଚନା କରାଯିବ।

ବିରୋଧୀ ବୈଠକକୁ ଦେଖି ବିଜେପି ବି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଆଗଭର ହୋଇଛି। କଂଗ୍ରେସ-ନେତୃତ୍ବାଧୀନ‌ ବିରୋଧୀ ବୈଠକରେ ୨୬ଟି ଦଳ ସାମିଲ ହୋଇଥିବା ବେଳେ ବିଜେପି-ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ବୈଠକରେ ୩୮ଟି ଦଳ ଯୋଗଦେବେ‌ ବୋଲି ବିଜେପି ଦାବି କରିଛି। ବିଜେପି ନିଜ ସମର୍ଥକ ଦଳମାନଙ୍କୁ ନେଇ ମଙ୍ଗଳବାର ଦିଲ୍ଲୀରେ ବୈଠକର ଆୟୋଜନ କରିଛି। ଉଭୟ ଦିଲ୍ଲୀ ଓ ବେଙ୍ଗାଲୁରୁ ବୈଠକରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଉଭୟ ପକ୍ଷ ନିଜନିଜର ରଣନୀତି ପ୍ରସ୍ତୁତ କରିବେ। ଏନ୍‌ଡିଏର ମଙ୍ଗଳବାର ବୈଠକ ଉପରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ବିଜେପି ହତାଶ ହୋଇପଡ଼ିଛି। ଭାଗଭାଗ ହୋଇଯାଇଥିବା ଦଳର ବିଚ୍ଛିନ୍ନ ଅଂଶକୁ ନିଜ ଆଡ଼କୁ ନେଉଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜିର ବେଙ୍ଗାଲୁରୁ ବୈଠକରେ ଯୋଗ ଦେଇଛନ୍ତି। ଗତ ମାସରେ ସେ ପ୍ରଥମ ବିଜେପି-ବିରୋଧୀ ବୈଠକର ଆୟୋଜନ କରିଥିଲେ। ପାଟନାଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଭିନ୍ନ ଦଳର ୩୦ରୁ ଊର୍ଦ୍ଧ୍ବ ନେତା ଯୋଗ ଦେଇଥିଲେ।

ଆମ୍ ଆଦ୍‌ମୀ ପାର୍ଟି (ଆପ୍) ନେତା ଅରବିନ୍ଦ କେଜ୍ରିୱାଲ, ସଞ୍ଜୟ ସିଂହ ଓ ରାଘବ ଚଢ଼ା ଆଜିର ବେଙ୍ଗାଲୁରୁ ବୈଠକରେ ଯୋଗ ଦେଇଛନ୍ତି। କେନ୍ଦ୍ରର ଦିଲ୍ଲୀ ଅଧ୍ୟାଦେଶକୁ କଂଗ୍ରେସ ବିରୋଧ କରିବ ବୋଲି ଘୋଷଣା କରିବା ପରେ ଆପ୍ ବିରୋଧୀ ବୈଠକରେ ଯୋଗ ଦେବ ବୋଲି ଘୋଷଣା କରିଥିଲା। କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ କଂଗ୍ରେସ ଖୋଲାଖୋଲି ଭାବେ ବିରୋଧ ନ କଲେ ଆପ୍ ବିରୋଧୀ ମେଣ୍ଟରେ ଯୋଗ ଦେବା କଷ୍ଟକର ହୋଇପଡ଼ିବ ବୋଲି କେଜ୍ରିୱାଲଙ୍କ ଦଳ କହିଥିଲା।

ଆର୍‌ଜେଡ଼ି ନେତା ଲାଲୁ ପ୍ରସାଦ ଯାଦବ ଓ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଆଜିର ବିରୋଧୀ ବୈଠକରେ ଯୋଗ ଦେଇଛନ୍ତି। ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ସିବିଆଇ ଚାର୍ଜସିଟ୍‌ରେ ଲାଲୁ, ତେଜସ୍ବୀ ଓ ରାବ୍ରିଦେବୀଙ୍କ ନାମ ରଖିବା ପରେ କ୍ରୋଧିତ ଲାଲୁ ନରେନ୍ଦ୍ର ମୋଦୀ ସରକାରଙ୍କ ମୂଳୋତ୍ପାଟନ କରିଦେବେ ଏବଂ ବେଙ୍ଗାଲୁରୁ ବିରୋଧୀ ବୈଠକରେ ଯୋଗ ଦେବେ ବୋଲି କହିଥିଲେ।

ୟୁପିଏର ନାଁ ବଦଳିପାରେ

ନୂଆଦିଲ୍ଲୀ: କଂଗ୍ରେସ, ଆପ୍‌ ଏବଂ ଟିଏମ୍‌ସି ସମେତ ଅନ୍ୟ ଅଣ ବିଜେପି ଦଳ ଗୁଡ଼ିକର ନୂଆ ମେଣ୍ଟକୁ ୟୁପିଏ (ୟୁନାଇଟେଡ୍‌ ପ୍ରୋଗ୍ରେସିଭ ଆଲିଆନ୍ସ) କୁହାନଯାଇପାରେ। ମଙ୍ଗଳବାର ଦିନ ବିରୋଧୀ ବୈଠକରେ ଅଣ ବିଜେପି ଦଳ ଗୁଡ଼ିକର ‌ନୂଆ‌ ମେଣ୍ଟ ପାଇଁ ଏକ ନୂଆ ନାଁ ସ୍ଥିର ହୋଇପାରେ। କଂଗ୍ରେସ ନେତୃତ୍ବାଧୀନ ୟୁପିଏ ପୂର୍ବରୁ ୨ ଥର ତଥା ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ କେନ୍ଦ୍ରରେ କ୍ଷମତାରେ ଥିଲା। ସୋନିଆ ଏହାର ସଭାପତି ଅଛନ୍ତି। ତେବେ ନୂଆ ବିରୋଧୀ ମେଣ୍ଟର ନାଁ କ’ଣ ରହିବ ପ୍ରଶ୍ନ କରିବାରୁ କଂଗ୍ରେସ ସାଧାରଣ ସଂପାଦକ କେସି ବେଣୁଗୋପାଳ କହିଛନ୍ତି, ଦଳ ଏକାକୀ ଉକ୍ତ ବିଷୟରେ କିଛି ନିଷ୍ପତ୍ତି ନେଇପାରିବନି। ସମସ୍ତ ଦଳ ଏକାଠି ବସିବେ ଏବଂ ଆସନ୍ତାକାଲିର ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର